ଶ୍ରେଷ୍ଠ ପାଞ୍ଚ: ଉପେନ୍ଦ୍ର ଭଞ୍ଜଙ୍କୁ ମିଳିଥିବା ଉପାଧି

ବୀରବର

ବୀରବର

ବୈଦେହୀଶ ବିଳାସ କାବ୍ୟକବିତା ଲେଖି ଉପେନ୍ଦ୍ର ସାରା ଓଡିଶରେ ବେଶ ପ୍ରସିଦ୍ଧି ଲାଭ କରିସାରିଥିଲେ । ପୁରୀର ତତ୍କାଳୀନ ଗଜପତି ରାଜା ଦିବ୍ୟସିଂହ ଦେବ କବିଙ୍କ ବିଷୟରେ ଶୁଣିବାକୁ ପାଇଲେ ଓ ତାଙ୍କୁ ସମ୍ମାନିତ କରିବା ପାଇଁ ପୁରୀକୁ ଡକାଇଲେ। ରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ଉପେନ୍ଦ୍ର ପୁରୀ ଆସିଲେ । ସେ ରାଜଦରବାରରେ କାବ୍ୟ ଆଲୋଚନା କଲେ। ତାଙ୍କର କାବ୍ୟ ଆଲୋଚନା ଏତେ ପାଣ୍ଡିତ୍ୟପୁର୍ଣ୍ଣ ଥିଲା ଯେ ଖାଲି ରାଜା କାହିଁକି ବଡ ବଡ ପଣ୍ଡିତମାନେ ମଧ୍ୟ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଶେଷରେ ରାଜା ଦରବାର ଭିତରେ ଉପେନ୍ଦ୍ରଙ୍କ ମୁଣ୍ଡରେ ପାଟଶାଢୀ ବାନ୍ଧିଦେଇ କହିଲେ "ଧନ୍ୟ ଉପେନ୍ଦ୍ର। ତୁମେ ଖାଲି ରାଜପୁତ୍ର ନୁହଁ, ତୁମେ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ। ତୁମକୁ ଆଜି ମୁଁ ’ବୀରବର’ ଉପାଧିରେ ଭୂଷିତ କରୁଛି"। ଉପେନ୍ଦ୍ର ଗଜପତି ଦିବ୍ୟସିଂହ ଦେବଙ୍କର ସେହି ଉପାଧିକୁ ଆଗ୍ରହର ସହିତ ଗ୍ରହଣ କରିଥିଲେ ।

କବି ସମ୍ରାଟ

କବି ସମ୍ରାଟ

ଓଡ଼ିଶାର କବି ମାନଙ୍କ ମଧ୍ୟରେ ରାଜା ଉପେନ୍ଦ୍ର ଭଞ୍ଜଙ୍କୁ ଶ୍ରେଷ୍ଠ ମନେକରି ତାଙ୍କୁ କବି ସମ୍ରାଟ ଉପାଧି ପ୍ରଦାନ କରାଯାଇଥିଲା।

ମଙ୍ଗରାଜ

ମଙ୍ଗରାଜ

ଓଡ଼ିଶାର କବିମାନଙ୍କ ମଙ୍ଗୁଆଳ ବିବେଚନା କରି ଉପେନ୍ଦ୍ର ଭଞ୍ଜଙ୍କୁ ମଙ୍ଗରାଜ ଉପାଧି ପ୍ରଦାନ କରାଯାଇଥିଲା।

କବି ସାର୍ବଭୌମ

କବି ସାର୍ବଭୌମ

ଓଡ଼ିଶାର ଶ୍ରେଷ୍ଠ କବିଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଶୈଳୀ ଅତି ଉଚ୍ଚକୋଟୀର ହୋଇଥିବାରୁ ତାଙ୍କୁ କବି ସାର୍ବଭୌମ ଉପାଧି ପ୍ରଦାନ କରାଯାଇଥିଲା।

କବିକୁଳ କେଶରୀ

କବିକୁଳ କେଶରୀ

ଓଡ଼ିଆ ସାହିତ୍ୟର କବିଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କୁ ରାଜା ଭାବେ ବିବେଚନା କରାଯାଇ ତାଙ୍କୁ କବିକୁଳ କେଶରୀ ଉପାଧି ପ୍ରଦାନ କରାଯାଇଥିଲା।