ଶ୍ରେଷ୍ଠ ପାଞ୍ଚ: କୁନ୍ତଳା କୁମାରୀ ସାବତଙ୍କ ଦ୍ୱାରା ରଚିତ ଉପନ୍ୟାସ

ଭ୍ରାନ୍ତି

ଭ୍ରାନ୍ତି

କୁନ୍ତଳା କୁମାରୀ ସାବତଙ୍କ ଦ୍ୱାରା ରଚିତ ଭ୍ରାନ୍ତି ଉପନ୍ୟାସ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଉପନ୍ୟାସରେ ତତ୍‌କାଳୀନ ସମାଜରେ ପ୍ରଚଳିତ ପରମ୍ପରା ଉପରେ ଆଲୋକ ପାତ କରାଯାଇଥିଲା।

ନଅତୁଣ୍ଡୀ

ନଅତୁଣ୍ଡୀ

କୁନ୍ତଳା କୁମାରୀ ସାବତଙ୍କ ନଅତୁଣ୍ଡୀ ଉପନ୍ୟାସରେ ତତ୍‌କାଳୀନ ସମାଜରେ ଜଣେ ମା’ର ପ୍ରକୃତ ଅବସ୍ଥା ସମ୍ପର୍କରେ ଅତି ମାର୍ମିକ ଭାବେ ବର୍ଣ୍ଣନା କରାଯାଇଛି। ଏହା ପାଠକଙ୍କୁ ବେଶ୍‌ ଆମୋଦିତ କରିଥିଲା।

କାଳୀବୋହୂ

କାଳୀବୋହୂ

କାଳୀବୋହୂ ତତ୍‌କାଳୀନ ସମାଜରେ ଜଣେ କଳା ବୋହୂର ହୃଦୟ ବେଦନା ସମ୍ପର୍କରେ ଅତି ନିଚ୍ଛକ ଭାବେ ବର୍ଣ୍ଣନା କରାଯାଇଛି।

ପରଶମଣି

ପରଶମଣି

ଦୁନିଆର ଚାକଚକ୍ୟରେ ଜଣେ କିଭଳି ନିଜ ପରିବାର ପ୍ରତି ଥିବା କର୍ତ୍ତବ୍ୟକୁ ଭୁଲି ଯାଇଥାଏ ତାହା ପରଶମଣି ଉପନ୍ୟାସରେ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି। ଜଣେ ମଣିଷର ବ୍ୟକ୍ତିତ୍ୱ କିଭଳି ଅନ୍ୟକୁ ପ୍ରଭାବିତ କରିଥାଏ ତାହା ଏଥିରେ ସୂଚିତ ହୋଇଛି।

ରଘୁ ଅରକ୍ଷିତ

ରଘୁ ଅରକ୍ଷିତ

ଭକ୍ତଙ୍କ ଭାବରେ ସବୁବେଳେ ଭଗବାନ ବନ୍ଧା। ଏହା ଅତି ମାର୍ମିକ ଭାବେ ରଘୁ ଅରକ୍ଷିତ ଉପନ୍ୟାସରେ ବର୍ଣ୍ଣନା କରାଯାଇଛି। ଏହି ଉପନ୍ୟାସ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା।