ଶ୍ରେଷ୍ଠ ପାଞ୍ଚ: ପଞ୍ଚ ସରୋବର

ଅଯୋଧ୍ୟା ସରୋବର

ଅଯୋଧ୍ୟା ସରୋବର

ସମ୍ବଲପୁରରେ ଥିବା ଅଯୋଧ୍ୟା ସରୋବର ଏକ କୃତ୍ରିମ ସରୋବର। ମହାନଦୀ ବିକାଶ ବୋର୍ଡ ପକ୍ଷରୁ ଏହା ନିର୍ମାଣ କରାଯାଇଛି। ଜଳସ୍ତରଠାରୁ ୨ ଫୁଟ ଉଚ୍ଚରେ ଏହା ନିର୍ମିତ ହୋଇଛି। ଏହାର ଲମ୍ବ ୬୦୦ ମିଟର ଓ ପ୍ରସ୍ଥ ୩୦ ମିଟର। ଏଠାକାର ଆଲୋକୀକରଣ ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଲୋକଙ୍କ ବସିବା ପାଇଁ ଏଠାରେ ସୁନ୍ଦର ସ୍ଥାନ ରହିଛି।

ନରେନ୍ଦ୍ର ସରୋବର

ନରେନ୍ଦ୍ର ସରୋବର

କୋରାପୁଟ ନନ୍ଦପୁରଠାରେ ଥିବା ନରେନ୍ଦ୍ର ସରୋବର ଶାବରଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଦ୍ୱାରା ପରିଚାଳିତ। ଏହାର ପ୍ରାକୃତିକ ଶୋଭା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବା ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ।

ବ୍ୟାସ ସରୋବର

ବ୍ୟାସ ସରୋବର

ଯାଜପୁରରେ ଥିବା ବ୍ୟାସ ସରୋବର ଏହାର ଗୌରବମୟ ଐତିହ୍ୟ ପାଇଁ ଆକର୍ଷିତ କରିଥାଏ। ମହାଭାରତ ଯୁଦ୍ଧରେ ଆହତ ହୋଇ ଦୁର୍ଯ୍ୟୋଧନ ଏଠାରେ ଲୁଚି ଥିବାର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମହାଭାରତରେ ଏହାକୁ ଦୀପାୟନ ନାମରେ ଅଭିହିତ କରାଯାଇଛି। ପ୍ରତିବର୍ଷ ମାଘ ମାସରେ ଏଠାରେ ମାଘମେଳା ଅନୁଷ୍ଠିତ ହୋଇଥାଏ।

ବିନ୍ଦୁସାଗର

ବିନ୍ଦୁସାଗର

ପୁରୁଣା ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବିନ୍ଦୁସାଗର ପର୍ଯ୍ୟଟକଙ୍କୁ ସବୁବେଳେ ଆକର୍ଷିତ କରିଥାଏ। ଏହାର କୂଳରେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବା ସହିତ ପିଣ୍ଡଦାନ କରିଥାନ୍ତି। ଏହା ସପ୍ତମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ଆକଳନ କରାଯାଏ।

 ମାର୍କଣ୍ଡେୟ ସରୋବର

ମାର୍କଣ୍ଡେୟ ସରୋବର

ଶ୍ରୀକ୍ଷେତ୍ରରେ ଥିବା ମାର୍କଣ୍ଡେୟ ସରୋବର ୪ ଏକର ପରିମିତ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଛି। ଏଠାରେ ଥିବା ମାର୍କଣ୍ଡେଶ୍ୱର ମନ୍ଦିର ଅନୁସାରେ ଏହାର ନାମକରଣ କରାଯାଇଛି। ଜାଗର ଯାତ୍ରା ଏଠାରେ ଆନନ୍ଦ ଉଲ୍ଲାସ ସହିତ ପାଳିତ ହୋଇଥାଏ।