ଶ୍ରେଷ୍ଠ ପାଞ୍ଚ: ଶ୍ରୀମନ୍ଦିରର ମଣ୍ଡପ

ନିର୍ମାଲ୍ୟମଣ୍ଡପ

ନିର୍ମାଲ୍ୟମଣ୍ଡପ

ଶ୍ରୀମନ୍ଦିର ବାହାର ବେଢ଼ାସ୍ଥିତ ନୀଳାଚଳ ଉପବନ ପରିସରରେ ନିର୍ମାଲ୍ୟମଣ୍ଡପ ରହିଛି। ଏହାକୁ ନିର୍ମାଲ୍ୟ ଖଳା ମଧ୍ୟ କୁହାଯାଇଥାଏ। ପ୍ରାୟ ୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଖଳାରେ ନିର୍ମାଲ୍ୟ ଶୁଖାଯାଇଥାଏ। ସପ୍ତଦଶ ଶତାବ୍ଦୀରେ ଏହାର ନବୀକରଣ ଗଜପତି ବୀର କିଶୋରଙ୍କ ରାଜତ୍ୱ ସମୟରେ କରାଯାଇଥିଲା।

ମୁକ୍ତିମଣ୍ଡପ

ମୁକ୍ତିମଣ୍ଡପ

ଶ୍ରୀମନ୍ଦିର ପ୍ରତିଷ୍ଠା ସମୟରେ ସ୍ବୟଂ ବ୍ରହ୍ମା ମୁକ୍ତିମଣ୍ଡପରେ ଯଜ୍ଞବେଦି କରିଥିବାର ବର୍ଣ୍ଣନା ଶାସ୍ତ୍ରରେ ରହିଛି। କଳ୍ପବଟ ଓ ରୋହିଣୀ କୁଣ୍ଡ ମଧ୍ୟରେ ଏହି ପବିତ୍ର ମଣ୍ଡପ ରହିଛି। ଶ୍ରୀମନ୍ଦିରରେ ପ୍ରଚଳିତ ପାଞ୍ଜିକୁ ମୁକ୍ତିମଣ୍ଡପ ପଣ୍ଡିତ ସଭାରେ ସ୍ବୀକୃତି ଦିଆଯାଇଥାଏ। ୧୫୭୮ରେ ରାମଚନ୍ଦ୍ର ଦେବଙ୍କ ଦ୍ୱାରା ଏହାର ନିର୍ମାଣ ହୋଇଥିଲା। ଏଠାରେ ଷୋଳଶାସନର ପଣ୍ଡିତମାନେ ବସି ବିଭିନ୍ନ ବିଷୟରେ ଆଲୋଚନା କରିଥାନ୍ତି।

ଭେଟମଣ୍ଡପ

ଭେଟମଣ୍ଡପ

ଶ୍ରୀମନ୍ଦିର ରୋଷଘର ପରିସରରେ ପୂର୍ବାଭିମୁଖୀ ଏହି ଭେଟମଣ୍ଡପରେ ମାତା ଲକ୍ଷ୍ମୀ ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭେଟ କରିଥାନ୍ତି। ଗଜପତି ଦିବ୍ୟସିଂହ ଦେବ ୧୬୮୮ରୁ ୧୭୧୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ମଣ୍ଡପକୁ ନିର୍ମାଣ କରିଥିବା ସମ୍ପର୍କରେ ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଉଲ୍ଲେଖ ରହିଛି।

ସ୍ନାନମଣ୍ଡପ

ସ୍ନାନମଣ୍ଡପ

ଶ୍ରୀମନ୍ଦିର ବାହାର ବେଢ଼ାରେ ସ୍ନାନମଣ୍ଡପ ବା ସ୍ନାନବେଦି ରହିଛି। ଏହା ବଉଳମାଳା ପଥରରେ ନିର୍ମିତ। ଏହା ଉପରକୁ ଯିବା ପାଇଁ ଉଭୟ ଦକ୍ଷିଣ ଓ ଉତ୍ତର ପାର୍ଶ୍ୱରେ ପ୍ରସ୍ତର ପାହାଚ ରହିଛି। ମଣ୍ଡପରେ ଗୋଟିଏ ସିଂହାସନ ଓ ତିନୋଟି ଚକା ସ୍ଥାପିତ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରୁ ଏଠାରେ ବିରାଜମାନ କରିଥାନ୍ତି। ୧୦୮ ଗରା ପବିତ୍ର ଜଳରେ ସ୍ନାନ କରନ୍ତି। ଶ୍ରୀଜୀଉ ଏହି ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଇଥାନ୍ତି।

ରତ୍ନମଣ୍ଡପ

ରତ୍ନମଣ୍ଡପ

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନମଣ୍ଡପରେ ପୂଜା ପାଇଥାନ୍ତି। ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଉଲ୍ଲେଖ ରହିଛି ଏହି ମଣ୍ଡପର ଉଚ୍ଚତା ୪ଫୁଟ। ଏହାକୁ ରତ୍ନବେଦି,ରତ୍ନସିଂହାସନ ଆଦି ମଧ୍ୟ କୁହାଯାଇଥାଏ। ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହମାନେ ଏହି ମଣ୍ଡପରେ ଅବସ୍ଥାନ କରୁଥିବାରୁ ଏହା ଅତ୍ୟନ୍ତ ପବିତ୍ର ତଥା ବ୍ରହ୍ମଶିଳାମୟ ହୋଇଥିବା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

Model This Week

ରୂପେଶ