ଶ୍ରେଷ୍ଠ ପାଞ୍ଚ: ଓଡିଶାର ବିଶ୍ଵବିଦ୍ୟାଳୟ

ଓୟୁଏଟି

ଓୟୁଏଟି

୧୯୬୨ରେ ଭୁବନେଶ୍ୱରରେ ସ୍ଥାପିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ଏହା ଦେଶର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଭାବେ ବିବେଚିତ। ଏଠାରେ କୃଷି ସମେତ ଫରେଷ୍ଟ୍ରି, ଏଜିଟେକ୍‌, ଫିଶେରି, ଭେଟେରିନାରୀ ସାଇନ୍ସ ଆଦି ବିଭିନ୍ନ ପାଠ୍ୟକ୍ରମର ସ୍ନାତକ, ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଇଥାଏ। ଗବେଷଣା ସହିତ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ବିଭିନ୍ନ ଜିଲାରେ କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରୁଛି। ଭୁବନେଶ୍ୱର ସମେତ ଚିପିଲିମା, ରଙ୍ଗେଇଲୁଣ୍ଡା ଏବଂ ଭବାନୀପାଟଣାଠାରେ ଏହାର କ୍ୟାମ୍ପସ୍‌ ଥିବାବେଳେ ଏହା ଅଧୀନରେ ୧୧ଟି ମହାବିଦ୍ୟାଳୟ ପରିଚାଳିତ। ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ ଜିଲା ସୁନାବେଡ଼ାଠାରେ ୨୦୦୯ରେ ସ୍ଥାପିତ ହୋଇଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। କେବିକେ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯାଉଛି। ଏହା ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ଗଞ୍ଜାମ ଜିଲା ବ୍ରହ୍ମପୁରର ଭଞ୍ଜ ବିହାର ପରିସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅବସ୍ଥିତ। ଏହା ଜାନୁୟାରୀ ୨, ୧୯୬୭ରେ ପ୍ରତିଷ୍ଠା ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି ଜିଲାର ମହାବିଦ୍ୟାଳୟ ପରିଚାଳିତ ହେଉଛି। ଏମ୍‌କେସିଜି ମେଡ଼ିକାଲ କଲେଜ ସମେତ ୯୯ଟି ମହାବିଦ୍ୟାଳୟ ଏହା ଅଧୀନରେ ପରିଚାଳିତ। ଏହି ବିଶ୍ୱବିଦ୍ୟାଳୟର ବର୍ତ୍ତମାନର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ

ସମ୍ବଲପୁର ବିଶ୍ୱବିଦ୍ୟାଳୟ

ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ଜ୍ୟୋତି ବିହାର ପରିସରରେ ଅବସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ। ଜାନୁୟାରୀ ୧,୧୯୬୭ରେ ପ୍ରତିଷ୍ଠା ହୋଇଥିଲା ଏହି ବିଶ୍ୱବିଦ୍ୟାଳୟ। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ ଓ ଅନୁଗୋଳ ଜିଲା ଆଠମଲ୍ଲିକ ସବ୍‌ଡିଭିଜନର ମହାବିଦ୍ୟାଳୟ ପରିଚାଳିତ ହେଉଛି। ଏଠାରେ ସ୍ନାତକୋତ୍ତର ଶ୍ରେଣୀରେ ୨୭ଟି ବିଭାଗରେ ଶିକ୍ଷାଦାନ କରାଯାଉଛି। ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ଏହି ବିଶ୍ୱବିଦ୍ୟାଳୟର ବର୍ତ୍ତମାନର କୁଳପତି।

ଉତ୍କଳ ବିଶ୍ୱବିଦ୍ୟାଳୟ

ଉତ୍କଳ ବିଶ୍ୱବିଦ୍ୟାଳୟ

ଭାରତର ପୁରୁଣା ବିଶ୍ୱବିଦ୍ୟାଳୟ ତାଲିକାର ୧୭ତମ ସ୍ଥାନରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବରେ ଏହା ୧୯୪୩ ମସିହାରେ ତତ୍‌କାଳୀନ ରେଭେନ୍ସା ମହାବିଦ୍ୟାଳୟରେ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ନିଜସ୍ବ କ୍ୟାମ୍ପସ୍‌ ଭୁବନେଶ୍ୱରର ବାଣୀବିହାରରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା। ଏବେ ୩ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଏଠାରେ ସ୍ନାତକୋତ୍ତର ଶିକ୍ଷାଲାଭ କରୁଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ୨୬୭ ମହାବିଦ୍ୟାଳୟ, ୧୫ ଆଇନ ମହାବିଦ୍ୟାଳୟ ଏବଂ ୬ ଡାକ୍ତରୀ ମହାବିଦ୍ୟାଳୟ ପରିଚାଳିତ ହେଉଛି। ପ୍ରଫେସର ସୌମେନ୍ଦ୍ର ପଟ୍ଟନାୟକ ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି।

Model This Week

ରୂପେଶ