ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ଶ୍ରୀଜଗନ୍ନାଥ ମନ୍ଦିର

ବରମୁଣ୍ଡା

ବରମୁଣ୍ଡା

ବରମୁଣ୍ଡା ରାଜଧାନୀ କଲେଜ ନିକଟରେ ରହିଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର। ଏଠାରେ ଅନ୍ନପ୍ରସାଦର ବ୍ୟବସ୍ଥା ରହିଛି। ପ୍ରତିଦିନ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥାଏ।

ଚନ୍ଦ୍ରଶେଖରପୁର

ଚନ୍ଦ୍ରଶେଖରପୁର

ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବଡ଼ ମନ୍ଦିର ରହିଛି। ମନ୍ଦିରରେ ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଅନେକ ଏଠାରେ ବିବାହ, ଏକୋଇଶିଆ ଓ ବ୍ରତଘର କରିଥାନ୍ତି। ମନ୍ଦିରରେ ଅନ୍ନପ୍ରସାଦର ବ୍ୟବସ୍ଥା ରହିଛି।

ଶାସ୍ତ୍ରୀ ନଗର

ଶାସ୍ତ୍ରୀ ନଗର

ନୂଆପଲ୍ଲୀ ରାଜେନ୍ଦ୍ର ନାରାୟଣ ସିଂ ଦେଓ ମାର୍ଗ ସ୍ଥିତ ଶାସ୍ତ୍ରୀ ନଗରଠାରେ ରହିଛି ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର। ଏଠାରେ ପୁରୀ ଶ୍ରୀମନ୍ଦିର ଅନୁସାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୀତି ସମ୍ପନ୍ନ ହୋଇଥାଏ। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ।

ଧର୍ମ ବିହାର

ଧର୍ମ ବିହାର

ଭୁବନେଶ୍ୱର ଜାଗମରା ଧର୍ମବିହାରଠାରେ ରହିଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭବ୍ୟ ମନ୍ଦିର। ଶ୍ରୀଜୀଉଙ୍କ ସମସ୍ତ ନୀତି ଶାସ୍ତ୍ର ଆଧାରରେ ଏଠାରେ ସମ୍ପନ୍ନ ହୋଇଥାଏ। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଗହଳି ପରିଲକ୍ଷିତ ହୋଇଥାଏ।

ସାମନ୍ତ ବିହାର

ସାମନ୍ତ ବିହାର

ସାମନ୍ତ ବିହାର ପ୍ରେସ୍‌ ଛକ ନିକଟରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ରହିଛି। ଏଠାରେ ଅନ୍ନପ୍ରସାଦର ବ୍ୟବସ୍ଥା ଅଛି। ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଏଠାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥାଏ।