ଶ୍ରେଷ୍ଠ ପାଞ୍ଚ: ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ

ଏମ୍ସ୍‌

ଏମ୍ସ୍‌

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏଆଇଆଇଏମ୍‌ଏସ୍‌) ଭୁବନେଶ୍ୱର ସିଜୁଆଠାରେ ପ୍ରାୟ ୧ଶହ ଏକର ପରିମିତ ଅଞ୍ଚଳରେ ନିର୍ମିତ। ପୂର୍ବରୁ ଏହା ନେତାଜୀ ସୁଭାଷ ବୋଷ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଭାବେ ନାମିତ ହୋଇଥିଲା। ଏଠାରେ ରୋଗୀଙ୍କ ପାଇଁ ୯୭୮ ଶଯ୍ୟା ରହିଛି। ଏହାର ପାଠ୍ୟକ୍ରମ ୨୦୧୦-୧୧ ଅକ୍ଟୋବର ୨୧ରୁ ଆରମ୍ଭ ହୋଇଥିଲା। ୨୦୧୪ ଫେବୃୟାରୀ ୨୬ରେ ଏହା ଲୋକାର୍ପିତ ହୋଇଥିଲା। ଏଠାରେ ହସପିଟାଲ୍‌, ମେଡିକାଲ କଲେଜ ଓ ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲ୍‌ ରହିଛି। ଏହାର ସିଟ୍‌ ସଂଖ୍ୟା ଏକ ଶହ ରହିଛି। ଏଠାରେ ସାଟେଲାଇଟ୍‌ ସେଣ୍ଟର ସ୍ଥାପନ ପାଇଁ ଯୋଜନା ରହିଛି।

ନାଇଜର୍‌

ନାଇଜର୍‌

ରାଷ୍ଟ୍ରୀୟ ବିଜ୍ଞାନ ଓ ଗବେଷଣା ସଂସ୍ଥାନ(ଏନ୍‌ଆଇଏସ୍‌ଇଆର୍‌) ଜଟଣୀଠାରେ ୩ଶହ ଏକର ପରିମିତ ଅଞ୍ଚଳରେ ରହିଛି। ଏହାର ଶିଳାନ୍ୟାସ ୨୦୦୬ ଅଗଷ୍ଟ ୨୮ରେ ସମ୍ପନ୍ନ ହୋଇଥିଲା। ଏହା ଆଣବିକ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ। ନେଷ୍ଟ୍‌ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏହି ଶିକ୍ଷାନୁଷ୍ଠାନରେ ନାମ ଲେଖା ହୋଇଥାଏ। ଏଠାକାର ସମସ୍ତ ଶିକ୍ଷାର୍ଥୀଙ୍କୁ ମାସିକ ୫ହଜାର ଟଙ୍କାର ବୃତ୍ତି ପ୍ରଦାନ କରାଯାଇଥାଏ। ଏହାଛଡା ବାର୍ଷିକ କଣ୍ଟିଜେନ୍ସି ଗ୍ରାଣ୍ଟ୍‌ ବାବଦରେ ୨୦ ହଜାର ଟଙ୍କା ଶିକ୍ଷାର୍ଥୀଙ୍କୁ ଯୋଗାଇ ଦିଆଯାଇଥାଏ। ୭ଟି ପାଠ୍ୟକ୍ରମରେ ଏଠାରେ ଶିକ୍ଷା ପ୍ରଦାନ କରାଯାଇଥାଏ।

ନିଫ୍ଟ୍‌

ନିଫ୍ଟ୍‌

ଜାତୀୟ ଫେସନ୍‌ ଟେକ୍ନୋଲୋଜି ଶିକ୍ଷାନୁଷ୍ଠାନ(ଏନ୍‌ଆଇଏଫ୍‌ଟି) ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳଠାରେ ରହିଛି। ଏଠାରେ ଶିକ୍ଷାର୍ଥୀଙ୍କୁ ଫେସନ୍‌ ଟେକ୍ନୋଲୋଜି ପାଠ୍ୟକ୍ରମ ଉପରେ ଶିକ୍ଷାଦାନ କରାଯାଇଥାଏ। ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏଠାରେ ଫେସନ ଡିଜାଇନିଂର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖା ଯାଇଥାଏ।

ଆଇଆଇଆଇଟି

ଆଇଆଇଆଇଟି

ଅନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ(ଆଇଆଇଆଇଟି) ଭୁବନେଶ୍ୱର ମଳିପଡାର ଗୋଠପାଟଣାଠାରେ ୨୩ ଏକର ପରିମିତ ଅଞ୍ଚଳରେ ରହିଛି। ଏହା ୨୦୦୭ ସେପ୍ଟେମ୍ବରଠାରୁ କାର୍ଯ୍ୟ ଆରମ୍ଭ କରିଛି। ୨୦୦୫ରେ ତତ୍‌କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମ୍‌ ଏହାର ଶିଳାନ୍ୟାସ କରିଥିଲେ। ଯୁଗ୍ମ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏଠାରେ ନାମ ଲେଖା ହୋଇଥାଏ।

ଆଇଆଇଟି

ଆଇଆଇଟି

ଅଖିଳ ଭାରତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ(ଆଇଆଇଟି) ଭୁବନେଶ୍ୱର ସାମନ୍ତପୁରଠାରେ କାର୍ଯ୍ୟ କରୁଥିବାବେଳେ ଏହାର ସ୍ଥାୟୀ କ୍ୟାମ୍ପସ୍‌ ଜଟଣୀ ନିକଟସ୍ଥ ଅରୁଗୁଳଠାରେ ରହିଛି। ୨୦୦୭ ଅଗଷ୍ଟ ୧୫ରେ ଏହା କାର୍ଯ୍ୟ ଆରମ୍ଭ କରିଥିଲା। ଆଇଆଇଟି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ର଼୍ୟାଙ୍କ୍‌ ଅନୁସାରେ ଏଠାରେ ନାମ ଲେଖା ହୋଇଥାଏ। ଏହାର ସ୍ଥାୟୀ କ୍ୟାମ୍ପସ୍‌ ୯୩୬ ଏକର ପରିମିତ ଅଞ୍ଚଳରେ ରହିଛି।

Model This Week

ରୂପେଶ