ଶ୍ରେଷ୍ଠ ପାଞ୍ଚ: ବୈଷ୍ଣବ ପାଣିଙ୍କ ଦ୍ୱାରା ରଚିତ ଗୀତିନାଟ୍ୟ

ନଳଦମୟନ୍ତୀ

ନଳଦମୟନ୍ତୀ

ବୈଷ୍ଣବ ପାଣିଙ୍କ ଦ୍ୱାରା ରଚିତ ନଳଦମୟନ୍ତୀ ଗୀତିନାଟ୍ୟରେ ରାଜାଙ୍କ ଉପରେ ପର୍ଯ୍ୟବେସିତ। ମା’ କାଳୀ କିପରି ରାଜା ନଳଙ୍କ ପରୀକ୍ଷା ନେଇଛନ୍ତି ତାହା ଏହି ଗୀତିନାଟ୍ୟରେ ବର୍ଣ୍ଣନା କରାଯାଇଛି।

ରାବଣ ବଧ

ରାବଣ ବଧ

ରାବଣ ବଧ ଗୀତିନାଟ୍ୟ ରାମାୟଣ ଉପରେ ପର୍ଯ୍ୟବେସିତ। ପ୍ରଭୁ ରାମଚନ୍ଦ୍ର ସେତୁ ବନ୍ଧ ତିଆରି କରି କିପରି ଲଙ୍କାର ରାଜା ରାବଣଙ୍କୁ ବଧ କରିଛନ୍ତି ତାହା ଏଥିରେ ବର୍ଣ୍ଣନା କରାଯାଇଛି।

ମହିଷାସୁର ବଧ

ମହିଷାସୁର ବଧ

ଦେବତାମାନଙ୍କୁ ମହିଷାସୁର କବଳରୁ ରକ୍ଷା କରିବା ଲାଗି କିପରି ମାତା ଦୁର୍ଗା ଭୟଙ୍କର ରୂପ ଧାରଣ କରିଛନ୍ତି ତାହା ମହିଷାସୁର ବଧ ଗୀତିନାଟ୍ୟରେ ବର୍ଣ୍ଣନା କରାଯାଇଛି।

ବକାସୁର ବଧ

ବକାସୁର ବଧ

ବକାସୁରକୁ କିପରି ବଧ କରାଯାଇଛି ତାହା ବକାସୁର ବଧ ଗୀତିନାଟ୍ୟରେ ବର୍ଣ୍ଣନା କରାଯାଇଛି। ଦ୍ୱାପରଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଶକ୍ତି ସମ୍ପର୍କରେ ଏହି ଗୀତିନାଟ୍ୟରେ ବିଶଦ ଭାବେ ବର୍ଣ୍ଣନା ହୋଇଛି।

ଜରାସନ୍ଧ ବଧ

ଜରାସନ୍ଧ ବଧ

ଅନ୍ୟାୟ କାର୍ଯ୍ୟର ଫଳ କିପରି ଖରାପ ତାହା ଜରାସନ୍ଧ ଗୀତିନାଟ୍ୟରେ ବର୍ଣ୍ଣନା କରାଯାଇଛି। ଭୀମ କିଭଳି ପ୍ରଭୁ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଜରାସନ୍ଧକୁ ଦୁଇଫାଳ କରି ଥିଲେ ତାହା ଏହି ଗୀତିନାଟ୍ୟରେ ବର୍ଣ୍ଣନା କରାଯାଇଛି।