ଶ୍ରେଷ୍ଠ ପାଞ୍ଚ: ଶ୍ରୀଜଗନ୍ନାଥଙ୍କ ଭୋଗ

ଗୋପାଳ ବଲ୍ଲଭ ଭୋଗ

ଗୋପାଳ ବଲ୍ଲଭ ଭୋଗ

ଶ୍ରୀମନ୍ଦିରରେ ଗୋପାଳ ବଲ୍ଲଭ ଭୋଗ ଶ୍ରୀଜୀଉଙ୍କୁ ପ୍ରଥମେ ଲାଗି ହୋଇଥାଏ। ଏଥିରେ ଖୁଆ, ଲହୁଣି, ନଡ଼ିଆ, ନଡ଼ିଆ ପାଣି, ଆଦି ୭ ପ୍ରକାର ଭୋଗ ରହିଥାଏ। ଏହାପରେ ମହାପ୍ରଭୁଙ୍କ ସକାଳ ଧୂପରେ ପିଠାପୁଳି, ଏଣ୍ଡୁରୀ, ମିଠାପୁଳି ଆଦି ୧୩ ପ୍ରକାର ଭୋଗ ଷୋଡ଼ଶ ଉପଚାରରେ ଅର୍ପଣ କରାଯାଇଥାଏ।

ଭୋଗମଣ୍ଡପ ଭୋଗ

ଭୋଗମଣ୍ଡପ ଭୋଗ

ଭୋଗମଣ୍ଡପ ଭୋଗରେ ଶ୍ରୀଜୀଉଙ୍କୁ ପଖାଳ ସହିତ ଦହି ଅର୍ପଣ କରାଯାଇଥାଏ। ଏହାଛଡା ଏଥିରେ କାଞ୍ଜି ମଧ୍ୟ ରହିଥାଏ। ଏହା ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ୮ମ ଶତାବ୍ଦୀରୁ ଆରମ୍ଭ ହୋଇଥିବାର ଜଣାଯାଏ।

ମଧ୍ୟାହ୍ନ ଭୋଗ

ମଧ୍ୟାହ୍ନ ଭୋଗ

ମଧ୍ୟାହ୍ନ ଭୋଗରେ ଶ୍ରୀଜୀଉଙ୍କୁ ବଡ଼ପିଠା, ବଡ଼ ଆରିସା, ବଡ଼ କ୍ଷୀରଛୁଳା, କଦମା ହାଣ୍ଡି ଆଦି ୪୦ ପ୍ରକାର ଭୋଗ ଅର୍ପଣ କରାଯାଇଥାଏ। ଦିନ ୧୨ଟାଠାରୁ ୧ଟା ମଧ୍ୟରେ ଏହା ଶ୍ରୀଜୀଉଙ୍କଠାରେ ଲାଗି ହୋଇଥାଏ।

ସନ୍ଧ୍ୟା ଧୂପ

ସନ୍ଧ୍ୟା ଧୂପ

ସନ୍ଧ୍ୟା ଧୂପରେ ଶ୍ରୀଜୀଉଙ୍କୁ ସନ୍ଧ୍ୟା ଆଳତିରେ ସାନ ଅମାଲୁ, ଚିପୁଡା ପଖାଳ, ପାଣି ପଖାଳ, ସାକର ଆଦି ୯ ପ୍ରକାର ଭୋଗ ଲାଗି ହୋଇଥାଏ।

ବଡ଼ସିଂହାର ଭୋଗ

ବଡ଼ସିଂହାର ଭୋଗ

ବଡ଼ସିଂହାର ଭୋଗ ଶ୍ରୀଜୀଉଙ୍କୁ ଦିନର ଶେଷ ଭୋଗ ଭାବେ ରାତିରେ ଲାଗି ହୋଇଥାଏ। ଗୋପାଳବଲ୍ଲଭ ଭୋଗ ବ୍ୟତିତ ଅନ୍ୟ ଚାରି ପ୍ରକାର ଭୋଗ ଏହି ଅବସରରେ ଲାଗି ହୋଇଥାଏ। ସରପୁଳି ପିଠା, ପାୟସ, ସୁଆର ପିଠା, ରୋସା ପାଇକ ଆଦି ଭୋଗ ରତ୍ନବେଦୀରେ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଇଥାଏ।

Model This Week

ରୂପେଶ