ଶ୍ରେଷ୍ଠ ପାଞ୍ଚ: ବୈଷ୍ଣବ ପାଣିଙ୍କ ଦ୍ୱାରା ରଚିତ ସୁଆଙ୍ଗ

ସାବିତ୍ରୀ ସତ୍ୟବାନ

ସାବିତ୍ରୀ ସତ୍ୟବାନ

ସତୀଙ୍କ ସମ୍ମୁଖରେ କିଭଳି କାଳ ବା ମୃତ୍ୟୁ ନିଜର ଅସ୍ଥିତ୍ୱ ହରାଇ ବସୁଛି ତାହା ସାବିତ୍ରୀ ସତ୍ୟବାନ ସୁଆଙ୍ଗରେ ବର୍ଣ୍ଣନା କରାଯାଇଛି। ଜଣେ ସତୀ ନାରୀ ଆଗରେ କୌଣସି କାର୍ଯ୍ୟ ଅସମ୍ଭବ ବୋଲି ଏଥିରେ ଅତି ମାର୍ମିକ ଭାବେ ବର୍ଣ୍ଣନା କରାଯାଇଛି।

ଦାନବୀର ହରିଶ୍ଚନ୍ଦ୍ର

ଦାନବୀର ହରିଶ୍ଚନ୍ଦ୍ର

ଦାନବୀର ହରିଶ୍ଚନ୍ଦ୍ର ସୁଆଙ୍ଗରେ ପ୍ରଜାପ୍ରେମୀ ସତ୍ୟବାଦୀ ରାଜାଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ସତ୍ୟଯୁଗରେ କିଭଳି ଜୀବନ ତୁଳନାରେ ଦେଇଥିବା କଥାର ମୂଲ୍ୟ ଅଧିକ ରହିଥିଲା ତାହା ଏଥିରେ ବର୍ଣ୍ଣନା କରାଯାଇଛି।

କୀଚକ ବଧ

କୀଚକ ବଧ

କୀଚକବଧ ସୁଆଙ୍ଗ ମହାଭାରତ କଥା ଉପରେ ଆଧାରିତ। ଭୀମ କିପରି ଛଦ୍ମବେଶରେ କୀଚକ ବଧ କରିଥିଲେ ତାହା ଏଥିରେ ବର୍ଣ୍ଣନା କରାଯାଇଛି।

ଧ୍ରୁବ ଚରିତ

ଧ୍ରୁବ ଚରିତ

ଧ୍ରୁବ ଚରିତ ସୁଆଙ୍ଗ ଏକନିଷ୍ଠ ବିଶ୍ୱାସ ଉପରେ ଲୋକଙ୍କୁ ସଚେତନ କରାଇବା ସହିତ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥାଏ।

ବ୍ରଜଲୀଳା

ବ୍ରଜଲୀଳା

ବୈଷ୍ଣବ ପାଣିଙ୍କ ଦ୍ୱାରା ରଚିତ ବ୍ରଜଲୀଳା ସୁଆଙ୍ଗରେ ରାଧା କୃଷ୍ଣଙ୍କ ଉପରେ ପର୍ଯ୍ୟବେସିତ। ଗାଁ ଗହଳିରେ ଦୋଳ ଉତ୍ସବ ସମୟରେ ଲୋକମାନେ ଏହାକୁ ଦେଖିବାକୁ ପସନ୍ଦ କରିଥାନ୍ତି।