ଶ୍ରେଷ୍ଠ ପାଞ୍ଚ: ବୈଷ୍ଣବ ପାଣିଙ୍କ ଦ୍ୱାରା ରଚିତ ଫାର୍ସ

ସୌଦାଗର ଫାର୍ସ

ସୌଦାଗର ଫାର୍ସ

ସୌଦାଗର ଫାର୍ସରେ ତତ୍‌କାଳୀନ ସମାଜରେ ଦେଖାଦେଉଥିବା ବିଭିନ୍ନ ପରମ୍ପରା ତଥା କୁସଂସ୍କାରକୁ ବ୍ୟଙ୍ଗ ଶୈଳୀରେ ବୈଷ୍ଣବ ପାଣି ଦର୍ଶାଇଛନ୍ତି। ପର୍ବପର୍ବାଣିରେ ଗାଁ ଗହଳିରେ ଏହି ଫାର୍ସ ଅନୁଷ୍ଠିତ କରାଯାଇ ଲୋକଙ୍କ ମନୋରଞ୍ଜନ କରାଯାଇଥାଏ।

ଆଲିବାବା ଫାର୍ସ

ଆଲିବାବା ଫାର୍ସ

ଆଲିବାବା ଓ ୪୦ ଚୋର ଫାର୍ସରେ ଲୋଭର ପରିଣତି କ’ଣ ହୁଏ ତାହା ନେଇ ବୈଷ୍ଣବ ପାଣି ସଚେତନ କରାଇଛନ୍ତି। ପରଧନ କେବେ ଶାନ୍ତି ଦିଏ ନାହିଁ ବୋଲି ଏଥିରେ ସୂଚିତ କରାଯାଇଛି।

ଗୋପାଳଭାଣ୍ଡ ଫାର୍ସ

ଗୋପାଳଭାଣ୍ଡ ଫାର୍ସ

ଗୋପାଳଭାଣ୍ଡ ଫାର୍ସରେ ଅନେକ ମଜାଦାର ଭାବଭଙ୍ଗୀରେ ବିଭିନ୍ନ ସମସ୍ୟାର ନିରାକରଣର ସରଳ ସୂତ୍ର ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହା ଦେଖଣାହାରୀଙ୍କ ବୌଦ୍ଧିକ ଜ୍ଞାନ ବଢ଼ାଇବାରେ ସହାୟକ ହୋଇଥାଏ।

ମା ଡାଆଣୀ-ପୁଅ ମଦୁଆ ଫାର୍ସ

ମା ଡାଆଣୀ-ପୁଅ ମଦୁଆ ଫାର୍ସ

ଦୁନିଆର ଚାକଚକ୍ୟରେ ଟଙ୍କା ଲୋଭରେ ମାତା ଓ ପୁଅର ଅବସ୍ଥା କିପରି ହୋଇଛି ତାହା ମା ଡାଆଣୀ-ପୁଅ ମଦୁଆ ଫାର୍ସରେ ମାର୍ମିକ ଭାବେ ବ୍ୟଙ୍ଗ ଶୈଳୀରେ ପର୍ଯ୍ୟବେସିତ ହୋଇଛି।

କଲିକତିଆ ଜୋଇଁ ଫାର୍ସ

କଲିକତିଆ ଜୋଇଁ ଫାର୍ସ

ସମାଜରେ ଫମ୍ପା ମାଠିଆ ଭଳି ଶବ୍ଦ କରୁଥିବା ଲୋକଙ୍କ ଅବସ୍ଥା କିପରି ହୋଇଥାଏ ତାହା କଲିକତିଆ ଜୋଇଁ ଫାର୍ସରେ ବର୍ଣ୍ଣନା କରାଯାଇଛି। ଏହାକୁ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।