ଶ୍ରେଷ୍ଠ ପାଞ୍ଚ: କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ

ତୁଣ୍ଡବାଇଦ

ତୁଣ୍ଡବାଇଦ

କାହ୍ନୁଚରଣ ମହାନ୍ତିଙ୍କ ଦ୍ୱାରା ରଚିତ ତୁଣ୍ଡବାଇଦ ଉପନ୍ୟାସ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଏହା ୧୯୪୪ ମସିହାରେ ରଚିତ ହୋଇଥିଲା। ଉପନ୍ୟାସରେ ତତ୍‌କାଳୀନ ସମାଜରେ ପ୍ରଚଳିତ ପରମ୍ପରା ଉପରେ ଆଲୋକ ପାତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଫିଲ୍ମ ତିଆରି ହୋଇଥିଲା।

କା

କା

କା ଉପନ୍ୟାସ ୧୯୫୬ରେ ରଚିତ ହୋଇଥିଲା। ଏହା ତତ୍‌କାଳୀନ ସମାଜରେ ମା’ ହୋଇ ପାରି ନ ଥିବା ଜଣେ ମା’ର ଚିତ୍ର ବର୍ଣ୍ଣନା କରାଯାଇଛି। ତାଙ୍କ ସ୍ବାମୀ ପରବର୍ତ୍ତୀ ସମୟରେ ଦ୍ୱିତୀୟ ବିବାହ କରିଥିବାବେଳେ ସେ ହୋଇଛନ୍ତି ନିର୍ଯାତିତା। ପରେ ସନ୍ତାନ ଜନ୍ମ ଦେଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହା ଉପରେ ଓଡ଼ିଆ ଫିଲ୍ମ ନିର୍ମାଣ କରାଯାଇଥିଲା।

ଭୁଲି ହୁଏନା

ଭୁଲି ହୁଏନା

ଭୁଲି ହୁଏନା ତତ୍‌କାଳୀନ ସମାଜରେ ପ୍ରେମୀଯୁଗଳଙ୍କ କାହାଣୀ ଉପରେ ପର୍ଯ୍ୟବେସିତ। ଏହା ୧୯୪୮ରେ ରଚନା ହୋଇଥିଲା। ପରେ ଏହା ଉପରେ ଫିଲ୍ମ ନିର୍ମାଣ କରାଯାଇଥିଲା।

ଅଭିନେତ୍ରୀ

ଅଭିନେତ୍ରୀ

ଦୁନିଆର ଚାକଚକ୍ୟରେ ଜଣେ କିଭଳି ନିଜ ପରିବାର ପ୍ରତି ଥିବା କର୍ତ୍ତବ୍ୟକୁ ଭୁଲି ଯାଇଥାଏ ତାହା ଅଭିନେତ୍ରୀ ଉପନ୍ୟାସରେ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି। ଏହା ୧୯୪୭ରେ ରଚିତ ହୋଇଥିଲା। ଏହା ଉପରେ ଫିଲ୍ମ ନିର୍ମାଣ କରାଯାଇଥିଲା।

ଶାସ୍ତି

ଶାସ୍ତି

ସମାଜରେ ଲୋକଙ୍କୁ ଧର୍ମ ନାମରେ ଠକି ନିଜକୁ ସାଧୁ ବୋଲାଉଥିବା ବ୍ୟକ୍ତିଙ୍କ ଶେଷ ପରିଣତି କ’ଣ ହୁଏ ତାହା ଶାସ୍ତି ଉପନ୍ୟାସରେ ଉଲ୍ଲେଖ କରାଯାଇଛି। ଏହି ଉପନ୍ୟାସ ୧୯୪୬ରେ ରଚିତ ହୋଇଥିଲା।