ଶ୍ରେଷ୍ଠ ପାଞ୍ଚ: ରାଧାନାଥ ଯୁଗ ସାହିତି୍ୟକ

ନନ୍ଦକିଶୋର ବଳ

ନନ୍ଦକିଶୋର ବଳ

ପଲ୍ଲୀକବି ନନ୍ଦକିଶୋର ବଳ ୧୮୭୫ ମସିହା ଡିସେମ୍ବର ୨୨ରେ କଟକ ଜିଲା କୁସୁପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ହିରଣ୍ମୟୀ ଦେବୀ ଓ ପିତାଙ୍କ ନାମ ଭଜନାନନ୍ଦ ଜେନା ଥିଲା। ପିଲାଦିନେ ତାଙ୍କ ନାମ ରସାନନ୍ଦ ଜେନା ରଖାଯାଇଥିଲା। ପିଉସୀ ପୋଷ୍ୟପୁତ୍ର କରିବା ପରେ ତାଙ୍କ ନାମ ନନ୍ଦକିଶୋର ବଳ ହୋଇଥିଲା। ତାଙ୍କ ଦ୍ୱାରା ରଚିତ ପଲ୍ଲୀଚିତ୍ର, ନାନାବାୟା ଗୀତ, ଶର୍ମିଷ୍ଠା, ନିର୍ଝରିଣୀ ଅତି ଉଚ୍ଚକୋଟୀର। ୧୯୨୮ ମସିହା ଜୁଲାଇ ୧ ତାରିଖରେ ୫୨ ବର୍ଷ ବୟସରେ ସେ ଦେହତ୍ୟାଗ କରିଥିଲେ।

ମଧୁସୂଦନ ରାଓ

ମଧୁସୂଦନ ରାଓ

ଭକ୍ତକବି ମଧୁସୂଦନ ରାଓ ୧୮୫୩ ମସିହା ଜାନୁୟାରୀ ୧୯ରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ଶିକ୍ଷକ, କବି, ସମାଜ ସଂସ୍କାରକ ଥିଲେ। ଓଡ଼ିଆ ସାହିତ୍ୟର ପ୍ରସାର ପାଇଁ ସେ କଟକରେ ଉତ୍କଳ ସାହିତ୍ୟ ସମାଜ ଗଠନ କରିଥିଲେ। ଓଡ଼ିଆ ଭାଷାର ବର୍ଣ୍ଣବୋଧ ତାଙ୍କ ଦ୍ୱାରା ରଚିତ ହୋଇଥିଲା। କଟକରେ ପାଠ ପଢ଼ୁଥିବାବେଳେ ସେ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଏସମ୍ପର୍କରେ ନିଜ ପରିବାରକୁ ଜଣାଇ ଦେଇ କହିଥିଲେ ଯେ, ତାଙ୍କର ମୃତ୍ୟୁ ୧୯୧୨ ମସିହା ଡିସେମ୍ବର ୨୮ ତାରିଖ ସକାଳ ୯ଟା ସମୟରେ ହେବ। ଏହା ସତ୍ୟ ହୋଇଥିଲା। ତାଙ୍କ ରଚିତ ଜୀବନ ଚିନ୍ତା, ଶିଶୁବୋଧ, ବାଳବୋଧ, ସାହିତ୍ୟ କୁସୁମ, ଅବଧାନ ବନ୍ଧୁ ଅତ୍ୟନ୍ତ ଉଚ୍ଚକୋଟୀର।

ଗଙ୍ଗାଧର ମେହେର

ଗଙ୍ଗାଧର ମେହେର

ସ୍ବଭାବକବି ଗଙ୍ଗାଧର ମେହେର ବରଗଡ଼ ଜିଲା ବରପାଲି ଗ୍ରାମରେ ୧୮୬୨ ମସିହା ଅଗଷ୍ଟ ୯ ତାରିଖ ଶ୍ରାବଣ ପୂର୍ଣ୍ଣିମାରେ ଜନ୍ମଗ୍ରହଣ କରିଥିଲେ। ସେ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ କଚେରି ମୋହରିର ଭାବେ କାର୍ଯ୍ୟ କରୁଥିଲେ। ୧୯୨୪ ମସିହା ଏପ୍ରିଲ୍‌ ୪ରେ ୬୧ ବର୍ଷ ବୟସରେ ସେ ଦେହତ୍ୟାଗ କରିଥିଲେ। ତାଙ୍କ ରଚିତ ତପସ୍ବିନୀ, କୀଚକ ବଧ, ଇନ୍ଦୁମତୀ, ମାତୃଭୂମି, କବିତା କଲ୍ଲୋଳ ଆଦି ଅତ୍ୟନ୍ତ ଉଚ୍ଚକୋଟୀର।

