ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ଶିବ ମନ୍ଦିର

ଚିନ୍ତାମଣିଶ୍ୱର

ଚିନ୍ତାମଣିଶ୍ୱର

ଭୁବନେଶ୍ୱର ପୁରୁଣା ଷ୍ଟେଶନ ବଜାର ଅଞ୍ଚଳରେ ଚିନ୍ତାମଣିଶ୍ୱର ମନ୍ଦିର ରହିଛି। ଏହା ସୋମବଂଶୀ ରାଜାଙ୍କ ଦ୍ୱାରା ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ମନ୍ଦିରର ନିର୍ମାଣ ଶୈଳୀ ଅତି ଉଚ୍ଚକୋଟୀର। ଏଠାରେ ମାତା ପାର୍ବତୀଙ୍କ ମନ୍ଦିର ରହିଛି। ମନ୍ଦିର ପରିସରରେ ଥିବା ପୋଖରୀ ରାଜା କେଶରୀଙ୍କ ଦ୍ୱାରା ଖନନ କରାଯାଇଥିବା ଜନଶ୍ରୁତିରୁ ଜଣାପଡେ।

କପିଳେଶ୍ୱର

କପିଳେଶ୍ୱର

କପିଳେଶ୍ୱର ମନ୍ଦିର ପୁରୁଣା ଭୁବନେଶ୍ୱରସ୍ଥ କପିଳେଶ୍ୱର ଗ୍ରାମରେ ରହିଛି। ଏହା ୪୪ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ। ମନ୍ଦିରଟି ସୋମବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ଦ୍ୱାରା ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ମନ୍ଦିରର ଉଚ୍ଚତା ୬୨ ଫୁଟ। ମନ୍ଦିରର ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତଗୁଡିକର ନିର୍ମାଣ ଶୈଳୀ ଅତି ଉଚ୍ଚକୋଟୀର।

ଗଙ୍ଗେଶ୍ୱର

ଗଙ୍ଗେଶ୍ୱର

ଗଙ୍ଗେଶ୍ୱର ମନ୍ଦିର ପୁରୁଣା ଭୁବନେଶ୍ୱର ତଳ ବଜାର ଗଙ୍ଗା-ଯମୁନା ରୋଡ ନିକଟରେ ରହିଛି। ଗଙ୍ଗବଂଶ ରାଜାଙ୍କ ସମୟରେ ଏହା ନିର୍ମିତ ହୋଇଥିଲା। ଏହା ଧୂସର ବାଲିଆ ପଥରରେ ନିର୍ମିତ। ଏହା ନିକଟରେ ଗଙ୍ଗା-ଯମୁନା ପୋଖରୀ ରହିଛି।

ମୁକ୍ତେଶ୍ୱର

ମୁକ୍ତେଶ୍ୱର

ମୁକ୍ତେଶ୍ୱର ମନ୍ଦିର ସୋମବଂଶୀ ରାଜାଙ୍କ ସମୟରେ ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିଲା। ମନ୍ଦିର ସମ୍ମୁଖ ଭାଗରେ ଏକ ଆକର୍ଷଣୀୟ ତୋରଣ ରହିଛି। ମନ୍ଦିରର ନିର୍ମାଣ ଶୈଳୀରେ ଉଚ୍ଚକୋଟୀର କାରିଗରି କୌଶଳର ଉପଯୋଗ କରାଯାଇଛି। ମନ୍ଦିରକୁ ବିମାନ ଓ ମୁଖଶାଳା ଆଦି ଦୁଇଟି ଅଂଶରେ ବିଭକ୍ତ କରାଯାଇଛି। ଏଠାରେ ପ୍ରତିବର୍ଷ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥାଏ।

ଲିଙ୍ଗରାଜ

ଲିଙ୍ଗରାଜ

ଲିଙ୍ଗରାଜ ମନ୍ଦିର ପୁରୁଣା ଭୁବନେଶ୍ୱରଠାରେ ଅବସ୍ଥିତ। ଏହାର ଉଚ୍ଚତା ୧୮୦ ଫୁଟ। ଏହା ସୋମବଂଶୀ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ଗଙ୍ଗବଂଶ ରାଜାଙ୍କ ସମୟରେ ଏହାର କିଛି ଅଂଶ ନିର୍ମିତ ହୋଇଥିଲା। ଲିଙ୍ଗରାଜ ମନ୍ଦିରକୁ ବିମାନ, ଜଗମୋହନ, ନାଟମନ୍ଦିର ଓ ଭୋଗ ମଣ୍ଡପ ଆଦି ୪ଟି ଭାଗରେ ବିଭକ୍ତ କରାଯାଇଛି। ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ବୋଲି ଏକାମ୍ର ପୁରାଣରେ ବର୍ଣ୍ଣନା କରାଯାଇଛି।

Model This Week

ପ୍ରଭାତ