ଶ୍ରେଷ୍ଠ ପାଞ୍ଚ: ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚନା

ବିଦଗ୍ଧ ଚିନ୍ତାମଣି

ବିଦଗ୍ଧ ଚିନ୍ତାମଣି

ବିଦଗ୍ଧ ଚିନ୍ତାମଣି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ଓଡ଼ିଆ ସାହିତ୍ୟର ଏକ ମୂଲ୍ୟବାନ ଗ୍ରନ୍ଥ । କେତେଗୋଟି ଜନପ୍ରିୟ ଛାନ୍ଦର ବିଶିଷ୍ଟ ରାଗ ନାମ ଏହି ଗ୍ରନ୍ଥରେ ଦେଖିବାକୁ ମିଳେ। ଏଥିରେ ଗଡ଼ମାଳିଆ, ଫୁଲତୋଳା ଇତ୍ୟାଦି ଶବ୍ଦର ବ୍ୟବହାର କରାଯାଇଛି । ଏଭଳି ନାମଗୁଡ଼ିକୁ କବିଙ୍କ ଶ୍ରଦ୍ଧା ନାମ ବୋଲି କୁହାଯାଇଥାଏ। ଏହି ଗ୍ରନ୍ଥରୁ ତାଙ୍କ ଜନ୍ମ ବିଷୟରେ ମଧ୍ୟ ଜାଣିହୁଏ ।

ପ୍ରେମ ତରଙ୍ଗିଣୀ

ପ୍ରେମ ତରଙ୍ଗିଣୀ

ପ୍ରେମ ତରଙ୍ଗିଣୀ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବର୍ଣ୍ଣନା କରିଥାଏ। ପ୍ରେମର ପରିଭାଷା ଏଥିରୁ ସହଜରେ ଜାଣି ହୋଇଥାଏ।

ଚଢ଼େଇ ଗୀତ

ଚଢ଼େଇ ଗୀତ

ଚଢ଼େଇ ଗୀତରେ ଛୋଟ ପିଲା ତଥା ବୟସ୍କ ଲୋକଙ୍କୁ ଆକର୍ଷିତ କରିବାର ଶବ୍ଦ ସଂଯୋଜନା ରହିଛି। ଏହା ପରବର୍ତ୍ତୀ ସମୟରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା।

ରସବତୀ

ରସବତୀ

ରସବତୀ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଏକ ମୂଲ୍ୟବାନ ରଚନା। ଏହା ସାହିତ୍ୟପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ଏହା ଅତି ବୋଧଗମ୍ୟ ଭାଷାରେ ରଚିତ ହୋଇଛି।

ପ୍ରେମ ଚିନ୍ତାମଣି

ପ୍ରେମ ଚିନ୍ତାମଣି

ପ୍ରେମ ଚିନ୍ତାମଣି ଅଭିମନ୍ୟୁ ସାମନ୍ତସିଂହାରଙ୍କର ଏକ ବହୁମୂଲ୍ୟ ରଚନା। ଏଥିରେ ପ୍ରେମର ଶ୍ୱାଶତ ସଜ୍ଞା ସମ୍ପର୍କରେ ଜଣାପଡ଼ିଥାଏ। ଅନେକ ଏହାକୁ ପ୍ରୀତି ଚିନ୍ତାମଣି ମଧ୍ୟ କହିଥାନ୍ତି।