Dharitri News

ଶ୍ରେଷ୍ଠ ପାଞ୍ଚ: କଟକର ଦେବୀ ମନ୍ଦିର

ଖାନନଗର ଶ୍ମଶାନ କାଳୀ

ଖାନନଗର ଶ୍ମଶାନ କାଳୀ

କଟକ ଖପୁରିଆସ୍ଥିତ ଖାନନଗରଠାରେ ରହିଛି ଶ୍ମଶାନ କାଳୀଙ୍କର ମନ୍ଦିର। ଏଠାରେ ପ୍ରତିଦିନ ମା’ଙ୍କର ବିଶେଷ ପୂଜା ସମ୍ପନ୍ନ ହୋଇଥାଏ। ଝୁଣା, ଧୂପ, ଦୀପ ଆଦିରେ ମା’ଙ୍କର ନୀତି ସମାପନ ହୋଇଥାଏ। ମା’ ଭାରି ପ୍ରତ୍ୟକ୍ଷ। ତାଙ୍କୁ ଡାକିଲେ ଭକ୍ତଙ୍କ ଦୁଃଖ ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଝାଞ୍ଜିରି ମଙ୍ଗଳା

ଝାଞ୍ଜିରି ମଙ୍ଗଳା

କଟକ ରାଜାବଗିଚାଠାରେ ରହିଛି ମା’ ଝାଞ୍ଜିରି ମଙ୍ଗଳାଙ୍କର ପୀଠ। ଏଠାରେ ପ୍ରତି ମଙ୍ଗଳବାରରେ ମା’ଙ୍କର ସ୍ବତନ୍ତ୍ର ପୂଜା ସମ୍ପନ୍ନ ହୋଇଥାଏ। ମା’ ଭାରି ପ୍ରତ୍ୟକ୍ଷ ବୋଲି ଶ୍ରଦ୍ଧାଳୁଙ୍କର ବିଶ୍ୱାସ ରହିଛି। ପଣା ସଂକ୍ରାନ୍ତିରେ ମା’ଙ୍କର ବିଶେଷ ନୀତି ସମ୍ପନ୍ନ ହୋଇଥାଏ।

ମା’ ଭୂଆଷୁଣୀ

ମା’ ଭୂଆଷୁଣୀ

ବିଡ଼ାନାସୀଠାରେ ରହିଛି ମା’ ଭୁଆଷୁଣୀଙ୍କ ମନ୍ଦିର। ଏଠାରେ ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଅନେକ ଏଠାରେ ବାହାଘର, ବ୍ରତଘର, ଏକୋଇଶିଆ ଆଦି ମଧ୍ୟ କରିଥାନ୍ତି। ମଙ୍ଗଳବାର ଓ ଶନିବାରରେ ମନ୍ଦିରରେ ବିଶେଷ ପୂଜା ସମ୍ପନ୍ନ ହୋଇଥାଏ।

ଗଡ଼ ଚଣ୍ଡୀ

ଗଡ଼ ଚଣ୍ଡୀ

କଟକ କ୍ୟାଣ୍ଟନମେଣ୍ଟ୍‌ ରୋଡ୍‌ ବିଜୁ ପଟ୍ଟନାୟକ କଲୋନୀଠାରେ ରହିଛି ଗଡ଼ ଚଣ୍ଡୀ ମନ୍ଦିର। ପୂର୍ବରୁ କଟକ ଗଡ଼କୁ ମା’ ନାନା ବିପଦ ଆପଦରୁ ରକ୍ଷା କରୁଥିଲେ ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ମା’ଙ୍କ ପାଖରେ ମାନସିକ କଲେ ତାହା ଅଚିରେ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

କଟକ ଚଣ୍ଡୀ

କଟକ ଚଣ୍ଡୀ

ତୁଳସୀପୁର ଷ୍ଟାଡିୟମ୍‌ ରୋଡ୍‌ ଚଣ୍ଡୀଛକଠାରେ ରହିଛି ମା‘ କଟକ ଚଣ୍ଡୀଙ୍କ ଭବ୍ୟ ମନ୍ଦିର। ମା’ କଟକ ସହରର ସାହା ଭରସା। ବିଭିନ୍ନ ପର୍ବ ପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ମା’ ପ୍ରତ୍ୟକ୍ଷ ଶକ୍ତି ସ୍ବରୂପା। ଦଶହରାରେ ମନ୍ଦିରରେ ମା‘ଙ୍କର ବିଶେଷ ନୀତି ସମ୍ପନ୍ନ ହୋଇଥାଏ।