Dharitri News

ଶ୍ରେଷ୍ଠ ପାଞ୍ଚ: ନୟାଗଡ଼ ଛେନାପୋଡ଼

ରାମଚନ୍ଦ୍ର ସାହୁ ମିଠା ଦୋକାନ

ରାମଚନ୍ଦ୍ର ସାହୁ ମିଠା ଦୋକାନ

ନୟାଗଡ଼ ଉପକୃଷିନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯିବାବେଳେ ପଡ଼େ ୫୦ ବର୍ଷ ତଳର ରାମଚନ୍ଦ୍ର ସାହୁ ମିଠା ଦୋକାନ। ଏଠାରେ ବିକ୍ରି ହେଉଥିବା ଛେନାପୋଡ଼ର ରହିଛି ଆଦର। ମାଲିକ ଧନେଶ୍ୱର ସାହୁଙ୍କ ମତରେ ପ୍ରତିଦିନ ଏଠାରେ ୪୦ରୁ ୫୦ କିଲୋ ପୋଡ଼ ବିକ୍ରି ହେଉଥିବା ବେଳେ ପର୍ବପର୍ବାଣି ସମୟରେ ଅଧିକ ବିକ୍ରି ହୁଏ। ସାଧା ଛେନାପୋଡ଼ କିଲୋ ୨୦୦ ଟଙ୍କା ହୋଇଥିବା ବେଳେ କାଜୁ ପଡ଼ିଥିବା ଛେନାପୋଡ଼ର ଦାମ କିଲୋ ପ୍ରତି ୨୨୦ ଟଙ୍କାରେ ବିକ୍ରି ହୁଏ।

ସାଉଥ୍‌ ଇଣ୍ଡିଆନ୍‌ ହୋଟେଲ

ସାଉଥ୍‌ ଇଣ୍ଡିଆନ୍‌ ହୋଟେଲ

ନୟାଗଡ଼ ବସ୍‌ଷ୍ଟାଣ୍ଡରେ ଥିବା ସାଉଥ୍‌ ଇଣ୍ଡିଆନ୍‌ ହୋଟେଲରେ ମିଳେ ସ୍ବାଦିଷ୍ଠ ଛେନାପୋଡ଼। ଏଠାରେ କିଲୋ ୨୦୦ ଟଙ୍କା ହୋଇଥିବା ବେଳେ ସ୍ପେଶାଲ୍‌ ଛେନାପୋଡ଼ ୨୪୦ ଓ ସୁଗାର ଫ୍ରି ଛେନାପୋଡ଼ କିଲୋ ପ୍ରତି ୨୬୦ ଟଙ୍କାରେ ବିକ୍ରି ହୁଏ। ପ୍ରତିଦିନ ଏଠାରେ ୫୦ରୁ ୬୦ କିଲୋ ଛେନାପୋଡ଼ ବିକ୍ରି ହୋଇଥାଏ ବୋଲି କୁହନ୍ତି ହୋଟେଲ ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ।

ଉଚ୍ଛବ ସାଉଥ୍‌ ଇଣ୍ଡିଆନ୍‌

ଉଚ୍ଛବ ସାଉଥ୍‌ ଇଣ୍ଡିଆନ୍‌

ବସ୍‌ଷ୍ଟାଣ୍ଡସ୍ଥିତ ଉଚ୍ଛବ ସାଉଥ୍‌ ଇଣ୍ଡିଆନ୍‌ ହୋଟେଲ ଛେନାପୋଡ଼ ପାଇଁ ବି ପ୍ରସିଦ୍ଧ। ଏଠାକାର ଛେନାପୋଡ଼ ହାତକୁ ନରମ ହୋଇଥିବା ବେଳେ ସୁଆଦିଆ ଲାଗେ। କିଲୋ ପ୍ରତି ଏଠାରେ ୨୦୦ ଟଙ୍କାରେ ଛେନାପୋଡ଼ ବିକ୍ରି ହୋଇଥାଏ।

ହୋଟେଲ ଜଗା କାଳିଆ

ହୋଟେଲ ଜଗା କାଳିଆ

୧୯୫୫ ମସିହାରୁ ବସ୍‌ଷ୍ଟାଣ୍ଡରେ ଥିବା ହୋଟେଲ ଜଗା କାଳିଆରେ ବିକ୍ରି ହେଉଥିବା ଛେନାପୋଡ଼ର ମଧ୍ୟ ଚାହିଦା ଢେର। ଏଠାରେ ୧ କିଲୋରୁ ୧ କିଲୋ ୨୦୦ ଗ୍ରାମ୍‌ ଭିତରେ ଗୋଟିକିଆ ଛେନାପୋଡ଼ ମିଳେ। କିଲୋ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପ୍ରତିଦିନ ୩୦ କିଲୋ ବିକ୍ରି ହେଉଥିବା କଥା କୁହନ୍ତି ସୁରେନ୍ଦ୍ର କୁମାର ସାହୁ।

ହୋଟେଲ ପଦ୍ମାଳୟା

ହୋଟେଲ ପଦ୍ମାଳୟା

ନୟାଗଡ଼ ସହର ନିକଟବର୍ତ୍ତୀ ମାଛିପଡ଼ା ଛକରେ ଥିବା ହୋଟେଲ ପଦ୍ମାଳୟା ଛେନାପୋଡ଼ର ରହିଛି ସୁନାମ। ଚୁଲିରେ ପୋଡ଼ା ହେଉଥିବା ଏହି ଛେନାପୋଡ଼ ଦେଖିବାକୁ ଯେତିକି ସୁନ୍ଦର, ସେତିକି ସ୍ବାଦିଷ୍ଠ। କିଲୋ ୧୯୦ ଟଙ୍କା ଥିବା ବେଳେ ପ୍ରତିଦିନ ଏଠାରେ ୧୦ କିଲୋ ବିକ୍ରି ହୁଏ। ନୟାଗଡ଼ ସହରରୁ ଅଧିକାଂଶ ସମୟରେ ଲୋକେ ଯାଇ ଛେନାପୋଡ଼ ଆଣୁଥିବା ଦେଖିବାକୁ ମିଳେ।