ରାଧାନାଥ ରାୟ

ରାଧାନାଥ ରାୟ

ବାଲେଶ୍ୱର ଜିଲା ସୋର ନିକଟସ୍ଥ କେଦାରପୁର ଗାଁରେ ୧୮୪୮ ମସିହା ସେପ୍ଟେମ୍ବର ୨୮ରେ କବିବର ରାଧାନାଥ ରାୟଙ୍କର ଜନ୍ମ ହୋଇଥିଲା। ତାଙ୍କ ମାତାଙ୍କ ନାମ ତାରିଣୀ ଦାସୀ ଓ ପିତାଙ୍କ ନାମ ସୁନ୍ଦରନାରାୟଣ ରାୟ ଥିଲା। ପିଲାବେଳେ ତାଙ୍କର ମାତୃବିୟୋଗ ଘଟିଥିଲା। ଅନେକ ସମୟ ତାଙ୍କ ଦେହ ଖରାପ ରହୁଥିବାରୁ ଭଲ ଭାବେ ପାଠପଢ଼ା ହୋଇପାରି ନ ଥିଲା। ୧୯୦୮ ମସିହା ଏପ୍ରିଲ୍‌ ୧୭ ତାରିଖରେ ୫୯ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଥିଲେ। ତାଙ୍କ ରଚିତ ଦଶରଥ ବିୟୋଗ,କେଦାରଗୌରୀ, ଯଯାତିକେଶରୀ, ଚିଲିକା, ଉର୍ବଶୀ ଆଦି ଅତି ଉଚ୍ଚକୋଟୀର।

ଫକୀରମୋହନ ସେନାପତି

ଫକୀରମୋହନ ସେନାପତି

ବାଲେଶ୍ୱର ଜିଲା ମଲ୍ଲିକାଶପୁର ଗାଁରେ ୧୮୪୩ ମସିହା ଜାନୁୟାରୀ ୧୩ରେ ବ୍ୟାସକବି ଫକୀରମୋହନ ସେନାପତି ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ତୁଳସୀ ଦେବୀ ସେନାପତି ଓ ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଥିଲା। ଏକାଧାରରେ ସେ ଜଣେ ଗାଳ୍ପିକ, ଲେଖକ, ସାହିତି୍ୟକ ଓ କବି ଥିଲେ। ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ସେ ସ୍ରଷ୍ଟା ଥିଲେ। ତାଙ୍କୁ ୫ ବର୍ଷ ବୟସ ହୋଇଥିବାବେଳେ ତାଙ୍କର ପିତାଙ୍କ ମୃତ୍ୟୁ ଘଟିଥିଲା। ଏହାର ୧୪ ମାସ ପରେ ତାଙ୍କ ମାତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ତାଙ୍କ ଲାଳନପାଳନ ଜେଜେମାଙ୍କ ଉପରେ ପଡ଼ିଥିଲା। ଛୋଟବେଳେ ତାଙ୍କ ଦେହ ସବୂୁବେଳେ ଖରାପ ରହୁଥିବାରୁ ଜେଜେମା ତାଙ୍କୁ ଜଣେ ଫକୀରଙ୍କ ହାତକୁ ଟେକିଦେଇଥିଲେ। ପରେ ତାଙ୍କ ନାମ ଫକୀରମୋହନ ହୋଇଥିଲା। ତାଙ୍କ ରଚିତ ମାମୁ, ଲଛମା, ପ୍ରାୟଶ୍ଚିତ୍ତ, ଛ ମାଣ ଆଠ ଗୁଣ୍ଠ ଆଦି ଅତ୍ୟନ୍ତ ଉଚ୍ଚକୋଟୀର। ୧୯୧୮ ମସିହା ଜୁନ୍‌ ୧୪ରେ ୭୫ ବର୍ଷ ବୟସରେ ବ୍ୟାସକବି ଦେହତ୍ୟାଗ କରିଥିଲେ।

Model This Week

ରୂପେଶ