ଶ୍ରେଷ୍ଠ ପାଞ୍ଚ: ଜଗନ୍ନାଥଙ୍କର ଭକ୍ତ

ଦାସିଆ ବାଉରୀ

ଦାସିଆ ବାଉରୀ

ଦାସିଆ ବାଉରୀ ପିପିଲି ବାଲିଗାଁଠାରେ ଖଦାଳ ସାହିରେ ୧୫୦୦ ଖ୍ରୀଷ୍ଟାବ୍ଦରେ ଏକ ଗରିବ ବୁଣାକାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତତ୍କାଳୀନ ସାମାଜିକ ବ୍ୟବସ୍ଥାରେ ଛୁଆଁ ଅଛୁଆଁର ପ୍ରଭାବ ଦାସିଆଙ୍କ ଉପରେ ପଡିଥିଲା। ଅର୍ଥ ଅଭାବରୁ ଦାସିଆ ରଥଯାତ୍ରା ଦେଖିବାକୁ ଯାଇପାରି ନ ଥିଲେ। ଗାଁ ଲୋକଙ୍କ ହାତରେ ସେ ତାଙ୍କ ବାଡି ନଡ଼ିଆ ଶ୍ରୀଜଗନ୍ନାଥ ପାଖକୁ ପଠାଇଥିଲେ। ଅରୁଣସ୍ତମ୍ଭ ପାଖରେ ଠିଆ ହୋଇ ପ୍ରଭୁଙ୍କୁ ଦେବା ପାଇଁ ସେ ଲୋକଙ୍କୁ କହିଥିଲେ। ଆଶ୍ଚର୍ଯ୍ୟ ଜନକଭାବେ ଶ୍ରୀମନ୍ଦର ରତ୍ନବେଦିରୁ ଦୁଇଟି ହାତ ଲମ୍ବି ଆସି ନଡ଼ିଆ ନେଇଯାଇଥିବା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ପତ୍ନୀ ମାଳତିଙ୍କୁ ଘର ପାଖ ପୋଖରୀରେ ରଥଯାତ୍ରା ଦର୍ଶନ କରାଇଥିବା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପଞ୍ଚସଖା ତାଙ୍କୁ ବାଳିକା ଦାସ ନାମରେ ନାମିତ କରିଥିଲେ।

ବନ୍ଧୁ ମହାନ୍ତି

ବନ୍ଧୁ ମହାନ୍ତି

ଯାଜପୁର କୁଆଖିଆ ଛକ ନିକଟରେ ଥିବା ଜାହାନପୁର ଗ୍ରାମପଞ୍ଚାୟତର କପିଳେଶ୍ୱର ଗ୍ରାମରେ ବନ୍ଧୁ ମହାନ୍ତି ରହୁଥିଲେ। ତାଙ୍କର ଜନ୍ମ ୧୪୯୭ରେ ହୋଇଥିବାର ଅନୁମାନ କରାଯାଏ। ସେ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ। ପ୍ରଭୁଙ୍କ କୃପାରୁ ଖୋର୍ଦ୍ଧା ରଥିପୁର ଗଡ଼ ଗଜପତି ପ୍ରତାପରୁଦ୍ର ଦେବଙ୍କ ଆୟବ୍ୟୟ ହିସାବ ରକ୍ଷକ ଭାବେ ସେ ନିଯୁକ୍ତି ପାଇଥିଲେ। ୧୫୪୦ରେ ସେ ଦେହତ୍ୟାଗ କରିଥିବା ଅନୁମାନ କରାଯାଏ।

ସାଲବେଗ

ସାଲବେଗ

ସାଲବେଗ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତଥିଲେ। ତାଙ୍କ ପିତାଙ୍କ ନାମ ଲାଲବେଗ ଓ ମାତାଙ୍କ ନାମ ଫାତିମା ବିବି ଥିଲା। ୧୬୦୭-୦୮ରେ ତାଙ୍କର ଜନ୍ମ ହୋଇଥିବା ଅନୁମାନ କରାଯାଏ। ପିପିଲି ଦାଣ୍ଡମୁକୁନ୍ଦପୁରରେ ତାଙ୍କର ମାମୁଘର। ସେ ଯଶୋବନ୍ତ ଦାସଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ସେ ଅନେକ ଭକ୍ତି ଗୀତ ରଚନା କରିଛନ୍ତି। ରଥଯାତ୍ରାରେ ସାଲବେଗଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଅଟକି ରହିଥିବା ସମ୍ପର୍କରେ ବର୍ଣ୍ଣନା ରହିଛି। ପୁରୀର ବଳଗଣ୍ଡିଠାରେ ତାଙ୍କ ସମାଧିପୀଠ ରହିଛି।

ଜୟଦେବ

ଜୟଦେବ

ଖୋର୍ଦ୍ଧା ଜିଲା ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁଲି ଶାସନରେ ଜୟଦେବ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିବା ଅନୁମାନ କରାଯାଏ। ତାଙ୍କ ପିତାଙ୍କ ନାମ ଭୋଜଦେବ ଓ ମାତାଙ୍କ ନାମ ବାମାଦେବୀ । ତାଙ୍କ ରଚିତ ଗୀତଗୋବିନ୍ଦ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ। କୋଣାର୍କ ନିକଟରେ ଥିବା କୁର୍ମପଟକଠାରେ ସେ ଶିକ୍ଷାଗ୍ରହଣ କରିଥିଲେ।

ଶ୍ରୀଚୈତନ୍ୟ

ଶ୍ରୀଚୈତନ୍ୟ

ନବଦ୍ୱୀପରେ ୧୪୮୬ ଫେବୃୟାରୀ ୧୮ରେ ଦୋଳପୂର୍ଣ୍ଣମୀ ଚନ୍ଦ୍ରଗ୍ରହଣ ସମୟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜଗନ୍ନାଥ ମିଶ୍ର ଓ ମାତାଙ୍କ ନାମ ଶଚୀଦେବୀ ଥିଲା। ତାଙ୍କ ନାମ ବିଶ୍ୱମ୍ବର ମିଶ୍ର ଥିଲା। ପରବର୍ତ୍ତୀ ସମୟରେ ନିମାଇଁ ଭାବେ ପରିଚିତ ହୋଇଥିଲେ। ତାଙ୍କର ଶରୀରର ରଙ୍ଗ ଗୋରା ହେତୁ ଅନେକେ ତାଙ୍କୁ ଗୌର ବୋଲି ଡାକୁଥିଲେ। ସେ ଶ୍ରୀଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ ଥିଲେ। ୪୮ ବର୍ଷ ବୟସରେ ୧୫୩୪ ଜୁନ୍‌ ୧୪ରେ ସେ ପୁରୀଠାରେ ଦେହତ୍ୟାଗ କରିଥିଲେ।

Model This Week

ରୂପେଶ