ଶ୍ରେଷ୍ଠ ପାଞ୍ଚ: ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ

ସାନଘାଗରା ଜଳପ୍ରପାତ

କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ ା ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି ହୋଇ ପଡ଼ିଥାଏ। ଏହି ଜଳପ୍ରପାତ ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ପାଇଛି। ଏଠାରେ ୪୮୦ ମିଟର(୧୯୫୦ ଫୁଟ୍‌) ଉଚ୍ଚରୁ ପାଣି ପଡ଼ୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ବରେହିପାଣି

ବରେହିପାଣି

ମୟୂରଭଞ୍ଜ ଜିଲାର ଶିମିଳିପାଳ ଭିତରେ ରହିଛି ମନୋରମ ବରେହିପାଣି ଜଳପ୍ରପାତ। ଭାରତର ଦ୍ୱିତୀୟ ବୃହତ୍ତମ ଜଳପ୍ରପାତର ମାନ୍ୟତା ପାଇଥିବା ବରେହିପାଣି ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନୀ ସ୍ଥଳୀର ମାନ୍ୟତା ପାଇଛି। ଏଠାରେ ୩୯୯ ମିଟର (୧୩୦୯ ଫୁଟ) ଉଚ୍ଚରୁ ପାଣି ପଡୁଥିବା ବେଳେ ଏହି ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

ମାଛକୁଣ୍ଡ(ଡୁମୁଡୁମା)

ମାଛକୁଣ୍ଡ(ଡୁମୁଡୁମା)

କୋରାପୁଟ ଜିଲା ସଦରମହକୁମାଠାରୁ ୯୨କି.ମି. ଦୂରରେ ମାଛକୁଣ୍ଡ ବା ଡୁମୁଡୁମା ଜଳପ୍ରପ୍ରାତ ଅବସ୍ଥିତ। ଏଠାରେ ୧୭୫ ମିଟର ଉଚ୍ଚରୁ ତଳକୁ ପାଣି ପଡ଼ୁଛି। ଶୀତ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।

ପ୍ରଧାନପାଟ

ପ୍ରଧାନପାଟ

ଦେବଗଡ଼ ଜିଲା ସଦର ମହକୁମାଠାରୁ ୨ କି.ମି. ଦୂରରେ ପ୍ରଧାନପାଟ ଜଳପ୍ରପାତ ଅବସ୍ଥିତ। ଦେବଗଡ଼ ବନାଞ୍ଚଳ ଅଧିନରେ ଆସୁଥିବା ଏହି ଜଳପ୍ରପାତରେ ୭ଟି କୁଣ୍ଡ ଦେଇ ଜଳ ପ୍ରବାହିତ ହୋଇଥାଏ। ୧୬୫ ଫୁଟ ଉଚ୍ଚତାରୁ ଜଳ ତଳକୁ ପଡ଼ୁଛି। ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ।

ପୁତୁଡି

ପୁତୁଡି

କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ୧୫ କି.ମି. ଦୂରରେ ରହିଛି ପୁତୁଡି ଜଳପ୍ରପାତ। ଏଠାରେ ପ୍ରାୟ ୩୦ ଫୁଟ ଉପରୁ ପାଣି ପଡୁଛି ା ଏହି ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବା ଲାଗି ବର୍ଷର ବିଭିନ୍ନ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ ା ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଏହି ଜଳପ୍ରପାତର ପାଣି ବାବା ସାଲୁକି ନଦୀରେ ମିଶିଛି।