ଶ୍ରେଷ୍ଠ ପାଞ୍ଚ: ଓଡ଼ିଆ ମିଠା

ପାଳୁଅ ଲଡ଼ୁ

ପାଳୁଅ ଲଡ଼ୁ

ଭଦ୍ରକରେ ପ୍ରସ୍ତୁତ ହେଉଥିବା ପାଳୁଅ ଲଡ଼ୁ ପ୍ରତିଟି ଓଡ଼ିଆଙ୍କୁ ଆକର୍ଷିତ କରିଥାଏ। ଏହା ଅତ୍ୟନ୍ତ ସ୍ବାଦଯୁକ୍ତ। ଏହାକୁ ସ୍ବତନ୍ତ୍ର ଭାବେ ପାଳୁଅରୁ ପ୍ରସ୍ତୁତ କରାଯାଇଥାଏ। ପିଢ଼ି ପରେ ପିଢ଼ି ଭଦ୍ରକର ମିଠା ଦୋକାନୀ ଏହି ମିଠା ପ୍ରସ୍ତୁତ କରୁଛନ୍ତି।

ରସାବଳି

ରସାବଳି

କେନ୍ଦ୍ରାପଡ଼ାରେ ପ୍ରସ୍ତୁତ ହେଉଥିବା ରସାବଳି ଶ୍ରୀବଳଭଦ୍ର ଜୀଉଙ୍କର ଅତି ପ୍ରିୟ। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ଏହାର ନାମ ରହିଛି। ଏହାକୁ ଛେନାରୁ ପ୍ରସ୍ତୁତ କରାହୋଇଥାଏ।

ଛେନାଝିଲି

ଛେନାଝିଲି

ଛେନାରୁ ପ୍ରସ୍ତୁତ ହେଉଥିବା ଛେନାଝିଲି ନିମାପଡ଼ାରେ ପ୍ରସ୍ତୁତ ହୋଇଥାଏ। ଆର୍ତ୍ତ ସାହୁ ପ୍ରଥମେ ଏହାକୁ ପ୍ରସ୍ତୁତ କରିଥିଲେ। ବିଭିନ୍ନ ପର୍ବପର୍ବାଣିରେ ଏହାକୁ ସଭିଏଁ ଆଦର କରିଥାନ୍ତି। ଏହା ଠାକୁରଙ୍କୁ ମଧ୍ୟ ଲାଗି ହୋଇଥାଏ।

ଛେନାପୋଡ଼

ଛେନାପୋଡ଼

ଛେନାପୋଡ଼ ପ୍ରସ୍ତୁତି ପାଇଁ ନୟାଗଡ଼ ପ୍ରସିଦ୍ଧିଲାଭ କରିଛି। ପ୍ରଥମେ ଏହାକୁ ସୁଦର୍ଶନ ସାହୁ ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ଏହାର ଆଦର ଭାରତରେ ବ୍ୟାପିଥିଲା।

କ୍ଷୀରମୋହନ

କ୍ଷୀରମୋହନ

ଶ୍ରୀମନ୍ଦିରରେ କ୍ଷୀରମୋହନ ଭୋଗ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଇଥାଏ। ପରବର୍ତ୍ତୀ ସମୟରେ ଏହାର ଅନୁକରଣ କରି ସାଲେପୁରରେ ରସଗୋଲା ପ୍ରସ୍ତୁତ କରାଯାଇଥିଲା। ରଥଯାତ୍ରା ସମୟରେ ରଥାରୂଢ଼ ଶ୍ରୀଜୀଉଙ୍କୁ କ୍ଷୀରମୋହନ ବା ରସଗୋଲା ଭୋଗ ଲାଗି କରାଯାଏ।

Model This Week

ନିକିତା