ଶ୍ରେଷ୍ଠ ପାଞ୍ଚ: ଗୋପୀନାଥ ମହାନ୍ତିଙ୍କ କ୍ଷୁଦ୍ରଗଳ୍ପ

ଘାସର ଫୁଲ

ଘାସର ଫୁଲ

ଗୋପୀନାଥ ମହାନ୍ତି ୧୯୫୧ରେ ଘାସର ଫୁଲ ଗଳ୍ପ ରଚନା କରିଥିଲେ। ଗଳ୍ପର ବର୍ଣ୍ଣନା ଅତି ମାର୍ମିକ ଥିଲା। ଏହା ପାଠକଙ୍କୁ ବିଶେଷ ଆକୃଷ୍ଟ କରିବାକୁ ସକ୍ଷମ ହୋଇଥିଲା।

ପୋଡ଼ାକପାଳ

ପୋଡ଼ାକପାଳ

ପୋଡ଼ାକପାଳ ୧୯୫୧ରେ ରଚିତ ହୋଇଥିଲା। ଏହା ତତ୍‌କାଳୀନ ସମାଜରେ ଜାରି ରହିଥିବା ପରମ୍ପରା ସମ୍ପର୍କରେ ପାଠକଙ୍କୁ ଅବଗତ କରାଇଥାଏ।

ନବବଧୂ

ନବବଧୂ

ନବବଧୂ ସମାଜରେ ଜାରି ରହିଥିବା ପରମ୍ପରା ସମ୍ପର୍କରେ ସୂଚିତ କରିଥାଏ। ନିଜ ଘରଛାଡି ପରଘରକୁ ନିଜର କରିଥିବା ଜଣେ ନବବିବାହିତାର ମାନସିକ ଅବସ୍ଥା ଏହି ଗଳ୍ପରେ ବର୍ଣ୍ଣନା କରାଯାଇଛି। ଏହା ୧୯୫୨ରେ ରଚିତ ହୋଇଥିଲା।

ଛାଇଆଲୁଅ

ଛାଇଆଲୁଅ

ଦୁନିଆର ଚାକଚକ୍ୟରେ ଜଣେ କିଭଳି ପରିବର୍ତ୍ତନ ହୋଇଯାଏ ତାହା ଛାଇଆଲୁଅ ଗଳ୍ପରେ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି। ଏହା ୧୯୫୬ରେ ରଚିତ ହୋଇଥିଲା।

ଉଡ଼ନ୍ତା ଖଇ

ଉଡ଼ନ୍ତା ଖଇ

ସମାଜରେ ଜୀବନ ମୃତ୍ୟୁ ଜାରି ରହିଥିବାବେଳେ କିଭଳି ମଣିଷ ଜଣେ ଅଭିନେତା ଭାବେ ନିଜର ଚିରିତ୍ରରେ ଅଭିନୟ ଜାରି ରଖିଛି ତାହା ଉଡ଼ନ୍ତା ଖଇ ଗଳ୍ପରେ ମାର୍ମିକ ଭାବେ ବର୍ଣ୍ଣନା କରାଯାଇଛି। ଏହା ୧୯୭୧ରେ ରଚିତ ହୋଇଥିଲା।