ଶ୍ରେଷ୍ଠ ପାଞ୍ଚ: ଭଦ୍ରକର ପାଳୁଅ ଲଡୁ

ଶ୍ରୀ ଗଣେଶ ସୁଇଟ୍‌ସ ଷ୍ଟଲ୍‌

ଶ୍ରୀ ଗଣେଶ ସୁଇଟ୍‌ସ ଷ୍ଟଲ୍‌

କଚେରି ବଜାରରେ ଥିବା ଏହି ଦୋକାନରେ ୧୯୭୨ ମସିହାରୁ ପାଳୁଅ ଲଡୁ ବିକ୍ରି ହୋଇଆସୁଛି। ପଞ୍ଚାନନ ଲେଙ୍କାଙ୍କ ଦୋକାନରେ ଲଡୁର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଇଥାଏ ବୋଲି ସେ କୁହନ୍ତି। ଏଠାରେ ଲଡୁ କିଲୋ ପିଛା ୨୦୦ ରୁ ୩୦୦ ଟଙ୍କାରେ ବିକ୍ରି ହୋଇଥାଏ।

ସ୍ବସ୍ତି ତୃପ୍ତି ମିଷ୍ଟାନ୍ନ ଭଣ୍ଡାର

ସ୍ବସ୍ତି ତୃପ୍ତି ମିଷ୍ଟାନ୍ନ ଭଣ୍ଡାର

ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ଏହି ମିଷ୍ଟାନ୍ନ ଭଣ୍ଡାରର ଶାଖା ରହିଛି। ତେବେ କଚେରି ବଜାରଠାରେ ଥିବା ଏହି ଦୋକାନରେ ୧୯୬୫ ଠାରୁ ପାଳୁଅ ଲଡୁ ବିକ୍ରି ହୋଇଆସୁଛି ବୋଲି ରତ୍ନାକର ସାହୁ କହିଛନ୍ତି। ଏଠାରେ କିଲୋ ପିଛା ୨୨୦, ୩୦୦ ଓ ୪୫୦ ଟଙ୍କା ମୂଲ୍ୟରେ ଲଡୁ ମିଳିଥାଏ।

ସୁରୁଚି ମିଷ୍ଟାନ୍ନ ଭଣ୍ଡାର

ସୁରୁଚି ମିଷ୍ଟାନ୍ନ ଭଣ୍ଡାର

କଚେରି ବଜାରସ୍ଥିତ ଏହି ଦୋକାନ ୧୭ ବର୍ଷ ଧରି ଉନ୍ନତ ମାନର ପାଳୁଅ ଲଡୁ ପ୍ରସ୍ତୁତ କରି ଆସୁଥିବା କୁହନ୍ତି ସନ୍ତୋଷ କୁମାର ଲେଙ୍କା। ଏଠାରେ କିଲୋ ପିଛା ୨୦୦ ରୁ ୪୦୦ ଟଙ୍କାରେ ପାଳୁଅ ଲଡୁ ବିକ୍ରି ହେଉଥିବା ବେଳେ ପୂଜା ପାର୍ବଣ ବେଳେ ଅଧିକ ଦରରେ ବିକ୍ରି ହୋଇଥାଏ।

କିଣା ସାହୁ ମିଷ୍ଟାନ୍ନ ଭଣ୍ଡାର

କିଣା ସାହୁ ମିଷ୍ଟାନ୍ନ ଭଣ୍ଡାର

ଭଦ୍ରକର ପୋଷ୍ଟ ଅଫିସ୍‌ ଛକଠାରେ ଥିବା ଏହି ମିଷ୍ଟାନ୍ନ ଭଣ୍ଡାରକୁ ବିଭିନ୍ନ ସ୍ଥାନରୁ ଗ୍ରାହକ ପାଳୁଅ ଲଡୁ ପାଇଁ ଆସିଥାନ୍ତି। ଏଠାକାର ଲଡୁ ସ୍ବାଦିଷ୍ଠ ବୋଲି କୁହନ୍ତି ଟିନୁ ରାମ ସାହୁ। । ଦୀର୍ଘ ୩୦ ବର୍ଷ ଧରି ଏଠାରେ ପାଳୁଅ ଲଡୁ ବିକ୍ରି ହୋଇ ଆସୁଛି।

ସାଇ ସୁଇଟ୍‌ସ ଷ୍ଟଲ୍‌

ସାଇ ସୁଇଟ୍‌ସ ଷ୍ଟଲ୍‌

ଭଦ୍ରକ କଚେରି ବଜାର ଘୋଷରା ମାର୍କେଟ୍‌ଠାରେ ରହିଛି ଏହି ମିଷ୍ଟାନ୍ନ ଭଣ୍ଡାର । ଏଠାରେ ସ୍ପେଶାଲ ସୁଗାର ଫ୍ରି ପାଳୁଅ ଲଡୁ ମିଳିଥାଏ। ଗତ ୬୦ ବର୍ଷ ଧରି ଏହି ଦୋକାନ କାରବାର ଜାରି ରଖିଛି। କାର୍ତ୍ତିକ ଚରଣ ସାହୁଙ୍କ ଏହି ଦୋକାନରେ ପାଳୁଅ ଲଡୁ କିଲୋ ପିଛା ୨୨୦ ରୁ ୪୨୦ ଟଙ୍କା ଥିବାବେଳେ ସୁଗାର ଫ୍ରି ଲଡୁର ମୂଲ୍ୟ ୬୦୦ଟଙ୍କା।

Model This Week

ନିକିତା