ଶ୍ରେଷ୍ଠ ପାଞ୍ଚ: ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ପୁସ୍ତକ

ମଧୁ ବର୍ଣ୍ଣବୋଧ

ମଧୁ ବର୍ଣ୍ଣବୋଧ

ମଧୁସୂଦନ ରାଓଙ୍କ ରଚନା ଖୁବ ସରଳ। ସେ ଓଡ଼ିଆ ଭାଷାରେ ପ୍ରଥମ ବର୍ଣ୍ଣବୋଧ ରଚନା କରିଥିଲେ ଯାହା ମଧୁ ବର୍ଣ୍ଣବୋଧ ନାମରେ ଜଣାଶୁଣା । ତାଙ୍କ ରଚିତ ମଧୁ ବର୍ଣ୍ଣବୋଧ ଏକ ଉପାଦେୟ ବହି ଯାହା କାଳ କାଳ ଧରି ଶିଶୁମାନଙ୍କର ପଠନଯୋଗ୍ୟ ହୋଇ ରହିଛି । ମଧୁର ରଚନା ଲାଗି ତାଙ୍କୁ ଭକ୍ତକବି ବୋଲି କୁହାଯାଇଥାଏ ।

ଅବଧାନ ବନ୍ଧୁ

ଅବଧାନ ବନ୍ଧୁ

ମଧୁସୂଦନଙ୍କ ଦ୍ୱାରା ରଚିତ ଅବଧାନ ବନ୍ଧୁ ଶିକ୍ଷକଙ୍କ ଅଧ୍ୟାପନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପୂର୍ବରୁ ଅବଧାନଙ୍କ ସୂଚନା ପୁସ୍ତିକା ଭାବେ ଏହାକୁ ବିବେଚନା କରାଯାଉଥିଲା।

ଶିଶୁ ବୋଧ

ଶିଶୁ ବୋଧ

ଛୋଟ ପିଲାଙ୍କୁ ପାଠପ୍ରତି ଅତି ସହଜରେ ଆକୃଷ୍ଟ କରିବା ଲାଗି ମଧୁସୂଦନ ରାଓ ଶିଶୁବୋଧ ରଚନା କରିଥିଲେ। ଏହାକୁ ଶିଶୁମାନେ ଅତି ସହଜରେ ପଠନ କରିପାରୁଥିଲେ।

ବାଳବୋଧ

ବାଳବୋଧ

ପ୍ରାଥମିକ ଶ୍ରେଣୀରେ ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଭକ୍ତ କବି ମଧୁସୂଦନ ରାଓ ବାଳବୋଧ ରଚନା କରିଥିଲେ। ଏହା ଶିଶୁମାନଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହୋଇପାରିଥିଲା।

ସାହିତ୍ୟ କୁସୁମ

ସାହିତ୍ୟ କୁସୁମ

ପିଲାମାନଙ୍କ ସାହିତ୍ୟ ରୁଚି ବଢ଼ାଇବା ଲାଗି ମଧୁସୂଦନ ରାଓ ସାହିତ୍ୟ କୁସୁମ ରଚନା କରିଥିଲେ। ଏହାକୁ ଶିକ୍ଷାର୍ଥୀ ସହଜରେ ବୁଝିପାରୁଥିଲେ। ବୋଧଗମ୍ୟ ହେଉଥିବାରୁ ଏହି ପୁସ୍ତକର ଚାହିଦା ବୃଦ୍ଧି ପାଇଥିଲା।