Dharitri News

ଶ୍ରେଷ୍ଠ ପାଞ୍ଚ: ଶ୍ରୀଜଗନ୍ନାଥଙ୍କ ସେବକ

ଦଇତାପତି

ଦଇତାପତି

ନବକଳେବର ସମୟରେ ଦଇତାପତି ସେବକ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ସେହିପରି ରଥଯାତ୍ରା ସମୟରେ ଓ ଶ୍ରୀଜୀଉଙ୍କ ଅନବସର ସମୟରେ ଦଇତାପତି ମୁଖ୍ୟ ଦାୟିତ୍ୱ ତୁଲାଇଥାନ୍ତି। ପତି ସେବକମାନେ ଦଇତାପତିଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି।

ଚାଙ୍ଗୁଡା ମେକାପ

ଚାଙ୍ଗୁଡା ମେକାପ

ଚାଙ୍ଗୁଡ଼ା ମେକାପ ଶ୍ରୀଜୀଉଙ୍କ ଶ୍ରୀବସ୍ତ୍ର ଦାୟିତ୍ୱ ବହନ କରିଥାନ୍ତି। ସେହିପରି ଅଖଣ୍ଡ ମେକାପ ଶ୍ରୀମନ୍ଦିରରେ ଦ୍ୱାରଫିଟାଠାରୁ ପହୁଡ଼ ପର୍ଯ୍ୟନ୍ତ ରତ୍ନଦୀପ ଜଳାଇଥାନ୍ତି।

ଖୁଣ୍ଟିଆ ସେବକ

ଖୁଣ୍ଟିଆ ସେବକ

ଶ୍ରୀମନ୍ଦିରରେ ଖୁଣ୍ଟିଆ ସେବକ ମଣିମା ଡାକ ଦେବା ସହିତ ଶ୍ରୀଜୀଉଙ୍କ ଦର୍ଶନ କରାଇଥାନ୍ତି। ଖୁଣ୍ଟିଆ ସେବକଙ୍କ ମଧ୍ୟରେ ପାଳିଆ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ବିଲାଇଜଗା ଖୁଣ୍ଟିଆ, ରୁକୁଣା ବରରା ଖୁଣ୍ଟିଆ ଆଦି ଅନ୍ତର୍ଭୁକ୍ତ।

ଛତିଶା ନିଯୋଗ

ଛତିଶା ନିଯୋଗ

ଛତିଶା ନିଯୋଗ ସେବକଙ୍କ ମଧ୍ୟରେ ନାୟକ ପାଟଯୋଶୀ ମହାପାତ୍ର ଓ ଭଣ୍ଡାର ନାୟକ ଅନ୍ତର୍ଭୁକ୍ତ। ସେମାନଙ୍କର କ୍ଷମତା ଅଧିକ ରହିଥାଏ। ସେମାନେ ମନ୍ଦିର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇଥାନ୍ତି। ଅନ୍ୟ ସେବକ ସେମାନଙ୍କର କାର୍ଯ୍ୟ କିପରି କରୁଛନ୍ତି ତାହା ଛତିଶା ନିଯୋଗ ସେବକ ଅନୁଧ୍ୟାନ କରିଥାନ୍ତି। ଶ୍ରୀଜୀଉଙ୍କ ନୀତି ଠିକ୍‌ ଭାବେ ହେଉଛି କି ନାହିଁ ତାହା ସେମାନେ ଯାଞ୍ଚ୍‌ କରିଥାନ୍ତି।

ମୁଦିରଥ

ମୁଦିରଥ

ମୁଦିରଥ ସେବକଙ୍କୁ ମୁଦିରସ୍ତ ସେବକ ମଧ୍ୟ କୁହାଯାଇଥାଏ। ଶ୍ରୀଜୀଉଙ୍କ ଯେଉଁ ସେବାରେ ଗଜପତି ଉଭା ହୁଅନ୍ତି ସେଠାରେ ମୁଦିରଥ ସେବକ ଗଜପତିଙ୍କୁ ସହଯୋଗ କରିଥାନ୍ତି। ରଥଯାତ୍ରା ବେଳେ ଗଜପତିଙ୍କ ଛେରାପହଁରା ସମୟରେ ମୁଦିରଥ ସେବକ ସହାୟତା କରିଥାନ୍ତି।