ଶ୍ରେଷ୍ଠ ପାଞ୍ଚ: ପ୍ରସିଦ୍ଧ ଗଁ।

ନୃତ୍ୟ, କଳା, ସଂସ୍କୃତିର ଗଁ।  ରଘୁରାଜପୁର

ନୃତ୍ୟ, କଳା, ସଂସ୍କୃତିର ଗଁ। ରଘୁରାଜପୁର

ରଘୁରାଜପୁର ଗଁ।ର ନଁ। ନେବା ମାତ୍ରେ ମନେ ପଡ଼ିଯାଆନ୍ତି ନୃତ୍ୟଗୁରୁ କେଳୁଚରଣ ମହାପାତ୍ର, ଯିଏକି ଓଡ଼ିଶୀକୁ ବିଶ୍ୱଦରବାରରେ ପହଞ୍ଚାଇଛନ୍ତି। ପୁରୀ ଜିଲାର ଏହି ଗଁ। ଓଡ଼ିଶୀ ସମେତ ଗୋଟିପୁଅ ନୃତ୍ୟ, ପଟଚିତ୍ର, ଯାତ୍ରୀପଟି ପାଇଁ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ରଘୁରାଜପୁରରେ ଜନ୍ମନେଇଥିଲେ ଗୋଟିପୁଅ ନୃତ୍ୟଗୁରୁ ମାଗୁଣି ଦାସ। ପଥର ମୂର୍ତ୍ତି, କାଠମୂର୍ତ୍ତି, ଖେଳନା, ନଡ଼ିଆରେ ଚିତ୍ର, କତା ଓ ମାଟି ଗୋବର କଣ୍ଢେଇ ପ୍ରସ୍ତୁତି ପାଇଁ ରଘୁରାଜପୁର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଆସିଛି।

ସଂଗ୍ରାମୀଙ୍କ ଗଁ। ଥୁଆବାରି

ସଂଗ୍ରାମୀଙ୍କ ଗଁ। ଥୁଆବାରି

ବୀର ସଂଗ୍ରାମୀଙ୍କ ମାଟି ଥୁଆବାରି। ଭାରତ ସ୍ବାଧୀନତା ସଂଗ୍ରାମର ମହାନ ତୀର୍ଥକ୍ଷେତ୍ର। ଏହାର ଗୌରବଗାଥା ମନେପକାଇଲେ ସ୍ବତଃପ୍ରବୃତ୍ତ ଭାବେ ମାଟିର ଧୂଳିକଣିକା ପ୍ରତି ମୁଣ୍ଡ ନଇଁଯାଏ । ନୟାଗଡ଼ ଜିଲା ନୂଆଗଁା ବ୍ଲକ ଅଧୀନ ଏହି ଗଁ।ର ସମସ୍ତ ୬୦ ପରିବାର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିଲେ। ଏହି ଗଁ।ର ଅନେକ ଲୋକ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ସ୍ବାଧୀନତା ପରେ ୧୯୫୫ରେ ଗୁମା ନଈ ବନ୍ୟାରେ ଗଁ।ଟି ଜଳମଗ୍ନ ହୋଇଥିଲା। ଗ୍ରାମବାସୀ ନିକଟସ୍ଥ ଡୁବୁରୀ ମୁଣ୍ଡିଆ ପାଦଦେଶରେ ବସତି ସ୍ଥାପନ କରିଥିଲେ। ବନ୍ୟା ପରେ ମୂଳ ଗ୍ରାମଟି ଚାଷଜମିରେ ପରିଣତ ହୋଇଥିଲା। ସାରା ଦେଶରେ ଏଭଳି ଦେଶପ୍ରେମୀ ଗଁ। ଓ ଅଭୁଲା ତ୍ୟାଗର ନିଦର୍ଶନ ଦେଖିବା ବିରଳ।

