ଶ୍ରେଷ୍ଠ ପାଞ୍ଚ: ଫକୀର ମୋହନ ସେନାପତିଙ୍କ କ୍ଷୁଦ୍ରଗଳ୍ପ

ରେବତୀ

ରେବତୀ

ଫକୀର ମୋହନ ସେନାପତିଙ୍କ ଦ୍ୱାରା ରଚିତ ରେବତୀ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ। ଏହା ୧୮୯୮ ମସିହାରେ ରଚିତ ହୋଇଥିଲା। ଏହି ଗଳ୍ପରେ ତତ୍‌କାଳୀନ ସମାଜରେ ଦେଖାଦେଉଥିବା ବାଳିକା ଶିକ୍ଷା ବିରୋଧୀ ମନୋଭାବକୁ ଅତି ମାର୍ମିକ ଭାବେ ପରିସ୍ଫୁଟନ କରିଛନ୍ତି ଲେଖକ।

ପେଟେଣ୍ଟ୍‌ ମେଡିସିନ୍‌

ପେଟେଣ୍ଟ୍‌ ମେଡିସିନ୍‌

ପେଟେଣ୍ଟ୍‌ ମେଡିସିନ୍‌ ୧୯୧୩ରେ ରଚିତ ହୋଇଥିଲା। ଏହା ତତ୍‌କାଳୀନ ସମାଜରେ ନିଶା ବିରୋଧୀ ଆନ୍ଦୋଳନ ସମ୍ପର୍କରେ ସୂଚିତ କରିଥାଏ। ନିଶା କବଳରୁ କିପରି ସମାଜ ଓ ପରିବାରକୁ ସୁରକ୍ଷା ଦିଆଯାଇପାରିବ ତାହା ଏଥିରେ ଉଲ୍ଳେଖ ରହିଛି।

ରାଣ୍ଡିପୁଅ ଅନନ୍ତା

ରାଣ୍ଡିପୁଅ ଅନନ୍ତା

ରାଣ୍ଡିପୁଅ ଅନନ୍ତା ସମାଜରେ ପର ଉପକାରୀ ଲୋକଙ୍କ ସମ୍ପର୍କରେ ସୂଚିତ କରିଥାଏ। ସମାଜ ଆଖିରେ ଖରାପ ହୋଇଥିବା ଲୋକ କିପରି ସମାଜ ପାଇଁ ଜୀବନ ଦେଇ ଅମର ହୁଅନ୍ତି ତାହା ଏହି କ୍ଷୁଦ୍ର ଗଳ୍ପରେ ଉଲ୍ଲେଖ କରାଯାଇଛି। ଏହା ୧୯୧୩ରେ ରଚିତ ହୋଇଥିଲା।

ଡାକ ମୁନ୍‌ସୀ

ଡାକ ମୁନ୍‌ସୀ

ଦୁନିଆର ଚାକଚକ୍ୟରେ ଜଣେ କିଭଳି ନିଜ ମାତା ପିତାଙ୍କୁ ଭୁଲିଯାଏ ଏହା ଡାକ ମୁନ୍‌ସୀ ଗଳ୍ପରେ ଅନତ ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି। ଏହା ୧୯୧୨ରେ ରଚିତ ହୋଇଥିଲା।

ଧୁଳିଆ ବାବା

ଧୁଳିଆ ବାବା

ସମାଜରେ ଲୋକଙ୍କୁ ଧର୍ମ ନାମରେ ଠକି ନିଜକୁ ସାଧୁ ବୋଲାଉଥିବା ବ୍ୟକ୍ତିଙ୍କ ଶେଷ ପରିଣତି କ’ଣ ହୁଏ ତାହା ଧୁଳିଆ ବାବା ଗଳ୍ପରେ ଉଲ୍ଲେଖ କରାଯାଇଛି। ଏହି କ୍ଷୁଦ୍ର ଗଳ୍ପ ୧୯୧୩ରେ ରଚିତ ହୋଇଥିଲା।