ଶ୍ରେଷ୍ଠ ପାଞ୍ଚ: ସ୍ବାଧୀନତା ସଂଗ୍ରାମୀ

ଲକ୍ଷ୍ମଣ ନାଏକ

ଲକ୍ଷ୍ମଣ ନାଏକ

ଲକ୍ଷ୍ମ ନାଏକ ୧୮୯୯ ନଭେମ୍ବର ୨୨ରେ ମାଲକାନଗିରିର ତେନ୍ତୁଳିଗୁମ୍ମାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ପଦଲାମ୍‌ ନାଏକ ଥିଲା। ସେ ଭୂୟାଁଙ୍କ ସର୍ଦ୍ଧାର ଥିଲେ। ଲକ୍ଷ୍ମଣ ଦେଶ ସ୍ବାଧୀନତା ପାଇଁ ସଂଗ୍ରାମରେ ଝାସ ଦେଇଥିଲେ। ପରେ ବ୍ରିଟିଶ୍‌ ସରକାର ତାଙ୍କୁ ଗିରଫ କରିଥିଲା। ୧୯୪୩ ମାର୍ଚ୍ଚ ୨୯ରେ ବ୍ରହ୍ମପୁର ଜେଲ୍‌ରେ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା।

ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ଅକ୍ଟୋବର ୯ରେ ପୁରୀ ଜିଲା ସତ୍ୟବାଦୀ ପୋଲିସ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଦେଶର ସ୍ବାଧୀନତା ସଂଗ୍ରାମରେ ସେ ଝାସ ଦେଇଥିଲେ। ସେବା କାର୍ଯ୍ୟରେ ଥିବା ସମୟରେ ସେ ପରିବାର ପ୍ରତି ମଧ୍ୟ ଦୃଷ୍ଟି ଦେଇପାରି ନ ଥିଲେ। ତାଙ୍କର ଏକମାତ୍ର ପୁତ୍ରର ଅକାଳ ବିୟୋଗ ହୋଇଥିଲା। ୧୯୨୮ ଜୁନ୍‌ ୧୭ରେ ୫୦ ବର୍ଷ ବୟସରେ ସେ ଦେହତ୍ୟାଗ କରିଥିଲେ।

ବୀର ସୁରେନ୍ଦ୍ର ସାଏ

ବୀର ସୁରେନ୍ଦ୍ର ସାଏ

ବୀର ସୁରେନ୍ଦ୍ର ସାଏ ୧୮୦୯ରେ ସମ୍ବଲପୁରଠାରୁ ୨୧ କିମି ଦୂରରେ ଥିବା ଖିଣ୍ଡାଠାରେ ଜନ୍ମଗ୍ରହଣ କରିଥିଲେ। ୧୮୨୭ରେ ୧୮ ବର୍ଷ ବୟସରେ ସେ ସମ୍ବଲପୁର ରାଜା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବ୍ରିଟିଶ୍‌ ସରକାରଙ୍କ ବଶ୍ୟତାସ୍ବୀକାର ନ କରି ସେ ସଂଗ୍ରାମରେ ଝାସ ଦେଇଥିଲେ। ୧୮୮୪ ମେ ୨୩ରେ ଆସିର୍‌ଗଡ଼ ଦୁର୍ଗରେ ବନ୍ଦୀ ଭାବେ ସେ ପ୍ରାଣତ୍ୟାଗ କରିଥିଲେ।

ଜୟୀ ରାଜଗୁରୁ

ଜୟୀ ରାଜଗୁରୁ

ଜୟୀ ରାଜଗୁରୁ ୧୭୩୯ ଅକ୍ଟୋବର ୨୯ରେ ପୁରୀ ନିକଟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ହାରାମଣି ଦେବୀ ଓ ପିତାଙ୍କ ନାମ ଚନ୍ଦ୍ର ରାଜଗୁରୁ ଥିଲା। ତାଙ୍କ ପୂରାନାମ ଜୟକୃଷ୍ଣ ରାଜଗୁରୁ ମହାପାତ୍ର। ୧୮୦୪ରେ ବରୁଣେଇ ନିକଟରେ ହୋଇଥିବା ଯୁଦ୍ଧରେ ବ୍ରିଟିଶ୍‌ ସେନାଙ୍କୁ ସେ ପରାଜିତ କରିଥିଲେ। ୧୮୦୬ ଡିସେମ୍ବର ୬ରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ବାଜି ରାଉତ

ବାଜି ରାଉତ

ଢେଙ୍କାନାଳ ନୀଳକଣ୍ଠପୁର ଗାଁର ବାଜି ରାଉତ ୧୯୩୮ ଅକ୍ଟୋବର ୧୧ରେ ବ୍ରିଟିଶ ପୋଲିସଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ପ୍ରଜାମଣ୍ଡଳ ଆନ୍ଦୋଳନକାରୀଙ୍କୁ ଗିରଫ କରି ନେଉଥିବା ଇଂରେଜ ପୋଲିସକୁ ନୀଳକଣ୍ଠପୁର ଘାଟ ପାରି କରିବାକୁ ବାଜି ରାଉତ ମନା କରିଦେଇଥିଲେ। ପରେ ପୋଲିସଙ୍କ ଗୁଳିର ଶିକାର ହୋଇଥିଲେ। ସେତେବେଳେ ବାଜି ରାଉତଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା। ଏତେ ଛୋଟ ପିଲାର ଦେଶପ୍ରେମ ବ୍ରିଟିଶ ସରକାରକୁ ଚିନ୍ତାରେ ପକାଇଥିଲା।