ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱର କାଳିମନ୍ଦିର

ଶ୍ୟାମାକାଳି

ଶ୍ୟାମାକାଳି

ସୈନିକ ସ୍କୁଲ ନିକଟରେ ଥିବା ପ୍ରେସ୍‌ ଛକଠାରେ ମା’ ଶ୍ୟାମାକାଳିଙ୍କ ମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ଆଡ଼ମ୍ବରରେ ପାଳିତ ହୋଇଥାଏ। ମା’ଭାରି ପ୍ରତ୍ୟେକ୍ଷ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ। ଏଠାରେ ଥିବା ଶିବମନ୍ଦିରରେ ଜାଗରରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥାଏ।

ସତ୍ୟକାଳି

ସତ୍ୟକାଳି

ବାଣିବିହାର ଛକ ଠାରୁ କିଛି ଦୂରରେ ପାଣ୍ଟାଲୁନ୍‌ ଶୋ’ରୁମ୍‌ଠାରେ ମା’ ସତ୍ୟକାଳିଙ୍କ ମନ୍ଦିର ରହିଛି। ଏଠାରେ ଅନ୍ନପ୍ରସାଦର ବ୍ୟବସ୍ଥା ରହିଛି। ପ୍ରତି ମଙ୍ଗଳବାର ଓ ଶନିବାର ମା’ଙ୍କ ମନ୍ଦିରରେ ବିଶେଷ ଗହଳି ଦେଖିବାକୁ ମିଳିଥାଏ।

ଭଦ୍ରକାଳି

ଭଦ୍ରକାଳି

ଲକ୍ଷ୍ମୀସାଗରଠାରେ ମା’ ଭଦ୍ରକାଳିଙ୍କ ମନ୍ଦିର ରହିଛି। ମା’ଙ୍କ ପାଖରେ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ସ୍ବତନ୍ତ୍ର ରୀତିନୀତିରେ ପୂଜା ହୋଇଥାଏ। ମା’ ଲକ୍ଷ୍ମୀସାଗର ଗାଁକୁ ବିପଦ ଆପଦରୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ। କାଳିପୂଜାରେ ମନ୍ଦିରରେ ବିଶେଷ ପୂଜା ନୀତି ସମ୍ପନ୍ନ ହୋଇଥାଏ।

ଦକ୍ଷିଣକାଳି

ଦକ୍ଷିଣକାଳି

ବରମୁଣ୍ଡା ଗାଁରେ ଜାତୀୟ ରାଜପଥ କଡ଼ରେ ମା’ ଦକ୍ଷିଣକାଳିଙ୍କ ମନ୍ଦିର ରହିଛି। ମା’ଙ୍କ ମହିମା ସମ୍ପର୍କରେ ଗାଁ ଲୋକ ନାନା ଅଲୌକିକ କଥା କହିଥାନ୍ତି। ଏଠାରେ ଅନ୍ନପ୍ରସାଦର ବ୍ୟବସ୍ଥା ରହିଛି। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥାଏ।

ଶ୍ମଶାନକାଳି

ଶ୍ମଶାନକାଳି

ସତ୍ୟନଗର ଶ୍ମଶାନଠାରେ ମା’ ଶ୍ମଶାନକାଳିଙ୍କ ମନ୍ଦର ରହିଛି। ମନ୍ଦିରରେ ପ୍ରତିଦିନ ମା’ଙ୍କ ଭିନ୍ନ ଭିନ୍ନ ନୀତି ଅନୁସାରେ ପୂଜା ହୋଇଥାଏ। ମା’ ଭାରି ପ୍ରତ୍ୟକ୍ଷ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ମଙ୍ଗଳବାର ଓ ଶନିବାରରେ ମା’ମନ୍ଦିରରେ ଗହଳି ପରିଲକ୍ଷିତ ହୋଇଥାଏ। କାଳିପୂଜାରେ ଏଠାରେ ବଡ଼ ମେଳା ଅନୁଷ୍ଠିତ ହୋଇଥାଏ।