ଶ୍ରେଷ୍ଠ ପାଞ୍ଚ: ଓଡ଼ିଆ ପୁରାଣ

ମହାଭାରତ

ମହାଭାରତ

ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରିଥିଲେ। ଅତି ସୁନ୍ଦର ଭାବେ ଓ ଛନ୍ଦଯୁକ୍ତଭାବେ ମହାଭାରତ ରଚନା ହୋଇଛି। ଜୀବନରେ ଧର୍ମ, ଅର୍ଥ, କାମ ଓ ମୋକ୍ଷର ଗୁରୁତ୍ୱ ଏଥିରେ ବର୍ଣ୍ଣନା କରାଯାଇଛି। ଅବିନାଶୀ ଆତ୍ମା କିଭଳି ମୋକ୍ଷ ନ ପାଇବା ପର୍ଯ୍ୟନ୍ତ ଜନ୍ମ ନେଇଥାଏ ତାହା କୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶରେ ବର୍ଣ୍ଣିତ ହୋଇଛି।

ଭାଗବତ

ଭାଗବତ

ଓଡ଼ିଆ ଭାଗବତ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ରଚନା ହୋଇଥିଲା। ଗାଁ ଗହଳିରେ ସନ୍ଧ୍ୟା ସମୟରେ ଭାଗବତ ଟୁଙ୍ଗିରେ ଏହାର ପଠନ କରାଯାଇଥାଏ। ଭାଗବତରେ ଜନ୍ମ ମୃତ୍ୟୁର ରହସ୍ୟ ଓ ମନୁଷ୍ୟ ଜୀବନରେ ଶ୍ରୀହରିଙ୍କ ସହିତ ସମ୍ପର୍କ ବିଷୟରେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି।

ହରିବଂଶ

ହରିବଂଶ

ହରିବଂଶ ପୁରାଣ ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ରଚନା କରାଯାଇଥିଲା। ଏଥିରେ ପ୍ରଭୁ ଶ୍ରୀହରିଙ୍କ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ଓଡ଼ିଆ ଭାଷାରେ ଏହା ଅନୁବାଦ କରାଯିବା ପରେ ଏହାକୁ ପାଠ କରିବା ସହଜ ହୋଇଥିଲା। ଓଡ଼ିଶାର ଗାଁ ଗହଳିର ଦେବାଳୟରେ ଏହାର ପଠନ ପ୍ରତି ସନ୍ଧ୍ୟାରେ ହୋଇଥାଏ।

ଦାଣ୍ଡି ରାମାୟଣ

ଦାଣ୍ଡି ରାମାୟଣ

ଦାଣ୍ଡି ରାମାୟଣ ଓଡ଼ିଆ ଭାଷାରେ ଦାଣ୍ଡିବୃତ୍ତରେ ଲିଖିତ । ଏହା ବଳରାମ ଦାସଙ୍କ ଦ୍ୱାରା ରଚିତ ହୋଇଥିଲା। କେହି କେହି ଏହାକୁ ଜଗମୋହନ ରାମାୟଣ ମଧ୍ୟ କହିଥାନ୍ତି। ରାମାୟଣ ପଠନରୁ ବଳରାମଙ୍କ କବି ପ୍ରତିଭାର ପରିଚୟ ମିଳିଥାଏ।

ଲକ୍ଷ୍ମୀ ପୁରାଣ

ଲକ୍ଷ୍ମୀ ପୁରାଣ

ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀପୁରାଣ ପ୍ରତିଟି ଓଡ଼ିଆ ଘରେ ମାର୍ଗଶିର ମାସ ଗୁରୁବାର ପଠନ କରାଯାଇଥାଏ। ପୁରାଣ ଅନୁସାରେ ଶ୍ରୀୟାଙ୍କ ଭକ୍ତିରେ ମାତା ଲକ୍ଷ୍ମୀ ପ୍ରୀତ ହୋଇ ତାଙ୍କ ଘରକୁ ଚାଲିଯାଇଥିଲେ। ଏହାପରେ ମାତାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳି ନ ଥିଲା। ପରବର୍ତ୍ତୀ ସମୟରେ ବଡ଼ ଠାକୁର ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ନିଜର ଭୁଲ୍‌ ବୁଝି କିପରି ମାତାଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଆଣିଛନ୍ତି ତାହା ପୁରାଣରେ ବର୍ଣ୍ଣନା କରାଯାଇଛି।

Model This Week

ନିକିତା