ଶ୍ରେଷ୍ଠ ପାଞ୍ଚ: କଟକର ସିନେମା ହଲ୍‌

ଜୟଶ୍ରୀ

ଜୟଶ୍ରୀ

୧୯୮୫ ଜାନୁୟାରୀ ୧୧ରେ ବାଦାମବାଡ଼ିଠାରେ ପ୍ରତିଷ୍ଠା ହୋଇଥିଲା ଜୟଶ୍ରୀ ସିନେମା ହଲ୍‌। ତତ୍କାଳୀନ ଆଳି ରାଣୀ ଜୟଶ୍ରୀ ଦେବୀ ଏହାକୁ ପ୍ରତିଷ୍ଠା କରିଥିଲେ। ହିନ୍ଦୀ ଚଳଚ୍ଚିତ୍ର ‘କାନୁନ୍‌ କ୍ୟା କରେଗା’ ଥିଲା ଏହି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ପ୍ରଥମ ଚଳଚ୍ଚିତ୍ର।

ସଙ୍ଗମ

ସଙ୍ଗମ

ସ୍ବର୍ଗତ ବିଶ୍ୱନାଥ ପ୍ରଧାନଙ୍କ ଦ୍ୱାରା ୨୯ ସେପ୍ଟେମ୍ବର ୧୯୮୨ରେ ମହତାବ ରୋଡରେ ପ୍ରତିଷ୍ଠା ହୋଇଥିଲା ସଙ୍ଗମ ସିନେମା ହଲ୍‌। ହିନ୍ଦୀ ଚଳଚ୍ଚିତ୍ର ‘ଶ୍ରଦ୍ଧାଞ୍ଜଳି’ ଥିଲା ଏହି ପ୍ରେକ୍ଷାଳୟ ପରଦାରେ ମୁକ୍ତିଲାଭ କରିଥିବା ପ୍ରଥମ ଚଳଚ୍ଚିତ୍ର।

ବୃନ୍ଦାବନ

ବୃନ୍ଦାବନ

ଏପ୍ରିଲ ୧୯୮୧ରେ ପ୍ରତିଷ୍ଠା ହୋଇଥିଲା ବଜ୍ରକବାଟି ରୋଡ଼ରେ ଥିବା ବୃନ୍ଦାବନ ଟକିଜ୍‌। ସ୍ବର୍ଗତ ଗୋକୁଳି କାନୁନ୍‌ଗୋ ଏହାକୁ ପ୍ରତିଷ୍ଠା କରିଥିଲେ। ହିନ୍ଦୀ ଚଳଚ୍ଚିତ୍ର ‘ୟାରାନା’ରୁ ଆରମ୍ଭ ହୋଇଥିଲା ଏହି ପ୍ରେକ୍ଷାଳୟର ଯାତ୍ରା।

ସମ୍ରାଟ

ସମ୍ରାଟ

ମଧୁପାଟଣାସ୍ଥିତ ଏହି ସିନେମା ହଲ୍‌ ୧୯୮୦ ଜାନୁୟାରୀ ୨୩ରେ ପ୍ରତିଷ୍ଠା ହୋଇଥିଲା। ସ୍ବର୍ଗତ ସୁଦର୍ଶନ ଦେବତା ଥିଲେ ଏହାର ପ୍ରତିଷ୍ଠାତା। ଏହି ପ୍ରେକ୍ଷାଳୟରେ ପ୍ରଥମେ ମୁକ୍ତିଲାଭ କରିଥିଲା ହିନ୍ଦୀ ଚଳଚ୍ଚିତ୍ର ‘ଗୋପାଳ କ୍ରିଷ୍ଣ’।

ଗ୍ରାଣ୍ଡ

ଗ୍ରାଣ୍ଡ

୧ ଜାନୁୟାରୀ ୧୯୬୯ରେ ମହତାବ ରୋଡରେ ପ୍ରତିଷ୍ଠା ହୋଇଥିଲା ଏହି ସିନେମା ହଲ୍‌। ସ୍ବର୍ଗତ ଉଚ୍ଛବାନନ୍ଦ ସାମନ୍ତରାୟ ଏହାକୁ ପ୍ରତିଷ୍ଠା କରିଥିଲେ। ୧୯୬୮ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଆଁଖେ’ ଏହି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ପ୍ରଥମ ଚଳଚ୍ଚିତ୍ର। ପ୍ରାୟ ୪ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ଏହି ସିନେମା ହଲ୍‌।

Model This Week

ରୂପେଶ