ଶ୍ରେଷ୍ଠ ପାଞ୍ଚ: ଶ୍ରୀଜଗନ୍ନାଥ ମନ୍ଦିର

ଛତିଆ ବଟ

ଛତିଆ ବଟ

ଯାଜପୁର ଜିଲା ଛତିଆରେ ରହିଛି ଛତିଆ ବଟ ଶ୍ରୀଜଗନ୍ନାଥ ମନ୍ଦିର। ଏଠାରେ ପ୍ରସିଦ୍ଧ ବରଗଛ ରହିଛି। ସନ୍ଥ ହାଡ଼ି ଦାସଙ୍କ ମାଳିକାରେ ଛତିଆ ବଟର ବର୍ଣ୍ଣନା କରାଯାଇଛି। ସେ ଏଠାରେ ସମାଧିସ୍ଥ ହୋଇଥିଲେ। ଏଠାରେ ଶ୍ରୀଜୀଉଙ୍କ ସୁନ୍ଦର ମୂର୍ତ୍ତି ରହିଛି।

ନୀଳଗିରି ଜଗନ୍ନାଥ ମନ୍ଦିର

ନୀଳଗିରି ଜଗନ୍ନାଥ ମନ୍ଦିର

ବାଲେଶ୍ୱର ଜିଲାର ନୀଳଗିରିରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଭବ୍ୟ ମୂର୍ତ୍ତି ରହିଛି। ମନ୍ଦିର ଜଗମୋହନ ମଧ୍ୟରେ ଗରୁଡ଼ ସ୍ତମ୍ଭ ରହିଛି। ୧୭୫୦ରେ ତତ୍‌କାଳୀନ ରାଜା ରାମଚନ୍ଦ୍ର ଦେବ ମର୍ଦ୍ଦରାଜ ହରିଚନ୍ଦନଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥିଲା। ୧୯୯୬ରେ ଏଠାରେ ପ୍ରଥମ ଥର ପାଇଁ ନବକଳେବର ସମ୍ପନ୍ନ ହୋଇଥିଲା।

ଶାବର ଶ୍ରୀକ୍ଷେତ୍ର

ଶାବର ଶ୍ରୀକ୍ଷେତ୍ର

କୋରାପୁଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ୧୪୦୦ ମସିହା ଠାରୁ ରଥଯାତ୍ରା ପାଳିତ ହେଉଛି। ଏହାକୁ ଶାବର ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଇଥାଏ। ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ମାତା ସୁଭଦ୍ରା ଓ ସୁଦର୍ଶନଙ୍କ ମୂର୍ତ୍ତି ରହିଛି। ଏଠାରେ ପାଳିତ ହେଉଥିବା ରଥଯାତ୍ରାରେ ୧୦ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।

ପାତାଳି ଶ୍ରୀକ୍ଷେତ୍ର

ପାତାଳି ଶ୍ରୀକ୍ଷେତ୍ର

ସୋନପୁର ଜିଲାରେ ରହିଛି ପାତାଳି ଶ୍ରୀକ୍ଷେତ୍ର। ଏଠାରେ ଥିବା ଗୁମ୍ଫାରେ ରକ୍ତବାହୁର ଆକ୍ରମଣରୁ ରକ୍ଷା ପାଇବା ପାଇଁ ର୍‌ ଶ୍ରୀଜୀଉମାନେ ୧୪୪ ବର୍ଷ ପାତାଳି ହୋଇ ରହିଥିବାର ବର୍ଣ୍ଣନା ରହିଛି। ଏଠାରେ ଏକ ବୃହଦାକାର ପଥର ପିଣ୍ଡି ରହିଛି। ସେଥିରେ ଏକ ସାଙ୍ଗରେ ୩୦ରୁ ୪୦ ଜଣ ଲୋକ ବସିପାରିବେ।

ଶ୍ରୀମନ୍ଦିର

ଶ୍ରୀମନ୍ଦିର

ପୁରୀର ଶ୍ରୀମନ୍ଦିର ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ୧୧୬୧ରେ ନିର୍ମିତ ହୋଇଥିଲା। ଶ୍ରୀମନ୍ଦିର ରତ୍ନବେଦିରେ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ମାତା ସୁଭଦ୍ରା ଓ ସୁଦର୍ଶନ ବିରାଜମାନ କରିଛନ୍ତି। ଶ୍ରୀମନ୍ଦିରର ଉଚ୍ଚତା ୬୫ ଫୁଟ। ୧୯୭୫ ମସିହାରେ ପୁରୀ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଥିଲା। ଶ୍ରୀମନ୍ଦିରର ଶ୍ରୀନୀଳଚକ୍ରରେ ଲାଗିଥିବା ପତିତ ପାବନ ବାନାର ଲମ୍ବ ୧୨ ହାତ। ଶ୍ରୀମନ୍ଦିର ସମ୍ମୁଖରେ ଅରୁଣସ୍ତମ୍ଭ ରହିଛି। ଏଠାକୁ ପ୍ରବେଶ କରିବା ପାଇଁ ସିଂହଦ୍ୱାର, ଅଶ୍ୱଦ୍ୱାର, ହାତୀଦ୍ୱାର ରହିଛି।

Model This Week

ନିକିତା