Dharitri News

ଶ୍ରେଷ୍ଠ ପାଞ୍ଚ: ଆକାଶବାଣୀ କେନ୍ଦ୍ର

କେନ୍ଦୁଝର

କେନ୍ଦୁଝର

କେନ୍ଦୁଝର ଆକାଶବାଣୀ କେନ୍ଦ୍ର ୧୯୮୮ ନଭେମ୍ବର ୨୯ରେ ପ୍ରସାରଣ ସେବା ଆରମ୍ଭ କରିଥିଲା। ଏହା ୧୫୮୪ କିଲୋହର୍ଜ ଫ୍ରିକ୍ୱେନ୍ସିରେ ବିଭିନ୍ନ ସେବା ପ୍ରସାରଣ କରିଥାଏ।

ଭବାନୀପାଟଣା

ଭବାନୀପାଟଣା

ଭବାନୀପାଟଣା ଆକାଶବାଣୀ କେନ୍ଦ୍ର କଳାହାଣ୍ଡିର ନେକିଟିଗୁଡ଼ାଠାରେ କାର୍ଯ୍ୟ କରୁଛି। ଏହି କେନ୍ଦ୍ର ୧୯୯୩ ଡିସେମ୍ବର ୩୦ରେ ପ୍ରସାରଣ ସେବା ଆରମ୍ଭ କରିଥିଲା। ଏହା ୧୨୦୬ କିଲୋହର୍ଜ ଫ୍ରିକ୍ୱେନ୍ସିରେ ସେବା ପ୍ରସାରଣ କରିଥାଏ।

ଜୟପୁର

ଜୟପୁର

କୋରାପୁଟ ଜିଲାରେ ଜୟପୁର ଆକାଶବାଣୀ କେନ୍ଦ୍ର ରହିଛି। ଏହା ୧୯୬୪ ଜୁନ୍‌ ୨୮ରେ ପ୍ରସାରଣ ସେବା ଆରମ୍ଭ କରିଥିଲା। ଏହି କେନ୍ଦ୍ର ୧୪୬୭ କିଲୋହର୍ଜ, ୫୦୪୦ କିଲୋହର୍ଜ, ୬୦୪୦ କିଲୋହର୍ଜ ଫ୍ରିକ୍ୱେନ୍ସିରେ ବିଭିନ୍ନ ସେବା ପ୍ରସାରଣ କରିଥାଏ।

ସମ୍ବଲପୁର

ସମ୍ବଲପୁର

ସମ୍ବଲପୁର ଆକାଶବାଣୀ କେନ୍ଦ୍ର କଚେରି ରୋଡ୍‌ ପିବି-୩ଠାରେ କାର୍ଯ୍ୟ କରୁଛି। ଏହି କେନ୍ଦ୍ର ୧୯୬୩ ମେ ୨୬ରେ ପ୍ରସାରଣ ସେବା ଆରମ୍ଭ କରିଥିଲା। ଏହା ୯୪୫ କିଲୋହର୍ଜ ଫ୍ରିକ୍ୱେନ୍ସିରେ ବିଭିନ୍ନ ସେବା ପ୍ରସାରଣ କରିଥାଏ।

କଟକ

କଟକ

କଟକ ଆକାଶବାଣୀ କେନ୍ଦ୍ର କଟକ ବକ୍ସିବଜାର ମଧୁପୁରସ୍ଥିତ କ୍ୟାଣ୍ଟନମେଣ୍ଟ୍‌ ରୋଡ୍‌ଠାରେ ରହିଛି। ଏହା ୧୯୪୮ ଜାନୁୟାରୀ ୨୮ରେ ପ୍ରସାରଣ ସେବା ଆରମ୍ଭ କରିଥିଲା। ଏହାର ୯୭୨ କିଲୋହର୍ଜ ଏବଂ ୧୦୧.୩ ମେଗାହର୍ଜ ଫ୍ରିକ୍ୱେନ୍ସିରେ ପ୍ରସାରଣ କରିଥାଏ।