ଶ୍ରେଷ୍ଠ ପାଞ୍ଚ: ବୈଷ୍ଣବ ପାଣିଙ୍କ କିମ୍ବଦନ୍ତୀମୂଳକ ରଚନା

ଯଯାତି କେଶରୀ

ଯଯାତି କେଶରୀ

ବୈଷ୍ଣବ ପାଣିଙ୍କ ଦ୍ୱାରା ରଚିତ ଯଯାତି କେଶରୀ ଏକ ଗୀତାଭିନୟ। ଏଥିରେ ଉତ୍କଳର ରାଜା ଯଯାତିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଗାଁ ଗହଳିରେ ଏହି ଗୀତାଭିନୟ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା।

ଲାବଣ୍ୟବତୀ ଚନ୍ଦ୍ରଭାନୁ ପରିଣୟ

ଲାବଣ୍ୟବତୀ ଚନ୍ଦ୍ରଭାନୁ ପରିଣୟ

ଲାବଣ୍ୟବତୀ ଚନ୍ଦ୍ରଭାନୁ ପରିଣୟ ଗୀତିନାଟ୍ୟ ପ୍ରେମ କିଭଳି ଅବସ୍ଥା ସୃଷ୍ଟି କରିଥାଏ ତାହା ଉପରେ ଲୋକଙ୍କୁ ସଚେତନ କରାଇବା ସହିତ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥାଏ। ଦୋଳ ଉତ୍ସବରେ ଏହି ଗୀତିନାଟ୍ୟ ଅନୁଷ୍ଠିତ ହୋଇଥାଏ। ଏହାକୁ ଦେଖିବାକୁ ଅନେକ ପସନ୍ଦ କରିଥାନ୍ତି।

ଶତେ ବସନ୍ତ

ଶତେ ବସନ୍ତ

ଶତେ ବସନ୍ତ ଏକ ସୁଆଙ୍ଗ। ଏହା ସାମାଜିକ ଜୀବନଶୈଳୀ କଥା ଉପରେ ଆଧାରିତ। ଏହି ସୁଆଙ୍ଗ ଗାଁ ଗହଳିରେ ବେଶ୍‌ ଲୋକପ୍ରିୟ ହୋଇ ପାରିଥିଲା।

କେଦାର ଗୌରୀ

କେଦାର ଗୌରୀ

କେଦାର ଗୌରୀ ଗୀତିନାଟ୍ୟରେ ଦୁଇ ପ୍ରେମୀଙ୍କ ଉପରେ ବର୍ଣ୍ଣନା କରାଯାଇଛି। ପରସ୍ପରକୁ ପାଇବା ଲାଗି ପ୍ରେମୀଯୁଗଳ ସମାଜକୁ ଭୟ ନ କରି କିଭଳି ପଦକ୍ଷେପ ନେଇଛନ୍ତି ତାହା ଏଥିରେ ଅତି ମାର୍ମିକ ଭାବେ ବର୍ଣ୍ଣନା କରାଯାଇଛି।

ଉଷା-ବୟନ୍ତ

ଉଷା-ବୟନ୍ତ

ସାମାଜିକ ଚଳଣୀ ତଥା ତତ୍‌କାଳୀନ ସମାଜରେ ପ୍ରଚଳିତ ପରମ୍ପରା ସମ୍ପର୍କରେ ଉଷା-ବୟନ୍ତ ଗୀତିନାଟ୍ୟରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ପର୍ବପର୍ବାଣି ଗାଁ ଗହଳିରେ ଏହି ଗୀତିନାଟ୍ୟ ଅନୁଷ୍ଠିତ ହୋଇଥାଏ। ଏହାକୁ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।