ଶ୍ରେଷ୍ଠ ପାଞ୍ଚ: କଟକର ସୁନା ମେଢ଼

ଚୌଧୁରୀ ବଜାର

ଚୌଧୁରୀ ବଜାର

ଚୌଧୁରୀ ବଜାରଠାରେ ୧୯୫୬ ମସିହାଠାରୁ ପ୍ରତିବର୍ଷ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ। ଏହି ମେଢ଼ରେ ୨୫୦ କିଲୋଗ୍ରାମ ରୁପା ବ୍ୟବହୃତ ହେଉଥିବାବେଳେ ୨୦୦୨ଠାରୁ ଏଠାରେ ସୁନାମେଢ଼ ତିଆରି କରାଯାଉଛି। ମେଢ଼ରେ ପ୍ରାୟ ୭.୬ କିଲୋଗ୍ରାମ୍‌ର ସୁନା ବ୍ୟବହାର କରାଯାଇଥାଏ।

ଚାଉଳିଆଗଞ୍ଜ

ଚାଉଳିଆଗଞ୍ଜ

ଚାଉଳିଆଗଞ୍ଜଠାରେ ୧୯୨୫ ମସିହାଠାରୁ ଦୁର୍ଗାପୂଜା ପ୍ରତିବର୍ଷ ଅନୁଷ୍ଠିତ ହେଉଛି। ଏଠାରେ ସ୍ବର୍ଗତ ଚିନ୍ତାମଣି ସାହୁ, ହାଡ଼ିବନ୍ଧୁ ସାହୁ ଓ କୁଳମଣି ପାତ୍ରଙ୍କ ଦ୍ୱାରା ଦୁର୍ଗାପୂଜା ଆରମ୍ଭ କରାଯାଇଥିଲା। ଏଠାରେ ଗୋଟିଏ ମଣ୍ଡପରେ ବିଭିନ୍ନ ତିଥିରେ ଦୁଇଟି ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।

ଆଲିଶା ବଜାର

ଆଲିଶା ବଜାର

ଆଲିଶା ବଜାରଠାରେ ୧୯୧୦ ମସିହାଠାରୁ ଦୁର୍ଗାପୂଜା ସମ୍ପନ୍ନ ହୋଇଆସୁଛି। ଏଠାରେ କମିଟିରେ ଉଭୟ ହିନ୍ଦୁ ଓ ମୁସଲମାନ୍‌ ସଦସ୍ୟ ରହିଛନ୍ତି। ସଭିଏଁ ମିଳିତ ଭାବେ ପୂଜା କରିଥାନ୍ତି।

ବାଲୁ ବଜାର

ବାଲୁ ବଜାର

ବାଲୁ ବଜାରଠାରେ ଗତ ୫୦୩ ବର୍ଷ ହେଲା ଦୁର୍ଗା ପୂଜା ପାଳିତ ହୋଇଆସୁଛି। ୧୫୧୪ରେ ଏଠାରେ ପ୍ରଥମେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ୧୮୯୦ ମସିହାରେ ସାଂଗଠନିକ ଭାବେ ଏଠାରେ ପୂଜା ଆରମ୍ଭ କରାଯାଇଥିଲା। ୧୨୬ ବର୍ଷ ଧରି ଏଠାରେ ନିର୍ମିତ ହେଉଥିବା ମୂର୍ତ୍ତିରେ ଅର୍ଗାନିକ ରଙ୍ଗର ପ୍ରଲେପ ଦିଆଯାଉଛି। ରଙ୍ଗ ସାଧାରଣତଃ ଫଳ ଚୋପା, ଲାଲ୍‌ କାଦୁଅ ମାଟି, ଶୁଖିଲା ପନିପରିବା ଗୁଣ୍ଡ, ବିଭିନ୍ନ ପ୍ରକାର ଶୁଖିଲା ଫୁଲ ଗୁଣ୍ଡରୁ ପ୍ରସ୍ତୁତ ହୋଇଥାଏ।

ମଙ୍ଗଳାବାଗ

ମଙ୍ଗଳାବାଗ

ମଙ୍ଗଳାବାଗରେ ୨୦୧୦ଠାରୁ ସୁନା ମେଢ଼ ନିର୍ମିତ ହୋଇଆସୁଛି। ଏଠାରେ ମେଢ଼ରେ ପ୍ରାୟ ୫ କିଲୋଗ୍ରାମ ସୁନା ବ୍ୟବହାର କରାଯାଇଥାଏ। ପୂଜା ପେଣ୍ଡାଲ ମୁସଲମାନ୍‌ କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଥାଏ। ଉଭୟ ହିନ୍ଦୁ ଓ ମୁସଲମାନ୍‌ ମିଳିତ ଭାବେ ପୂଜାରେ ସହାୟତା କରିଥାନ୍ତି।

Model This Week

ପ୍ରଭାତ