ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ରାଜପ୍ରାସାଦ

ଢେଙ୍କାନାଳ ରାଜବାଟୀ

ଢେଙ୍କାନାଳ ରାଜବାଟୀ

ଢେଙ୍କାନାଳ ରାଜବାଟୀ ୧୮୩୨ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ଶାସକ ମହାରାଜା ଭାଗୀରଥି ମହେନ୍ଦ୍ର ବାହାଦୁରଙ୍କ ସମୟରେ ତିଆରି ହୋଇଥିବା ଇତିହାସ କହେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପାଣିଓହଳା ପାହାଡ଼ର ପାଦଦେଶରେ ଏହା ଅବସ୍ଥିତ। ରାଜବାଟୀର ପ୍ରବେଶ ପଥରେ ରହିଛି ସିଂହଦ୍ୱାର। ମନ୍ଦିର, ସୁନ୍ଦର ଲନ୍‌, ବଗିଚା, ରଙ୍ଗମହଲ, ଲାଇବ୍ରେରି, ଦରବାର ହଲ୍‌ ରାଜପ୍ରାସାଦର ଶୋଭାବର୍ଦ୍ଧନ କରୁଛି। ବର୍ତ୍ତମାନର ରାଜା କାମାକ୍ଷା ପ୍ରସାଦ ସିଂଦେଓ ପରିବାର ସହ ଏଠାରେ ରହୁଛନ୍ତି। ଏଠାକାର ପ୍ରାଚୀନ କାରୁକାର୍ଯ୍ୟ ଅତୀବ ମନୋରମ। ଏଥିସହ ମରହଟ୍ଟା ଏବଂ ବ୍ରିଟିଶ ସମୟରେ ହୋଇଥିବା ଯୁଦ୍ଧର ସଂରକ୍ଷିତ ଅସ୍ତ୍ରଶସ୍ତ୍ର ଆଜି ବି ଇତିହାସର ସ୍ମୃତି ରୋମନ୍ଥନ କରେ।

କନିକା ରାଜପ୍ରାସାଦ

କନିକା ରାଜପ୍ରାସାଦ

କେନ୍ଦ୍ରାପଡ଼ାରେ ଥିବା କନିକା ରାଜପ୍ରାସାଦ ୪ ଏକର ପରିମିତ ଅଞ୍ଚଳରେ ରହିଛି। ଏହାର ଉଚ୍ଚତା ୭୫ ଫୁଟ। ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏହାର ଶେଷ ରାଜା ଥିଲେ। ଇତିହାସରେ କନିକା ରାଜାଙ୍କ ଅନେକ ବୀରତ୍ୱ କାହାଣୀ ରହିଛି। ଏହି ରାଜପ୍ରାସାଦକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥାଏ।

କଳାହାଣ୍ଡି ରାଜପ୍ରାସାଦ

କଳାହାଣ୍ଡି ରାଜପ୍ରାସାଦ

କଳାହାଣ୍ଡି ଭବାନୀପାଟଣା ନିକଟରେ ଥିବା ରାଜପ୍ରାସାଦ ନାଗବଂଶୀ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏଠାରେ କୋଶଳୀ ସଂସ୍କୃତିର ଛାପ ଦେଖିବାକୁ ମିଳେ। ରାଜମହଲକୁ ଦେଖିବା ପାଇଁ ବର୍ଷସାରା ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।

ଡାଲିଯୋଡ ରାଜପ୍ରାସାଦ

ଡାଲିଯୋଡ ରାଜପ୍ରାସାଦ

କଟକରେ ଥିବା ଏହି ସୁନ୍ଦର ରାଜପ୍ରାସାଦ ଜ୍ୟୋତି ପ୍ରସାଦ ସିଂ ଦେଓଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ସେ ପଶ୍ଚିମବଙ୍ଗ ପଞ୍ଚକୋଟ ରାଜ୍ୟର ପୂର୍ବତନ ରାଜାଥିଲେ। ଏହି ରାଜପ୍ରାସାଦକୁ ୟୁରୋପ ଢାଞ୍ଚାରେ ନିର୍ମିତ କରାଯାଇଛି। ଏହି ରାଜପ୍ରାସାଦରେ ଓଡ଼ିଶା ସହିତ ବିଦେଶୀ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ।

ନୀଳଗିରି ରାଜପ୍ରାସାଦ

ନୀଳଗିରି ରାଜପ୍ରାସାଦ

ବାଲେଶ୍ୱରର ନୀଳଗିରି ରାଜପ୍ରାସାଦ ଭଞ୍ଜବଂଶ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଛୋଟ ନାଗପୁର ଅଞ୍ଚଳରୁ ଆସିଥିବା ରାଜା ଏହି ଅଞ୍ଚଳରେ ୧୧୨୫ରେ ଶାସନ ଆରମ୍ଭ କରିଥିଲେ। ଭଞ୍ଜ ବଂଶ ଏଠାରେ ୧୫୨୫ ପର୍ଯ୍ୟନ୍ତ ଶାସନ କରୁଥିଲେ। ଏହି ବଂଶର ରାଜା ନାରାୟଣ ସିଂ ମୋଗଲ ରାଜା ଆକବରଙ୍କ ସାମନ୍ତ ରାଜା ଥିଲେ। ଏହି ରାଜଉଆସ ଦେଖିବାକୁ ପଶ୍ଚିମବଙ୍ଗ, ଛତିଶଗଡ଼ ସମେତ ଦେଶର ଅନ୍ୟ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି।

Model This Week

ରୂପେଶ