ଶ୍ରେଷ୍ଠ ପାଞ୍ଚ: ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦ୍ୱାରା ରଚିତ ପୁସ୍ତକ

ପିଲାଙ୍କ ରାମାୟଣ

ପିଲାଙ୍କ ରାମାୟଣ

ପଣ୍ଡିତ ନୀଳକଣ୍ଠ ଦାସ ପିଲାଙ୍କ ନୈତିକ ବିକାଶ ଲାଗି ଓଡ଼ିଆ ଭାଷାରେ ବୋଧଗମ୍ୟ ଶୈଳୀରେ ରଚନା କରିଥିଲେ ରାମାୟଣ। ଏହା ପିଲାଙ୍କ ରାମାୟଣ ଭାବେ ପରିଚିତ। ଏହାକୁ ପଢ଼ି ସହଜରେ ପିଲାମାନେ ରାମାୟଣ ସମ୍ପର୍କରେ ଜ୍ଞାନଲାଭ କରିପାରିଥାନ୍ତି।

ପିଲାଙ୍କ ମହାଭାରତ

ପିଲାଙ୍କ ମହାଭାରତ

ମହାଭାରତ ସମ୍ପର୍କରେ ଛୋଟପିଲାଙ୍କୁ ଅବଗତ କରାଇବା ଲାଗି ପଣ୍ଡିତ ନୀଳକଣ୍ଠ ଦାସ ପିଲାଙ୍କ ମହାଭାରତ ରଚନା କରିଥିଲେ। ଏହା ବେଶ୍‌ ଆଦୃତି ଲାଭ କରିପାରିଥିଲା।

ପିଲାଙ୍କ ଭାଗବତ

ପିଲାଙ୍କ ଭାଗବତ

ଶ୍ରୀହରିଙ୍କ ସମ୍ପର୍କରେ ପିଲାଙ୍କୁ ବୋଧଗମ୍ୟ ଶୈଳୀରେ ଅବଗତ କରାଇବା ଲାଗି ପଣ୍ଡିତ ନୀଳକଣ୍ଠ ଦାସ ପିଲାଙ୍କ ଭାଗବତ ରଚନା କରିଥିଲେ। ଏହା ବେଶ୍‌ ଲୋକପ୍ରିୟ ହୋଇପାରିଥିଲା।

ଓଡ଼ିଆ ଭାଷା ଓ ସଂସ୍କୃତି

ଓଡ଼ିଆ ଭାଷା ଓ ସଂସ୍କୃତି

ଓଡ଼ିଆ ଭାଷା ଓ ସଂସ୍କୃତି ଏକ ପ୍ରବନ୍ଧ। ଏଥିରେ ଓଡ଼ିଶାର ସଂସ୍କୃତି ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି। ଏଥିରେ ଓଡ଼ିଆ ଭାଷାର ଇତିହାସ ଉପରେ ଉଲ୍ଲେଖ ଅଛି।

ସଂସ୍କୃତି ଓ ସଂସ୍କୃତ

ସଂସ୍କୃତି ଓ ସଂସ୍କୃତ

ଓଡ଼ିଶାର ସଂସ୍କୃତିରେ ସଂସ୍କୃତର ଭୂମିକା ଉପରେ ପଣ୍ଡିତ ନୀଳକଣ୍ଠ ଦାସ ରଚନା କରିଥିଲେ ସଂସ୍କୃତି ଓ ସଂସ୍କୃତ ପ୍ରବନ୍ଧ। ଏହା ବେଶ୍‌ ଉଚ୍ଚକୋଟୀର ଥିଲା।