ଶ୍ରେଷ୍ଠ ପାଞ୍ଚ: ହନୁମାନ ମନ୍ଦିର

ସଙ୍କଟ ମୋଚନ ମହାବୀର

ସଙ୍କଟ ମୋଚନ ମହାବୀର

ଖୋର୍ଦ୍ଧା ଜରିପୁଟ ତନ୍ତମୁଣ୍ଡିଆରେ ରହିଛି ସଙ୍କଟ ମୋଚନ ମହାବୀରଙ୍କ ମନ୍ଦିର। ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତା ଏବଂ ସାନଭାଇ ଲକ୍ଷ୍ମଣଙ୍କର ମୂର୍ତ୍ତି ରହିଛି। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ।

ସିରୁଳି ମହାବୀର

ସିରୁଳି ମହାବୀର

ପୁରୀର ସିରୁଳିଠାରେ ରହିଛି ସିରୁଳି ମହାବୀରଙ୍କ ମନ୍ଦିର। ଏହି ମନ୍ଦିରର ମହାତ୍ମ୍ୟ ଅଧିକ। ମନ୍ଦିରରେ ବଜରଙ୍ଗୀଙ୍କର ଭବ୍ୟ ମୂର୍ତ୍ତି ରହିଛି। ଗୋଟିଏ ହାତରେ ସେ ଗଦା ଓ ଅନ୍ୟହାତରେ ଗନ୍ଧମାର୍ଦ୍ଦନ ପର୍ବତ ଧରିଛନ୍ତି। କୁହାଯାଏ ମନ୍ଦିରରେ ଥିବା ଏକ ଛୋଟ ଝରକାରେ ଶ୍ରୀମନ୍ଦିର ପତିତପାବନ ବାନା ଦୃଶ୍ୟମାନ ହୋଇଥାଏ ବୋଲି ଶ୍ରଦ୍ଧାଳୁ କୁହନ୍ତି।

ଦରିଆ ମହାବୀର

ଦରିଆ ମହାବୀର

ପୁରୀର ଚକରାନାରାୟଣ ମନ୍ଦିରର ପଶ୍ଚିମ ଦିଗରେ ରହିଛି ଶ୍ରୀଦରିଆ ମହାବୀର ମନ୍ଦିର। ମନ୍ଦିରରେ ଶ୍ରୀହନୁମାନଙ୍କ ଭବ୍ୟ ମୂର୍ତ୍ତି ରହିଛି। ବଜରଙ୍ଗୀ ବାମ ହାତରେ ଲଡ଼ୁ ଏବଂ ଅନ୍ୟ ହାତରେ ଗଦା ଧରିଛନ୍ତି। ପୁରୀକୁ ମାରୁତିନନ୍ଦନ ସୁରକ୍ଷା ଦେଉଥିବାର ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଏଠାରେ ପଣାସଂକ୍ରାନ୍ତି, ରାମନବମୀ ଆଦି ପର୍ବପର୍ବାଣିରେ ଗହଳି ପରିଲକ୍ଷିତ ହୋଇଥାଏ।

ଶ୍ରୀପଞ୍ଚମୁଖୀ ହନୁମାନ ମନ୍ଦିର

ଶ୍ରୀପଞ୍ଚମୁଖୀ ହନୁମାନ ମନ୍ଦିର

କଟକ ଖାନନଗରରେ ରହିଛି ଶ୍ରୀପଞ୍ଚମୁଖୀ ହନୁମାନ ମନ୍ଦିର। ମନ୍ଦିରଟି କାଠଯୋଡ଼ି ନଦୀ କୂଳରେ ଅବସ୍ଥିତ। ଏହି ପୁରାତନ ମନ୍ଦିରରେ ଶ୍ରୀହନୁମାନଙ୍କ ସହିତ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କର ଭବ୍ୟ ମୂର୍ତ୍ତି ରହିଛି। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

୧୦୮ ହନୁମାନ ମନ୍ଦିର

୧୦୮ ହନୁମାନ ମନ୍ଦିର

ଭୁବନେଶ୍ୱର ୟୁନିଟ୍‌-୧ରେ ରହିଛି ୧୦୮ ହନୁମାନ ମନ୍ଦିର। ଏଠାରେ ଶ୍ରୀ ବଜରଙ୍ଗୀଙ୍କର ୧୦୮ ଭବ୍ୟ ମୂର୍ତ୍ତି ରହିଛି। ଏଠି ଥରେ ହନୁମାନ ଚାଳିଶା ପାଠ କଲେ ୧୦୮ଥର ପାଠର ପୁଣ୍ୟ ମିଳେ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଏଠାରେ ବଜରଙ୍ଗୀଙ୍କର ଧ୍ୟାନମୁଦ୍ରା, ଆଶୀର୍ବାଦ ମୁଦ୍ରା, ବୀର ମୁଦ୍ରା, ରୁଦ୍ର ମୁଦ୍ରା, ରାମସେବକ ମୁଦ୍ରା, କୀର୍ତ୍ତନ ମୁଦ୍ରାର ମୂର୍ତ୍ତି ରହିଛି। ଏଠାରେ ପଣାସଂକ୍ରାନ୍ତି ଓ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥାଏ।

Model This Week

ରୂପେଶ