ଫକୀରମୋହନଙ୍କ ଗଁ। ମଲ୍ଲିକାଶପୁର

ଫକୀରମୋହନଙ୍କ ଗଁ। ମଲ୍ଲିକାଶପୁର

ମଲ୍ଲିକାଶପୁର। ସମଗ୍ର ଓଡ଼ିଆ ଜାତିର ତୀର୍ଥଭୂମି। ବାଲେଶ୍ୱର ସହରର ମଧ୍ୟ ଭାଗରେ ରହିଛି ଏହି ଛୋଟ ଗଁ।। ଏଠାରେ ଭୂମିଷ୍ଠ ହୋଇଥିଲେ ଓଡ଼ିଆ ଆଧୁନିକ ଗଳ୍ପ, କବିତା ଓ ଉପନ୍ୟାସର ଧାରା ପ୍ରବର୍ତ୍ତକ ଫକୀରମୋହନ ସେନାପତି। ପ୍ରକୃତି ଉପାସକ ଫକୀରମୋହନ ନିଜ କୋଠା ସାମ୍ନାରେ ଯେଉଁ ସୁରମ୍ୟ ଉଦ୍ୟାନଟିଏ ନିର୍ମାଣ କରିଥିଲେ ତା’ର ନାମ ଦେଇଥିଲେ ଶାନ୍ତି କାନନ। ଫକୀରମୋହନଙ୍କ ଦେହାନ୍ତ ପରେ ତାଙ୍କ ମଲ୍ଲିକାଶପୁରସ୍ଥିତ ବାସଗୃହ ଓ ସ୍ମୃତି ବିଜଡ଼ିତ ଶାନ୍ତିକାନନକୁ ଓଡ଼ିଶା ସରକାର ନିଜ ହାତକୁ ନେଇ ଏକ ଜିଲା ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ସଂସ୍କୃତି ବିଭାଗ ପକ୍ଷରୁ ସେଠାରେ ଏକ ପାଠାଗାର ଖୋଲାଯାଇଛି।

କବିସମ୍ରାଟଙ୍କୁ ନେଇ ଗର୍ବିତ କୁଲାଡ଼

କବିସମ୍ରାଟଙ୍କୁ ନେଇ ଗର୍ବିତ କୁଲାଡ଼

ଗଞ୍ଜାମ ଜିଲା ଭଞ୍ଜନଗର ସହରଠୁ ୮ କିମି ଦୂରରେ ରହିଥିବା କୁଲାଡ଼ ଗଁ।। ଓଡ଼ିଆ ସାହିତ୍ୟ ଆକାଶର ଜାଜୁଲ୍ୟମାନ ନକ୍ଷତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ହୋଇଥିବାରୁ ଏହି ଗଁ। ଯୁଗ ଯୁଗ ଧରି ଗର୍ବ ବହନ କରିଆସୁଛି। ରାଜବଂଶରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜ୍ୟ ଶାସନ ଅପେକ୍ଷା ସାରସ୍ବତ ସୃଷ୍ଟି ପାଇଁ ବହୁମୂଲ୍ୟ ସମୟ ଦେଇଥିଲେ । ଫଳସ୍ବରୂପ ତାଙ୍କ କୃତି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଛି। କୁଲାଡ଼ ପାହାଡ଼ ପାଦଦେଶରେ ଭଞ୍ଜ ରାଜବଂଶର ରାଜପ୍ରାସାଦ ନିର୍ମାଣ ହୋଇଥିଲା। ରାଜ ପରିବାର ପକ୍ଷରୁ କୁଲାଡ଼ରେ ବ୍ୟାଘ୍ରଦେବୀ ଓ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ଏବେ ତାହା ପ୍ରନତ୍ତତ୍ତ୍ବ ବିଭାଗ ଦ୍ୱାରା ପରିଚାଳିତ ହେଉଛି।

କଂସାବାସନର ଗଁ। ରେମୁଣା

କଂସାବାସନର ଗଁ। ରେମୁଣା

ପ୍ଲାଷ୍ଟିକ ଓ ଫାଇବର ଯୁଗରେ କଂସାବାସନର ଆଦର କମିଲାଣି। ମାତ୍ର କଂସାବାସନ ତିଆରି ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ବାଲେଶ୍ୱର ଜିଲା ରେମୁଣା ଗ୍ରାମର କଂସାରିମାନେ। ରେମୁଣାର ଖୁସାଲିଗଞ୍ଜ, ଜାନୁଗଞ୍ଜ, ସାହାଜୀପାଟଣା, ବେଗମପୁର ଓ ଚୌଧୁରୀବାଗ ସାହିରେ ରହିଛି ବହୁ କଂସାରିଙ୍କ ଘର। ରେମୁଣା ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ମଧ୍ୟ କଂସା ପିତ୍ତଳ କୁଟୀର ଶିଳ୍ପ ଗଢ଼ି ଉଠିଛି। କାରିଗରମାନେ ବାସନ, ପିତ୍ତଳଘଣ୍ଟି, ଦୀପ, ଗିନା ଇତ୍ୟାଦି ନିର୍ମାଣ କରିଥାନ୍ତି। ସେମାନେ କଞ୍ଚାମାଲ କଲିକତାରୁ ଆଣୁଥିବାବେଳେ ସ୍ଥାନୀୟ ଅଞ୍ଚଳରୁ କାଠ ଓ କୋଇଲା ସଂଗ୍ରହ କରିଥାନ୍ତି।