ଶ୍ରେଷ୍ଠ ପାଞ୍ଚ: ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ର ଗଳ୍ପ

ମାଗୁଣିର ଶଗଡ଼

ମାଗୁଣିର ଶଗଡ଼

ଆଧୁନିକତା ସ୍ପର୍ଶରେ କିଭଳି ପାରମ୍ପରିକ ଚାଳିଚଳନରେ ପରିବର୍ତ୍ତନ ଆସୁଛି ତାହା ମାଗୁଣିର ଶଗଡ଼ରେ ଗୋଦାବରୀଶ ମହାପାତ୍ର ଅତି ମାର୍ମିକ ଭାବେ ବର୍ଣ୍ଣନା କରିଛନ୍ତି। ମାଗୁଣି କିଭଳି ଆଧୁନିକ ଶିଳ୍ପ ବିପ୍ଲବରେ ନିଜର ଜୀବିକା ହରାଇ ବସୁଛି ତାହା ଗଳ୍ପରେ ବର୍ଣ୍ଣନା ହୋଇଛି।

ହେ ମୋର କଲମ

ହେ ମୋର କଲମ

ଜଣେ ଲେଖକ କିପରି କଲମକୁ ହିଁ ନିଜର ଅତି ପ୍ରିୟ ଭାବେ ବିବେଚନା କରିଥାଏ ତାହା ହେ ମୋର କଲମ ଗଳ୍ପରେ ସୂଚିତ କରାଯାଇଛି। ଏହା ପାଠକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

ନୀଳ ମାଷ୍ଟ୍ରାଣି

ନୀଳ ମାଷ୍ଟ୍ରାଣି

ସାମାଜିକ ଜାତିଆଣ ବ୍ୟବସ୍ଥା ବିରୋଧରେ କିପରି ସଂଗ୍ରାମ କରି ଜଣେ ବିବାହ କରିଛନ୍ତି ତାହା ନୀଳ ମାଷ୍ଟ୍ରାଣି ଗଳ୍ପରେ ସୂଚିତ ହୋଇଛି। ବ୍ରାହ୍ମଣ ଘର ଝିଅ ହୋଇ ନୀଳ କିପରି ନିଜ ମନର ଭାଷା ବୁଝି ଜଣେ ଅସବର୍ଣ୍ଣଙ୍କ ଜୀବନ ସଙ୍ଗିନୀ ସାଜିଛନ୍ତି ତାହା ଏହି ଗଳ୍ପରେ ବର୍ଣ୍ଣନା କରାଯାଇଛି।

ହାଣ୍ଡିଶାଳରେ ବିପ୍ଳବ

ହାଣ୍ଡିଶାଳରେ ବିପ୍ଳବ

ଘରର ହାଣ୍ଡିଶାଳରେ କିପରି ବିପ୍ଲବ ହୋଇଛି ତାହା ଏହି ଗଳ୍ପରେ ବ୍ୟଙ୍ଗ ଶୈଳୀରେ ବର୍ଣ୍ଣନା କରାଯାଇଛି। ଶାସନ କଳରେ ସଭିଏଁ କାମ କରୁଥିବାବେଳେ ବିରୋଧ କରିବାର ଜୁ ନ ଥାଏ। ତାହା ଏହି ଗଳ୍ପରେ ପରୋକ୍ଷ ଭାବେ ସୂଚିତ ହୋଇଛି।

ମୁଁ ଦିନେ ମନ୍ତ୍ରୀ ଥିଲି

ମୁଁ ଦିନେ ମନ୍ତ୍ରୀ ଥିଲି

ପଦବୀ ଯିବା ପରେ ଜଣେ ବ୍ୟକ୍ତିଙ୍କ ଜୀବନ କିପରି କଟୁଛି ତାହା ମୁଁ ଦିନେ ମନ୍ତ୍ରୀ ଥିଲି ଗଳ୍ପରେ ଅତି ମାର୍ମିକ ଭାବେ ଗୋଦାବରୀଶ ବର୍ଣ୍ଣା କରିଛନ୍ତି। ଏହା ପାଠକଙ୍କ ମନକୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ।