ଶ୍ରେଷ୍ଠ ପାଞ୍ଚ: ରାଜବଂଶ

ଚୌହ୍ବାନବଂଶ

ଚୌହ୍ବାନବଂଶ

ଉତ୍ତର ଭାରତରେ ରାଜୁତି କରୁଥିବା ଚୌହ୍ବାନବଂଶ ଓଡ଼ିଶା ଆକ୍ରମଣ କରି ସ୍ଥାୟୀ ଭାବେ ଏଠାରେ ବସବାସ ଆରମ୍ଭ କରିଥିଲେ। ସେମାନେ ଗଜପତି ରାଜାଙ୍କୁ ସମର୍ଥନ କରୁଥିଲେ। ସେମାନେ ଆଠମଲ୍ଲିକ୍‌, ନରସିଂହପୁର, ପାଲଲହଡ଼ା, ତାଳଚେର ଏବଂ ଟିଟିଲାଗଡ଼ରେ ରାଜୁତି କରୁଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରାପଡା, ଢେଙ୍କାନାଳ ଆଦି ଅଞ୍ଚଳରେ ଶାସନ କରିଥିଲେ।

ଭୋଇବଂଶ

ଭୋଇବଂଶ

ସୂର୍ଯ୍ୟବଂଶୀ ରାଜା ରାମଚନ୍ଦ୍ର ଦେବଙ୍କ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାସାଗର ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରିଥିଲେ। ବିଦ୍ୟାସାଗରଙ୍କ ଦ୍ୱାରା ଓଡ଼ିଶାରେ ଭୋଇବଂଶ ସ୍ଥାପିତ ହୋଇଥିଲା। ବିଦ୍ୟାସାଗର ୧୫୪୧ ଖ୍ରୀଷ୍ଟାବ୍ଦରୁ ୧୫୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ସେମାନେ କଟକରେ ରାଜଧାନୀ ସ୍ଥାପନ କରିଥିଲେ। ନରସିଂହ ଜେନା ଓ ରଘୁରାମ ଜେନା ଏହି ବଂଶର ରାଜା ଭାବେ ଓଡ଼ିଶାରେ ଶାସନ କରିଥିଲେ।

ସୂର୍ଯ୍ୟବଂଶ

ସୂର୍ଯ୍ୟବଂଶ

ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ୧୪୩୪ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ଶାସନ ଆରମ୍ଭ କରିଥିଲେ। ସେ ନିଜକୁ ଗଜପତି ରାଜା ଭାବେ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ସୂର୍ଯ୍ୟବଂଶୀ ରାଜାମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସେବକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୧୪୬୬ରେ କପିଳେନ୍ଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବ ଶାସନ ଆରମ୍ଭ କରିଥିଲେ। ତାଙ୍କ ପରେ ପ୍ରତାପରୁଦ୍ର ଦେବ ଶାସନ କରିଥିଲେ।

ଗଙ୍ଗବଂଶ

ଗଙ୍ଗବଂଶ

ଗଙ୍ଗବଂଶର ପ୍ରଥମ ରାଜା ଇନ୍ଦ୍ରବର୍ମନ ଥିଲେ। ଏହି ବଂଶର ୨୨ତମ ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଥିଲେ। ଏହି ବଂଶର ରାଜା ଶିବଙ୍କ ଉପାସକ ଥିଲେ। ତେବେ ଗଙ୍ଗବଂଶ ସମୟରେ ରାମାନୁଜଙ୍କ ଦ୍ୱାରା ଓଡ଼ିଶାରେ ବୈଷ୍ଣବ ଧର୍ମର ବହୁଳ ପ୍ରଚାର ହୋଇଥିଲା। ଗଙ୍ଗବଂଶ ଓଡ଼ିଶାରେ ୧୪୩୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜୁତି କରିଥିଲେ।

କେଶରୀବଂଶ

କେଶରୀବଂଶ

ସୋମବଂଶୀ ବା କେଶରୀବଂଶ ରାଜା ତିନି ଶତାବ୍ଦୀ ଧରି ଓଡ଼ିଶାରେ ଶାସନ କରିଥିଲେ। କେଶରୀବଂଶର ରାଜା ଯାଜପୁରରେ ତାଙ୍କର ରାଜଧାନୀ ସ୍ଥାପନ କରିଥିଲେ। ଜନ୍ମେଜୟ କେଶରୀ ୮୮୨ ଖ୍ରୀଷ୍ଟାବ୍ଦରେ ରାଜଧାନୀ ସ୍ଥାପନ କରିଥିଲେ। ଏହି ବଂଶର ରାଜା ଉପାଧ୍ୟାୟ କେଶରୀ ଭୁବନେଶ୍ୱରରେ ସୋମେଶ୍ୱର ମନ୍ଦିର ନିର୍ମାଣ କରିଥିଲେ।

Model This Week

ନିକିତା