ଶ୍ରେଷ୍ଠ ପାଞ୍ଚ: ସତ୍ୟପୀର ପୀଠ

ହଜୁର୍‌ ମିଲାତ୍‌ ପୀଠ

ହଜୁର୍‌ ମିଲାତ୍‌ ପୀଠ

ଭଦ୍ରକ ଜିଲା ଧାମନଗରଠାରେ ରହିଛି ବାବା ହଜୁର୍‌ ମୁଜାହିଦ୍‌ ମିଲାତ୍‌ ମୌଳାନା ହବିବୁର୍‌ ରେହମାନ କ୍ୟୁରେସୀଙ୍କ ପୀଠ। ଏହା ପ୍ରାଚୀନ କାଳରୁ ସର୍ବଧର୍ମ ସମନ୍ବୟର ବାର୍ତ୍ତା ବହନ କରିଆସୁଛି। ବାବା ସ୍ଥାନୀୟ ଜମିଦାର ବର୍ଗର ଥିଲେ ମଧ୍ୟ ଲୋକଙ୍କ ଦୁଃଖ ତାଙ୍କୁ ସବୁବେଳେ ବ୍ୟଥିତ କରୁଥିଲା। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବାବା ଅଲୌକିକ ଶକ୍ତିର ଉପଯୋଗ କରୁଥିଲେ ବୋଲି ଶ୍ରଦ୍ଧାଳୁ କୁହନ୍ତି। ବାବା ପ୍ରବଳ ବର୍ଷାରେ ଗଲେ ମଧ୍ୟ ଓଦା ହେଉ ନ ଥିବା ଜନଶ୍ରୁତି କୁହେ।

କଦମ୍‌-ଇ-ରସୁଲ୍‌

କଦମ୍‌-ଇ-ରସୁଲ୍‌

କଟକରେ ରହିଛି ସର୍ବଧର୍ମ ସମନ୍ବୟ ପୀଠ କଦମ୍‌-ଇ-ରସୁଲ୍‌। ଏହି ପୀଠ ୧୮ଶତାବ୍ଦୀରେ ନଓ୍ବାବ୍‌ ଶୁଜାଉଦ୍ଦିନ୍‌ ମହମ୍ମଦ୍‌ ଖାଁଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ପବିତ୍ର ପୀଠ ପୂର୍ବରୁ କଟକ ଜିଲା ରସୁଲପୁର ଗାଁରେ ଥିଲା। ପରବର୍ତ୍ତୀ ସମୟରେ ଏହାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ହଜରତ୍‌ ମହମ୍ମଦ୍‌ଙ୍କର ପାଦ ଚିହ୍ନ ରହିଛି। ବିଭିନ୍ନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଏଠାରେ ମାନସିକ କରିଥାନ୍ତି।

ମକମୁଦ୍‌ ଜାହାନିଆ ପୀଠ

ମକମୁଦ୍‌ ଜାହାନିଆ ପୀଠ

ପୁରୀ ଜିଲା ଅସ୍ତରଙ୍ଗ ସମୁଦ୍ରକୂଳରେ ରହିଛି ବାବା ହଜରତ୍‌ ମକମୁଦ୍‌ ଜାହାନିଆ ଜାଙ୍ଗଗସ୍ତିଙ୍କ ପୀଠ। ଜନଶ୍ରୁତି କୁହେ, ବାବା ସମୁଦ୍ର ପଥରେ ଆରବରୁ ତାଙ୍କ ପୁଅ ସହିତ ଆସି ଏଠାରେ ପହଞ୍ଚିଥିଲେ। ଏଠାରେ ବାବାଙ୍କର କଠଉ, ପିନ୍ଧାବସ୍ତ୍ର, ବାଡ଼ି ଆଦି ରହିଛି। ନିଃସନ୍ତାନ ଦମ୍ପତି ଏଠାରେ ପୂଜାର୍ଚ୍ଚନା କଲେ ବାବାଙ୍କ କୃପାରୁ ସନ୍ତାନ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଭୁଜାଖିଆ ପୀର

ଭୁଜାଖିଆ ପୀର

ବାଲେଶ୍ୱର ଜିଲା ସୁନାହାଟଠାରେ ବାବା ହଜରତ୍‌ ସ୍ବାଲେ ମହମ୍ମଦଙ୍କ ଦରଘା ରହିଛି। ତାଙ୍କୁ ଭୁଜାଖିଆ ପୀର କୁହାଯାଇଥାଏ। ଏଠାରେ ଭୁଜା ଭୋଗ ହୋଇଥାଏ। ବାବାଙ୍କ ଜନ୍ମ ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନ୍‌ ସମ୍ପ୍ରଦାୟ ମିଳିତ ଭାବେ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ଜନଶ୍ରୁତିରୁ ଜଣାଯାଏ ବାବା ଏହି ଅଞ୍ଚଳରେ ହଇଜାରୁ ଅନେକ ଲୋକଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଥିଲେ।

ବାବା ବୁଖାରୀ ପୀଠ

ବାବା ବୁଖାରୀ ପୀଠ

ଖୋର୍ଦ୍ଧାର କାଇପଦରଠାରେ ବାବା ବୁଖାରୀ ପୀଠ ରହିଛି। ବାବା ଇରାକ୍‌ର ବୁଖାରା ଅଞ୍ଚଳରୁ ଆସିଥିବା ଜନଶ୍ରୁତିରୁ ଜଣାପଡେ। ବାବାଙ୍କ ପୀଠରେ ମୁସଲମାନ୍‌ ମୌଲବୀ ପୂଜା କରିଥାନ୍ତି। ତେବେ ବାବାଙ୍କୁ ଲାଗି ହେଉଥିବା ଫୁଲ ମାଳି ଓ ଶିରଣି ଭୋଗ ଗୁଡ଼ିଆ ପ୍ରସ୍ତୁତ କରିଥାନ୍ତି। ପ୍ରତି ଦିନ ଭୋର୍‌ ୪ଟାରେ ଓ ସନ୍ଧ୍ୟାରେ ବାବାଙ୍କ ପାଖରେ ଏକ ପ୍ରକାର କାଠର ବାଦ୍ୟଯନ୍ତ୍ର ବଜା ଯାଇଥାଏ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥାଏ। ବାବାଙ୍କ ନିର୍ଦ୍ଦେଶରେ ଦରଘା ନିକଟରେ ଏକ କୂଅ ସୃଷ୍ଟି ହୋଇଥିବା ଶ୍ରଦ୍ଧାଳୁ କହିଥାନ୍ତି। ଗଜପତି ରାମଚନ୍ଦ୍ର ଦେବ ବରୁଣେଇ ପାହାଡ଼ରେ ରହୁଥିବା ସମୟରେ ବାବାଙ୍କୁ ସାକ୍ଷାତ୍‌ କରି ତାଙ୍କ ଅଲୌକିକ ଶକ୍ତି ସମ୍ପର୍କରେ ଜାଣିପାରିଥିଲେ। ବାବାଙ୍କ ନିର୍ଦ୍ଦେଶରେ ତାଙ୍କ ଉପରେ ଉଇହୁଙ୍କା ହୋଇଥିବାର ଶ୍ରଦ୍ଧାଳୁ କହିଥାନ୍ତି। ତେଣୁ ବାବାଙ୍କୁ ଜିନ୍ଦାପୀର୍‌ କୁହାଯାଇଥାଏ।

Model This Week

ରୂପେଶ