ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ଲକ୍ଷ୍ମୀ ମନ୍ଦିର

ଶିଶୁପାଳଗଡ଼

ଶିଶୁପାଳଗଡ଼

ଲୁଇସ୍‌ ରୋଡ୍‌ ଶିଶୁପାଳଗଡ଼ଠାରେ ମାତା ମହାଲକ୍ଷ୍ମୀଙ୍କର ମନ୍ଦିର ରହିଛି। ମନ୍ଦିରରେ ମାର୍ଗଶିର ମାସ ଗୁରୁବାରରେ ବିଶେଷ ପୂଜା ସମ୍ପନ୍ନ ହୋଇଥାଏ। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥାଏ।

ଆଇଆରସି ଭିଲେଜ୍‌

ଆଇଆରସି ଭିଲେଜ୍‌

ଆଇଆରସି ଭିଲେଜ୍‌ଠାରେ ଶ୍ରୀମହାଲକ୍ଷ୍ମୀ ମନ୍ଦିର ରହିଛି। ଏଠାରେ ସୁଦଶାବ୍ରତ, ଅନନ୍ତବ୍ରତ ଆଦି ସ୍ବତନ୍ତ୍ର ଭାବେ ଅନୁଷ୍ଠିତ ହୋଇଥାଏ। ଶ୍ରଦ୍ଧାଳୁ ଏଠାରେ ପିଲାଙ୍କର ଖଡ଼ିଛୁଆଁ ମଧ୍ୟ ଶାସ୍ତ୍ରୀୟ ନୀତିରେ ସମ୍ପନ୍ନ କରିଥାନ୍ତି।

ଜୟଦେବ ବିହାର

ଜୟଦେବ ବିହାର

ଜୟଦେବ ବିହାରଠାରେ ରହିଛି ମହାଲକ୍ଷ୍ମୀଙ୍କ ମନ୍ଦିର। ମାର୍ଗଶିର ମାସରେ ମା’ଙ୍କର ସ୍ବତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଥାଏ। ଏହା ସହିତ ହେରାପଞ୍ଚମୀ, ରଥଯାତ୍ରା, ଦଶହରା ଆଦି ପର୍ବରେ ଏଠାରେ ମା’ଙ୍କର ବିଶେଷ ପୂଜା ହୋଇଥାଏ।

ରେଣ୍ଟାଲ କଲୋନୀ

ରେଣ୍ଟାଲ କଲୋନୀ

ରେଣ୍ଟାଲ କଲୋନୀଠାରେ ରହିଛି ମାତା ଲକ୍ଷ୍ମୀଙ୍କର ଭବ୍ୟ ମନ୍ଦିର। ଏଠାରେ ଅବିବାହିତ ଝିଅ ପୁଅ ଶୀଘ୍ର ବିବାହ ପାଇଁ ମାନସିକ କରିଥାନ୍ତି। ମାନସିକ ପୂରଣ ପରେ ମା’ଙ୍କ ପାଖରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ।

ସୈନିକ ସ୍କୁଲ

ସୈନିକ ସ୍କୁଲ

ସୈନିକ ସ୍କୁଲଠାରେ ରହିଛି ମା’ ମହାଲକ୍ଷ୍ମୀଙ୍କ ମନ୍ଦିର। ଏଠାରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଅନ୍ୟ ଦିନ ତୁଳନାରେ ଗୁରୁବାର ଅଧିକ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଥାନ୍ତି। ଅନେକ ଏଠାରେ ମାନସିକ ପୂଜା କରିଥାନ୍ତି।

Model This Week

Model This Week