ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ପର୍ବ

ଶୀତଳଷଷ୍ଠୀ

ଶୀତଳଷଷ୍ଠୀ

ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ତିଥିରେ ଏହି ପର୍ବ ପାଳିତ ହୋଇଥାଏ। ଏହି ପର୍ବରେ ମାତା ପାର୍ବତୀ ଓ ପ୍ରଭୁ ମହାଦେବଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ସମ୍ବଲପୁରରେ ଚୌହ୍ବାନ ବଂଶ ରାଜାଙ୍କ ରାଜୁତି କାଳରେ ଏହି ପର୍ବ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ। ଅତି ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳିତ ହୋଇଥାଏ।

ରଜ

ରଜ

ରଜ ସଂକ୍ରାନ୍ତି ମିଥୁନ ମାସ ସଂକ୍ରାନ୍ତିରେ ପାଳିତ ହୋଇଥାଏ। ଆଷାଢ଼ ମାସର ପ୍ରଥମ ଦିନଠାରୁ ଏହା ଆରମ୍ଭ ହୋଇଥାଏ। ଏହା ପ୍ରାୟତଃ ଜୁନ୍‌ ମାସ ମଧ୍ୟ ଭାଗରେ ପଡିଥାଏ। ଏହା ଓଡ଼ିଶାର ଏକ ଗଣପର୍ବ। ଏହାଠାରୁ ମୌସୁମୀ ଋତୁର ଆରମ୍ଭ ହୋଇଥାଏ। ବର୍ଷାର ଆରମ୍ଭରେ ଓଡ଼ିଶାର କୃଷକ ଚାଷ ଜମିରେ ବେଉଷଣ କାର୍ଯ୍ୟ କରିଥାନ୍ତି। ତିନିଦିନ ଧରି ପାଳିତ ହେଉଥିବା ଏହି ପର୍ବରେ ମାଟି ମା’ରଜସ୍ବଳା ହୋଇଥିବାର ବିଶ୍ୱାସ ରହିଛି। ଏହି ଅବସରରେ ପ୍ରତିଟି ଓଡ଼ିଆ ଘରେ ଚକୁଳି ପିଠା, ପୋଡ଼ପିଠା ଆଦି ପ୍ରସ୍ତୁତ ହୋଇଥାଏ।

ରଥଯାତ୍ରା

ରଥଯାତ୍ରା

ରଥଯାତ୍ରା ଓଡ଼ିଶାର ଏକ ବଡ଼ ପର୍ବ। ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହା ଆଷାଢ଼ ଶୁକ୍ଳ ଦଶମୀରେ ଶେଷ ହୋଇଥାଏ। ଏହି ଯାତ୍ରାରେ ଶ୍ରୀଜୀଉମାନେ ନିଜର ଜନ୍ମବେଦି ଗୁଣ୍ଡିଚା ମନ୍ଦିରକୁ ବଡ଼ଦାଣ୍ଡରେ ରଥରେ ଯାଇଥାନ୍ତି। ବାଟରେ ମାଉସୀମା ମନ୍ଦିର ନିକଟରେ ଶ୍ରୀଜୀଉଙ୍କ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଅଟକିଥାଏ। ସେଠାରୁ ପୋଡ଼ପିଠା ଖାଇ ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି।

ନୂଆଁଖାଇ

ନୂଆଁଖାଇ

ଏହା ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ। ଏହା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରୁ ଆରମ୍ଭ ହୋଇଥାଏ। ଏହିଦିନ ନବାନ୍ନ ଭକ୍ଷଣ କରାଯାଇଥାଏ। ଏହି ଅବସରରେ ବେହରନ୍‌, ଲଗ୍ନ ଦେଖା, ଡକାହକା, ସଫା ସୁତୁରା, ଘିନା ବିକା, ନୂଆ ଧାନ୍‌ ଖୁଜା, ବଳି ପକା, ନୂଆଁଖାଇ ଏବଂ ଜୁହାର ଭେଟ୍‌ ଆଦି ୯ଟି କାମ କରାଯାଇଥାଏ। ଅତି ଆନନ୍ଦ ଉଲ୍ଲାସରେ ଏହା ପାଳିତ ହୋଇଥାଏ।

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

ଏହି ପର୍ବ ମାର୍ଗଶିର କୃଷ୍ଣ ଅଷ୍ଟମୀରେ ପାଳିତ ହୋଇଥାଏ। ଘରର ପ୍ରଥମ ସନ୍ତାନଙ୍କୁ ଏହି ପର୍ବରେ ନୂଆ ବସ୍ତ୍ର ପିନ୍ଧାଯାଇ କୋଳରେ ବସାଇ ହଳଦୀ ପତ୍ରରେ ତିଆରି ପିଠା ଖାଇବାକୁ ଦିଆଯାଇଥାଏ। ଏହାକୁ ପୋଢ଼ୁଆଁଷ୍ଟମୀ ମଧ୍ୟ କୁହାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମାର ଆଠ ଦିନ ପରେ ଏହି ପର୍ବ ପାଳିତ ହୋଇଥାଏ।

Model This Week

Model This Week