Dharitri News

ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଜନଜାତି

ମୁଣ୍ଡା

ମୁଣ୍ଡା

ଓଡ଼ିଶାର ପାର୍ବତ୍ୟାଞ୍ଚଳରେ ମୁଣ୍ଡା ଜନଜାତି ବସବାସ କରନ୍ତି। ବ୍ରିଟିଶ୍‌ ଶାସନ ସମୟରେ ୧୮୭୧ରେ ମୁଣ୍ଡା ଜନଜାତିଙ୍କୁ ଅପରାଧୀ ଜନଜାତି ଭାବେ ଘୋଷଣା କରାଯାଇଥିଲା। ସେମାନେ ଫସଲ କ୍ଷେତରେ ମଣିଷ ବଳି ଦେଉଥିବାର ନଜିର ରହିଛି। ଏହାଦ୍ୱାରା ଭଲ ଫସଲ ହୁଏ ବୋଲି ସେମାନେ ବିଶ୍ୱାସ କରନ୍ତି। ତେବେ ଆଧୁନିକ ସଭ୍ୟତା ସ୍ପର୍ଶରେ ଏଭଳି ଅନ୍ଧ ବିଶ୍ୱାସଠାରୁ ଦୂରେଇ ପ୍ରଗତୀର ମୁଖ୍ୟ ସ୍ରୋତରେ ସାମିଲ୍‌ ହୋଇ ପାରିଛନ୍ତି।

ସାନ୍ତାଳ

ସାନ୍ତାଳ

ସାନ୍ତାଳ ଜନଜାତି ସାନ୍ତାଳି ଭାଷାରେ କଥାବାର୍ତ୍ତା ହୋଇଥାନ୍ତି। ସେମାନେ ଜନ୍ମ ମୃତ୍ୟୁ ଚକ୍ରକୁ ବିଶ୍ୱାସ କରନ୍ତି। ସେଥିପାଇଁ କୌଣସି ସଦସ୍ୟର ମୃତ୍ୟୁରେ ତାକୁ ତାହାର ପ୍ରିୟ ଦ୍ରବ୍ୟ ସହିତ ପୋତି ଦେଇଥାନ୍ତି। ପ୍ରତି ପର୍ବପର୍ବାଣିରେ ମୃତକ ପୋତା ହୋଇଥିବା ସ୍ଥାନରେ ସେମାନେ ଖାଦ୍ୟ ସାମଗ୍ରୀ ଅର୍ପଣ କରିଥାନ୍ତି। ଶୋହରାଇ ସେମାନଙ୍କର ବଡ଼ ପର୍ବ।

କନ୍ଧ

କନ୍ଧ

ଡଙ୍ଗରିଆ କନ୍ଧ ଜନଜାତି ଓଡ଼ିଶାର ପାର୍ବତ୍ୟାଞ୍ଚଳରେ ବସବାସ କରିଥାନ୍ତି। ସେମାନେ କୁଇ ଭାଷାରେ କଥା ହୁଅନ୍ତି। ସେମାନେ ପ୍ରକୃତିକୁ ଉପାସନା କରିଥାନ୍ତି। କନ୍ଧ ମହିଳାଙ୍କ ଶରୀରରେ ଚିତା କୁଟା ହୋଇଥିବାର ଦେଖିବାକୁ ମିଳେ। କନ୍ଧ ଗାଁର ବରିଷ୍ଠ ବ୍ୟକ୍ତିଙ୍କୁ ପ୍ରଧାନ କୁହାଯାଇଥାଏ। ବାହାଘରରେ କନ୍ଧ ସମ୍ପ୍ରଦାୟରେ କନ୍ୟା ମୂଲ ଦେବାକୁ ପଡିଥାଏ। ସେମାନେ ଜଙ୍ଗଲରେ ପୋଡୁଚାଷ କରିଥାନ୍ତି। ଜଙ୍ଗଲରେ ସେମାନେ କମଳା, ସପୁରି, ହଳଦୀ, ଆମ୍ବ, ଅଦା, ଅମୃତଭଣ୍ଡା, ପଣସ ଆଦି ଚାଷ କରିଥାନ୍ତି।

ଜୁଆଙ୍ଗ

ଜୁଆଙ୍ଗ

କେନ୍ଦୁଝର ଜିଲାର ଗୋ ନାସିକା ପାହାଡ଼ରେ ଜୁଆଙ୍ଗ ଜନଜାତି ବସବାସ କରିଥାନ୍ତି। କେତେକ ଜୁଆଙ୍ଗ ଭୂୟାଁ ସ୍ବାଧୀନତା ଆନ୍ଦୋଳନ ସମୟରେ ଢ଼େଙ୍କାନାଳ ଜିଲାକୁ ପଳାଇ ଆସିଥିଲେ। ଅନେକ ଜୁଆଙ୍ଗ ବୈତରଣୀ ନଦୀ ଅବବାହିକାରେ ବସବାସ କରିଥାନ୍ତି। ପୂର୍ବରୁ ସେମାନେ ଜଙ୍ଗଲରେ ଶିକାର କରି ଗୁଜୁରାଣ ମେଣ୍ଟାଉଥିଲେ। ଏବେ ସେମାନଙ୍କର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରଣୟନ କରାଯାଇଛି।

ବଣ୍ଡା

ବଣ୍ଡା

ଓଡ଼ିଶାର ମାଲକାନଗିରିରେ ବଣ୍ଡା ଜନଜାତି ବସବାସ କରନ୍ତି। ଏହାଛଡା ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ମଧ୍ୟ ଏମାନେ ବସବାସ କରୁଥିବା ଦେଖାଯାଇଥାନ୍ତି। ବଣ୍ଡା ବାଳକ ୧୦ରୁ ୧୨ ବର୍ଷ ବୟସରେ ବିବାହ କରିଥାଏ। ଏଥିପାଇଁ କନିଆ କିଣିବାକୁ ହୋଇଥାଏ। ବଣ୍ଡା ସମାଜରେ ଛାଡପତ୍ର ଦେଖାଯାଇଥାଏ। ଏହାକୁ ଲୁଙ୍ଗ୍‌ ସିସି କୁହାଯାଇଥାଏ। ବଣ୍ଡା ସମାଜରେ ବ୍ୟକ୍ତିଙ୍କ ମୃତ୍ୟୁର ୧୦ମ ଦିନରେ ଗୋଦାନ କରାଯାଇଥାଏ। ଏହାଦ୍ୱାରା ମୃତକଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।