ଶ୍ରେଷ୍ଠ ପାଞ୍ଚ: ରୀତିଯୁଗର କବି

ଦୀନକୃଷ୍ଣ ଦାସ

ଦୀନକୃଷ୍ଣ ଦାସ

ବାଲେଶ୍ୱର ଜିଲା ଜଳେଶ୍ୱରଠାରେ ୧୬୫୦ ମସିହାରେ ଭକ୍ତକବି ଦୀନକୃଷ୍ଣ ଦାସ ଜନ୍ମଗ୍ରହଣ କରିଥିଲେ। ରସକଲ୍ଲୋଳ ତାଙ୍କର ଶ୍ରେଷ୍ଠ କୃତି। ତାଙ୍କ ଜୀବନର ଅଧିକାଂଶ ସମୟ ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ କଟିଥିଲା। କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ୧୭୧୦ରେ ସେ ଦେହତ୍ୟାଗ କରିଥିଲେ।

ଭୀମଭୋଇ

ଭୀମଭୋଇ

ସୁବର୍ଣ୍ଣପୁର ଜିଲା ସୁବଳୟାରେ ସନ୍ଥକବି ଭୀମଭୋଇ ୧୮୫୦ ମସିହା ବୈଶାଖ ପୂର୍ଣ୍ଣିମାରେ ଏକ କନ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହି ଅଞ୍ଚଳ ପୂର୍ବରୁ ସମ୍ବଲପୁରର ରେଢ଼ାଖୋଲ ଭାବେ ପରିଚିତ ଥିଲା। ସେ ମହିମା ଧର୍ମର ପ୍ରଚାରକ ଥିଲେ। ତାଙ୍କ ରଚନାରେ ମାନବ ଧର୍ମ, କର୍ମ, କାମ,ମୋହ, ମୋକ୍ଷ ଆଦି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ବସନ୍ତରେ ପୀଡିତ ହୋଇ ବାଲ୍ୟାବସ୍ଥାରେ ସେ ଦୃଷ୍ଟିଶକ୍ତି ହରାଇଥିଲେ। ଖଲିଆପାଲିଠାରେ ସେ ଏକ ମହିମା ଆଶ୍ରମ ସ୍ଥାପନ କରିଥିଲେ।

ବଳଦେବ ରଥ

ବଳଦେବ ରଥ

କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର ବଳଦେବ ରଥ ଗଞ୍ଜାମ ଜିଲା ବଡ଼ଖେମୁଣ୍ଡି ଗଡ଼ରେ ୧୭୮୯ ମସିହାରେ ଜନ୍ମ ହୋଇଥିଲେ। କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ, ଚନ୍ଦ୍ରକଳା, ସର୍ପଜଣାଣ ଆଦି ତାଙ୍କର ଶ୍ରେଷ୍ଠ କୃତି। ୫୬ ବର୍ଷ ବୟସରେ ୧୮୪୫ରେ ବସନ୍ତ ରୋଗରେ ସେ ଇହଲୀଳା ସମ୍ବରଣ କରିଥିଲେ।

ଅଭିମନ୍ୟୁ ସାମନ୍ତସିଂହାର

ଅଭିମନ୍ୟୁ ସାମନ୍ତସିଂହାର

ଅଭିମନ୍ୟୁ ସାମନ୍ତସିଂହାର ମହାପାତ୍ର ଯାଜପୁର ଜିଲା ବାଲିଆଠାରେ ୧୭୬୦ ଫେବୃୟାରୀ ୨୩ ମାଘ ସପ୍ତମୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ରଚିତ ବାଘ ଗୀତ, ଚଢ଼େଇ ଗୀତ ଆଦି ଲୋକ ସାହିତ୍ୟକୁ ସମୃଦ୍ଧ କରିଛି। ପତ୍ନୀଙ୍କ ବିରହରେ ରଚିତ ବିଦଗ୍ଧ ଚିନ୍ତାମଣି ତାଙ୍କର ଶ୍ରେଷ୍ଠ କୃତିତ୍ୱ। ମାତ୍ର ୯ ବର୍ଷ ବୟସରେ ସେ କବିତା ରଚନା ଆରମ୍ଭ କରିଥିଲେ। ୪୬ ବର୍ଷ ବୟସରେ ୧୮୦୬ ଜୁନ୍‌ ୧୫ ରଜସଂକ୍ରାନ୍ତିରେ ସେ ଦେହତ୍ୟାଗ କରିଥିଲେ।

ଉପେନ୍ଦ୍ର ଭଞ୍ଜ

ଉପେନ୍ଦ୍ର ଭଞ୍ଜ

ଗଞ୍ଜାମ ଜିଲା ଘୁମୁସରର କୁଲାଡ଼ଠାରେ ଷୋଡ଼ଶ ଶତାବ୍ଦୀରେ କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ଜନ୍ମଗ୍ରହଣ କରିଥିଲେ। ରାଜ ପରିବାରରେ ଜନ୍ମଲାଭ କରିଥିଲେ ମଧ୍ୟ ରାଜ୍ୟ ଶାସନ ପ୍ରତି ତାଙ୍କର ଆଗ୍ରହ ନ ଥିଲା। ସେ ସାହିତ୍ୟ ସାଧନାରେ ନିମଗ୍ନ ଥିଲେ। ତାଙ୍କ ରଚିତ ବୈଦେହୀଶ ବିଳାସ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ ଆଦି ଶ୍ରେଷ୍ଠ କୃତି। ରଘୁନାଥ ନାମକ ଜଣେ ସିଦ୍ଧପୁରୁଷ ତାଙ୍କୁ ତାରକ ମନ୍ତ୍ର ସାଧନା ଶିକ୍ଷା ଦେଇଥିଲେ। ସିଦ୍ଧି ପ୍ରାପ୍ତି ହୋଇଥିବା ସେହିସ୍ଥାନ ବାଘବଲି ଓ ଡାମଣ ଝୋଲି ଭାବେ ପରିଚିତି ହାସଲ କରିଛି। ୧୮ ବର୍ଷ ବୟସରେ ସେ ଲାବଣ୍ୟବତୀଙ୍କୁ ବିବାହ କରିଥିଲେ।

Model This Week

ଆହାନା