ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ଗଣେଶ ମନ୍ଦିର

ସାମନ୍ତ ବିହାର

ସାମନ୍ତ ବିହାର

ସାମନ୍ତ ବିହାରର କଳିଙ୍ଗ ହସପିଟାଲ ଛକଠାରେ ପ୍ରଭୁ ଶ୍ରୀଗଣେଶଙ୍କ ମନ୍ଦିର। ବିଘ୍ନବିନାଶକ ଭକ୍ତଙ୍କ ଆଶା ପୂରଣ କରିଥାନ୍ତି। ଗଣେଶ ଚତୁର୍ଥୀ ଏବଂ ଅନ୍ୟ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥାଏ।

ଶ୍ରୀରାମ ନଗର

ଶ୍ରୀରାମ ନଗର

ପୁରୁଣା ଭୁବନେଶ୍ୱର ଶ୍ରୀରାମନଗରରେ ଜ୍ଞାନୀ ଜୈଲ ସିଂ ରୋଡ୍‌ଠାରେ ରହିଛି ଗଣପତିଙ୍କର ଭବ୍ୟମନ୍ଦିର। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥାଏ। ଶ୍ରୀଗଣେଶଙ୍କ ମହିମା ସମ୍ପର୍କରେ ଶ୍ରଦ୍ଧାଳୁ ଅନେକ ଅଲୌକିକ କଥା କହିଥାନ୍ତି।

ଗୋପବନ୍ଧୁ ନଗର

ଗୋପବନ୍ଧୁ ନଗର

ଭୁବନେଶ୍ୱର ଗୋପବନ୍ଧୁ ନଗରରେ ରହିଛି ପ୍ରଭୁ ଗଜାନନଙ୍କ ମନ୍ଦିର। ମନ୍ଦିରରେ ଶ୍ରୀଗଣେଶଙ୍କ ପୂଜା ମଧ୍ୟରେ ସକାଳ ଧୂପ, ମଧ୍ୟାହ୍ନଭୋଗ, ସନ୍ଧ୍ୟାଭୋଗ ଓ ରାତିରେ ସଙ୍ଖୁଡ଼ି ଭୋଗ ଲାଗି ହୋଇଥାଏ। ଅନେକ ମାନସିକଧାରୀ ଏଠାରେ ମନୋସ୍କାମନା ପୂରଣ ପରେ ଭୋଗରାଗ କରିଥାନ୍ତି।

ଏକାମ୍ର ପାର୍କ

ଏକାମ୍ର ପାର୍କ

ନୟାପଲ୍ଲୀ ଏକାମ୍ର ପାର୍କ ସାଲିଆ ସାହିଠାରେ ରହିଛି ପ୍ରଭୁ ଶ୍ରୀଗଣେଶଙ୍କ ମନ୍ଦିର। ଶ୍ରୀଗଣେଶଙ୍କ ମହିମା ନେଇ ଶ୍ରଦ୍ଧାଳୁ ଅନେକ ଅଲୌକିକ କଥା କହିଥାନ୍ତି। ଏଠାରେ ଛୋଟ ପିଲାଙ୍କ ଖଡ଼ିଛୁଆଁ ପୂଜା ହୋଇଥାଏ। ଗଣେଶ ଚତୁର୍ଥୀରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖାଯାଇଥାଏ।

ଝାରପଡ଼ା

ଝାରପଡ଼ା

ଝାରପଡ଼ାରେ ରହିଛି ପ୍ରାଚୀନ ଗଣେଶ ମନ୍ଦିର। ଏଠାରେ ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଜାଗର, ଗଣେଶ ଚତୁର୍ଥୀ, ସାବିତ୍ରୀରେ ଏଠାରେ ମେଳା ବସେ। ଏଠାରେ ଶ୍ରୀଗଣେଶଙ୍କ ପାଖରେ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।