ଶ୍ରେଷ୍ଠ ପାଞ୍ଚ: ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ କାବ୍ୟ

ଇନ୍ଦୁମତୀ

ଇନ୍ଦୁମତୀ

ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ ଇନ୍ଦୁମତୀ କାବ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଏହା ୧୮୯୩ ମସିହାରେ ରଚିତ ହୋଇଥିଲା। ଏହା ଓଡ଼ିଶାର ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ।

ଉତ୍କଳ ଲକ୍ଷ୍ମୀ

ଉତ୍କଳ ଲକ୍ଷ୍ମୀ

ଉତ୍କଳ ଲକ୍ଷ୍ମୀ କାବ୍ୟ ୧୮୯୪ରେ ରଚିତ ହୋଇଥିଲା। ଏହା ତତ୍‌କାଳୀନ ଉତ୍କଳ ସମାଜରେ ଘଟୁଥିବା ନିତି ଦିନିଆ ଜୀବନଶୈଳୀ ଉପରେ ପର୍ଯ୍ୟବେସିତ। ଉତ୍କଳ ମା’ର କଷ୍ଟ ସମ୍ପର୍କରେ ଏଥିରେ ବର୍ଣ୍ଣନା କରାଯାଇଛି।

କୀଚକ ବଧ

କୀଚକ ବଧ

କୀଚକ ବଧ କାବ୍ୟ ମହାଭାରତ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ। ଏହା ୧୯୦୩ରେ ରଚନା ହୋଇଥିଲା। କିପରି କୀଚକକୁ ବଧ କରାଯାଇ ସତ୍ୟର ସ୍ଥାପନ ହୋଇଛି ତାହା ଏଥିରେ ଅତି ବୋଧଗମ୍ୟ ଭାଷାରେ ବର୍ଣ୍ଣନା କରାଯାଇଛି।

ତପସିନୀ

ତପସିନୀ

ତପସିନୀ କାବ୍ୟ ୧୯୧୨ ମସିହାରେ ରଚନା କରାଯାଇଥିଲା। ଏହା ଗଙ୍ଗାଧର ମେହେରଙ୍କ ସର୍ବାଧିକ ଲୋକପ୍ରିୟ କାବ୍ୟ। ଏଥିରେ ୧୧ଟି ସର୍ଗରେ ସୀତାଙ୍କର ଆଦର୍ଶ ଓ ଜୀବନ ସମ୍ପର୍କର ବର୍ଣ୍ଣନା କରାଯାଇଛି। କରୁଣ ରସରେ ରଚିତ ଏହି କାବ୍ୟ ଓଡ଼ିଶା ସାହିତ୍ୟର ଏକ ଅନବଦ୍ୟ କୃତି।

ପ୍ରଣୟ ବଲ୍ଲରୀ

ପ୍ରଣୟ ବଲ୍ଲରୀ

ପ୍ରଣୟ ବଲ୍ଲରୀ କାବ୍ୟ ୧୯୧୫ ମସିହାରେ ରଚିତ ହୋଇଥିଲା। ମହାକବି କାଳିଦାସଙ୍କ ’ଅଭିଜ୍ଞାନ ଶାକୁନ୍ତଳମ’ ନାଟକର ଅନୁସରଣରେ ଏହି କାବ୍ୟ ରଚିତ ହୋଇଥିଲା।