ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ଶନି ମନ୍ଦିର

ସିଆର୍‌ପି ଛକ

ସିଆର୍‌ପି ଛକ

ସିଆର୍‌ପି ଛକଠାରେ ଥିବା ୟୁକୋ ବ୍ୟାଙ୍କ ନିକଟରେ ରହିଛି ପ୍ରଭୁ ଶନିଶ୍ଚରଙ୍କ ମନ୍ଦିର। ଏଠାରେ ପ୍ରତି ଶନିବାର ଦିନ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥାଏ। ମନ୍ଦିରରେ ଶ୍ରଦ୍ଧାଳୁମାନେ ଶନି ମେଳା କରିଥାନ୍ତି।

ଶାସ୍ତ୍ରୀ ନଗର

ଶାସ୍ତ୍ରୀ ନଗର

ନୟାପଲ୍ଲୀ କଳିଙ୍ଗ ଷ୍ଟାଡିୟମ୍‌ ନିକଟରେ ଥିବା ଶାସ୍ତ୍ରୀ ନଗରଠାରେ ରହିଛି ପ୍ରଭୁ ଶନିଦେବଙ୍କ ମନ୍ଦିର। ପୂର୍ବରୁ ଏଠାରେ ପ୍ରଭୁଙ୍କର ଏକ ଛୋଟ ମନ୍ଦିର ଥିଲା। ପରବର୍ତ୍ତୀ ସମୟରେ ଏହାକୁ ସମ୍ପ୍ରସାରଣ କରାଯାଇଛି। ଶନିବାର ଦିନ ଏଠାରେ ରିଷ୍ଟ ଖଣ୍ଡନ ପାଇଁ ପୂଜାପାଠ କରାଯାଇଥାଏ।

ଶ୍ରୀକ୍ଷେତ୍ର ବିହାର

ଶ୍ରୀକ୍ଷେତ୍ର ବିହାର

ଖଣ୍ଡଗିରି ଜାତୀୟ ରାଜପଥ ଶ୍ରୀକ୍ଷେତ୍ର ବିହାରଠାରେ ରହିଛି ପ୍ରଭୁ ଶନିଶ୍ଚରଙ୍କ ମନ୍ଦିର। ଶ୍ରଦ୍ଧାଳୁ ଏଠାରେ ପ୍ରତି ଶନିବାର ଶନି ମହାଦଶାର ଖରାପ ଫଳ ଖଣ୍ଡନ ପାଇଁ ପୂଜାର୍ଚ୍ଚନା କରିଥାନ୍ତି। କେହି କେହି ପାଞ୍ଚ ଶନିବାର ମେଳା ବ୍ରତ ମଧ୍ୟ କରିଥାନ୍ତି।

ପାଣ୍ଡବ ନଗର

ପାଣ୍ଡବ ନଗର

ବଡ଼ଗଡ଼ ଗାଁର ପାଣ୍ଡବ ନଗରଠାରେ ପ୍ରଭୁ ଶନିଶ୍ଚରଙ୍କ ମନ୍ଦିର ରହିଛି। ପ୍ରଭୁଙ୍କ ପାଖରେ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶନିବାର ଦିନ ଏଠାରେ ଶ୍ରଦ୍ଧାଳୁମାନେ ଶନିମେଳା କରି ପ୍ରସାଦ ବଣ୍ଟନ କରିଥାନ୍ତି।

ବାଣୀ ବିହାର

ବାଣୀ ବିହାର

ବାଣୀ ବିହାର ସହିଦ୍‌ ନଗର ପୋଲିସ ଥାନା ନିକଟରେ ରହିଛି ଶନିଦେବଙ୍କ ମନ୍ଦିର। ପ୍ରତି ଶନିବାର ଦିନ ଏଠାରେ ଶ୍ରଦ୍ଧାଳୁମାନେ ରାଶିତେଲ ଦୀପ ଜଳାଇବା ସହିତ ଶନିଶ୍ଚରଙ୍କୁ ରାଶିଲଡ଼ୁ ଲାଗି କରାଇଥାନ୍ତି। ମନ୍ଦିରରେ ଅନ୍ନ ପ୍ରସାଦ ସୁବିଧା ରହିଛି।