ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ଲକ୍ଷ୍ମୀନାରାୟଣ ମନ୍ଦିର

ଆଇଗିଣିଆ

ଆଇଗିଣିଆ

ଆଇଗିଣିଆ ନିକଟସ୍ଥ ଜାତୀୟ ରାଜପଥ-୫ ଓଭର ବ୍ରିଜ୍‌ଠାରେ ରହିଛି ଲକ୍ଷ୍ମୀନାରାୟଣ ମନ୍ଦିର। ଏଠାରେ ପ୍ରତି ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥାଏ। ଅବିବାହିତ ଝିଅ ପୁଅ ଶୀଘ୍ର ବିବାହ ପାଇଁ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି।

ହଂସପାଳ

ହଂସପାଳ

ହଂସପାଳ ରୋଡ଼ଠାରେ ଥିବା ସ୍କୁଲ ନିକଟରେ ରହିଛି ଲକ୍ଷ୍ମୀନାରାୟଣଙ୍କର ମନ୍ଦିର। ମନ୍ଦିରରେ ଲକ୍ଷ୍ମୀନାରାୟଣଙ୍କର ଭବ୍ୟ ମୂର୍ତ୍ତି ରହିଛି। ମନ୍ଦିରକୁ ନେଇ ଅନେକ ଅଲୌକିକ କଥା ଶୁଣିବାକୁ ମିଳିଥାଏ। ଇଣ୍ଟରଭ୍ୟୁ ଦେବାକୁ ଯାଉଥିବା ପ୍ରାର୍ଥୀ ମନ୍ଦିରରେ ମାନସିକ କରିବାର ଦେଖାଯାଇଥାଏ। ପର୍ବପର୍ବାଣିରେ ମନ୍ଦିରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ଶାସ୍ତ୍ରୀ ନଗର

ଶାସ୍ତ୍ରୀ ନଗର

ଶାସ୍ତ୍ରୀ ନଗର ଏସ୍‌ବିଆଇ ଏଟିଏମ୍‌ ନିକଟରେ ରହିଛି ଲକ୍ଷ୍ମୀନାରାୟଣଙ୍କ ମନ୍ଦିର। ଏଠାରେ ଅନ୍ନପ୍ରସାଦର ସୁବିଧା ରହିଛି। ଶ୍ରଦ୍ଧାଳୁମାନେ ଏଠାରେ ଜନ୍ମଦିନ ଉତ୍ସବ ପାଳନ କରିଥାନ୍ତି। ଜାଗର, ଅଁଳାନବମୀ, କାର୍ତ୍ତିକ ମାସରେ ମନ୍ଦିରରେ ସ୍ବତନ୍ତ୍ର ପୂଜା ହୋଇଥାଏ।

 ରେଳ କୁଞ୍ଜ

ରେଳ କୁଞ୍ଜ

ଚନ୍ଦ୍ରଶେଖରପୁର ରେଳ କୁଞ୍ଜଠାରେ ଥିବା ବିଡିଏ କଲୋନୀରେ ରହିଛି ଲକ୍ଷ୍ମୀନାରାୟଣଙ୍କ ମନ୍ଦିର। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିର ଉତ୍ସବମୁଖର ହୋଇ ଉଠିଥାଏ। ମାର୍ଗଶିର ମାସ ଗୁରୁବାର, ସାବିତ୍ରୀ ବ୍ରତ, ରଜ ସଂକ୍ରାନ୍ତିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥାଏ।

ୟୁନିଟ୍‌-୯

ୟୁନିଟ୍‌-୯

ସଚିବାଳୟ ମାର୍ଗ ୟୁନିଟ୍‌-୯ଠାରେ ରହିଥିବା ଲକ୍ଷ୍ମୀନାରାୟଣ ମନ୍ଦିର ୧୯୪୮ ମସିହାରେ ଭୁବନେଶ୍ୱର ରାଜଧାନୀ ହେବାର ପୂର୍ବରୁ ରହିଥିବାର ଲୋକମାନେ କୁହନ୍ତି। ମନ୍ଦିରରେ ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ମନ୍ଦିରରେ ବିବାହ, ବ୍ରତୋପନୟନ, ଜନ୍ମଦିନ ଆଦି ଅନୁଷ୍ଠିତ ହୋଇଥାଏ।