ଶ୍ରେଷ୍ଠ ପାଞ୍ଚ: ଶୈଳନିବାସ

ଓଳାଶୁଣି

ଓଳାଶୁଣି

କଟକ ଓ ଯାଜପୁର ଜିଲା ସୀମାରେ ଥିବା ଓଳାଶୁଣି ଶୈଳନିବାସ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର। ଏଠାରେ ଏକ ପୁରାଣ ପ୍ରସିଦ୍ଧ ଗୁମ୍ଫା ରହିଛି। ସନ୍ଥ ଅରକ୍ଷିତ ଦାସଙ୍କ ଗାଦି ଏଠାରେ ରହିଛି। ଏଠାରେ ଅତି ଉତ୍ସାହରେ ୯ ଦିନିଆ ଗୁମ୍ଫା ଯାତ୍ରା ଅନୁଷ୍ଠିତ ହୋଇଥାଏ। ମା’ ଓଳାଶୁଣିଙ୍କ ମନ୍ଦିରରେ ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥାଏ। ପର୍ଯ୍ୟଟକଙ୍କ ପାଇଁ ଏଠାରେ ଅନେକ ସୁବିଧା ରହିଛି।

କପିଳାଶ

କପିଳାଶ

ଢେଙ୍କାନାଳ ଜିଲାରେ ଥିବା କପିଳାଶ ଶୈଳନିବାସ ସମୁଦ୍ର ପତ୍ତନଠାରୁ ୭୦୦ ଫୁଟ ଉଚ୍ଚରେ ରହିଛି। ଏଠାରେ ଥିବା କପିଳାଶ ଶିବ ମନ୍ଦିରରେ ୧୩୫୨ ପାହାଚ ରହିଛି। ମହାଶିବ ରାତ୍ରିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥାଏ। ପର୍ଯ୍ୟଟକଙ୍କ ପାଇଁ ଏଠାରେ ଧର୍ମଶାଳା ରହିଛି।

ମହେନ୍ଦ୍ରଗିରି

ମହେନ୍ଦ୍ରଗିରି

ଗଜପତି ଜିଲାରେ ଥିବା ମହେନ୍ଦ୍ରଗିରି ଶୈଳନିବାସ ସମୁଦ୍ର ପତ୍ତନଠାରୁ ପ୍ରାୟ ୪,୯୨୫ ଫୁଟ ଉଚ୍ଚରେ ରହିଛି। ଏହାର ପ୍ରାକୃତିକ ଶୋଭା ଅତି ସୁନ୍ଦର। ଏଠାକାର ଜଙ୍ଗଲରେ ମୟୂର, ଗୁଣ୍ଡୁଚି ମୂଷା, ହାତୀ, ଚିତଳ ହରିଣ, କଲରାପତରିଆ ବାଘ ଆଦି ରହିଛନ୍ତି। ଏଠାରେ ଥିବା ପବିତ୍ର ମହେନ୍ଦ୍ରତନୟା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ତପ୍ତପାଣି

ତପ୍ତପାଣି

ଗଞ୍ଜାମ ଜିଲାରେ ଥିବା ତପ୍ତପାଣି ଶୈଳନିବାସ ସମୁଦ୍ର ପତ୍ତନଠାରୁ ୧,୮୦୦ ଫୁଟ ଉଚ୍ଚରେ ରହିଛି। ଏଠାରେ ଉଷ୍ଣପସ୍ରବଣ ରହିଛି। ଏଠି ଥିବା କଣ୍ଡିମାତା ମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ରାଜ୍ୟସରକାରଙ୍କ ତତ୍ତ୍ୱାବଧାନରେ ଏଠାରେ ଗୋଟିଏ ହରିଣ ପାର୍କ ସ୍ଥାପିତ ହୋଇଛି। ଏଠାରେ ଥିବା ଜଙ୍ଗଲ ଗାଁରେ କୁଟିଆ କନ୍ଧ, ବଣ୍ଡା, ଡେଙ୍ଗୁରିଆ କନ୍ଧ ଓ ମାଳୀ ଜନଜାତି ରହିଥାନ୍ତି।

ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି

କନ୍ଧମାଳ ଜିଲାରେ ଥିବା ଦାରିଙ୍ଗବାଡ଼ି ଶୈଳନିବାସ ସମୁଦ୍ର ପତ୍ତନଠାରୁ ପ୍ରାୟ ୩ ହଜାର ଫୁଟ ଉଚ୍ଚରେ ଅବସ୍ଥିତ। ଏହାକୁ ଓଡ଼ିଶାର କଶ୍ମୀର ମଧ୍ୟ କୁହାଯାଇଥାଏ। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ଏଠାରେ କଫି ବଗିଚା, ଗୋଲମରିଚ ଓ ହଳଦୀ ବଗିଚା, ଦୋଲୁରି ପ୍ରପାତ, ପୁଟୁଦି ପ୍ରପାତ, ବେଲଘର ଅଭୟାରଣ୍ୟ ଆଦି ରହିଛି। ଏଠାରେ ଥିବା ସମଲେଶ୍ୱରୀ ମନ୍ଦିରରେ ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥାଏ।

 କପିଳାଶ

କପିଳାଶ

ଢେଙ୍କାନାଳ ଜିଲାରେ ଥିବା କପିଳାଶ ଶୈଳନିବାସ ସମୁଦ୍ର ପତ୍ତନଠାରୁ ୭୦୦ ଫୁଟ ଉଚ୍ଚରେ ରହିଛି। ଏଠାରେ ଥିବା କପିଳାଶ ଶିବ ମନ୍ଦିରରେ ୧୩୫୨ ପାହାଚ ରହିଛି। ମହାଶିବ ରାତ୍ରିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥାଏ। ପର୍ଯ୍ୟଟକଙ୍କ ପାଇଁ ଏଠାରେ ଧର୍ମଶାଳା ରହିଛି।