ଶ୍ରେଷ୍ଠ ପାଞ୍ଚ: ଗୋପାଳ ଛୋଟରାୟ ସଂଳାପ ଦେଇଥିବା ଚଳଚ୍ଚିତ୍ର

ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ

ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଜଗନ୍ନାଥ ୧୯୫୦ରେ ମୁକ୍ତିଲାଭ କରିଥିଲା। ଏଥିରେ ଗୋପାଳ ଛୋଟରାୟ ସଂଳାପ ଦେଇଥିଲେ। ଏହା ଅଶ୍ୱିନୀ କୁମାର ଘୋଷଙ୍କ ପୁସ୍ତକ ଆଧାରରେ ନିର୍ମିତ ହୋଇଥିଲା।

ଅମଡ଼ାବାଟ

ଅମଡ଼ାବାଟ

ଓଡ଼ିଆ ଚଳଚ୍ଚିତ୍ର ଅମଡ଼ାବାଟ ୧୯୬୪ରେ ମୁକ୍ତିଲାଭ କରିଥିଲା। ଗୋପାଳ ଛୋଟରାୟ ଏଥିରେ ସଂଳାପ ଦେଇଥିଲେ। ଚଳଚ୍ଚିତ୍ରଟି ବସନ୍ତ କୁମାରୀ ପଟ୍ଟନାୟକଙ୍କ ଦ୍ୱାରା ରଚିତ ପୁସ୍ତକର କଥାବସ୍ତୁ ଉପରେ ନିର୍ମିତ ହୋଇଥିଲା।

ଅଭିନେତ୍ରୀ

ଅଭିନେତ୍ରୀ

ଅଭିନେତ୍ରୀ ଓଡ଼ିଆ ଚଳଚ୍ଚିତ୍ର ୧୯୬୫ରେ ମୁକ୍ତିଲାଭ କରିଥିଲା। ଗୋପାଳ ଛୋଟରାୟ ଏହି ଚଳଚ୍ଚିତ୍ରରେ ସଂଳାପ ଦେଇଥିଲେ। ଅଭିନେତ୍ରୀ ଚଳଚ୍ଚିତ୍ରଟି କାହ୍ନୁ ମହାନ୍ତିଙ୍କ ଦ୍ୱାରା ରଚିତ ପୁସ୍ତକର କଥାବସ୍ତୁ ଉପରେ ନିର୍ମିତ ହୋଇଥିଲା।

ମାଟିର ମଣିଷ

ମାଟିର ମଣିଷ

ଓଡ଼ିଆ ଚଳଚ୍ଚିତ୍ର ମାଟିର ମଣିଷ ୧୯୬୬ରେ ମୁକ୍ତିଲାଭ କରିଥିଲା। ଗୋପାଳ ଛୋଟରାୟ ମାଟିର ମଣିଷ ଚଳଚ୍ଚିତ୍ରରେ ଉଚ୍ଚକୋଟୀର ସଂଳାପ ଦେଇଥିଲେ। ଏହି ଚଳଚ୍ଚିତ୍ର ପଦ୍ମଭୁଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ରଚିତ ପୁସ୍ତକର କଥାବସ୍ତୁ ଉପରେ ନିର୍ମିତ ହୋଇଥିଲା।

ଅଦିନ ମେଘ

ଅଦିନ ମେଘ

ଓଡ଼ିଆ ଚଳଚ୍ଚିତ୍ର ଅଦିନ ମେଘ ୧୯୭୦ ରେ ମୁକ୍ତିଲାଭ କରିଥିଲା। ଗୋପାଳ ଛୋଟରାୟ ଏଥିରେ ସଂଳାପ ଦେଇଥିଲେ। ଚଳଚ୍ଚିତ୍ରଟି କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଦ୍ୱାରା ରଚିତ ପୁସ୍ତକର କଥାବସ୍ତୁ ଉପରେ ନିର୍ମିତ ହୋଇଥିଲା।